ରିଟାୟରମେଣ୍ଟ୍ ବୟସ କାହିଁକି ବଢାଉଛନ୍ତି ଅନେକ ଦେଶ ?

243

ବିଶ୍ୱର ଅନେକ ଦେଶ ଚାକିରିଆଙ୍କ ଅବସର ବୟସ ବଢାଇବାକୁ ଅଣ୍ଟା ଭିଡି଼ ସାରିଲେଣି । କିନ୍ତୁ କର୍ମଚାରୀ ଏହାକୁ ବିରୋଧ କରୁଛନ୍ତିଉଦାହରଣ ଭାବ ଫ୍ରାନ୍ସକୁ ନିଆଯାଉ । ସେଠାରେ ଅବସରକାଳୀନ ବୟସସୀମାକୁ ୬୨ରୁ ବଢାଇ ୬୪ କରିବାକୁ ପ୍ରସ୍ତାବ ଅଛି । କିନ୍ତୁ ଏହାକୁ କର୍ମଚାରୀ ବିରୋଧ କରୁଛନ୍ତି ସରକାରଙ୍କ ଏହି ପ୍ରସ୍ତାବ ବିରୋଧରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୁରା ଦେଶରେ ପେନସନ୍ ସୁଧାରକୁ ବିରୋଧ କରାଯାଉଛି ଫ୍ରାନ୍ସ ସରକାରଙ୍କ ଯୁକ୍ତି ଯେ, ରିଟାୟରମେଣ୍ଟ୍ ବୟସ ବୃଦ୍ଧିକରି ପେନସନ୍ ସିଷ୍ଟମର ସୁରକ୍ଷା କରାଯାଇ ପାରିବ ।ନୂଆ ଯୋଜନା ଅନ୍ତର୍ଗତରେ ସରକାର ଏହି କାର୍ଯ୍ୟ ୨୦୩୦ରୁ ଆରମ୍ଭ କରିବାକୁ ଚାହାନ୍ତି । ସେତେବେଳେ ସରକାର ରିଟାୟରମେଣ୍ଟ୍ ବୟସକୁ ୬୨ରୁ ୬୪କୁ ବୃଦ୍ଧି କରିବେ

ଏମିତିରେ ଅନେକ ଦେଶ ରିଟାୟରମେଣ୍ଟ୍ ବୟସସୀମା ବଢାଇ ସାରିଛନ୍ତି । ବର୍ତ୍ତମାନ ଆମେରିକାରେ ରିଟାୟରମେଣ୍ଟ୍ ବୟସସୀମା ସର୍ବାଧିକ ରହିଛିଆମେରିକାରେ ଅବସରକାଳୀନ ବୟସସୀମା ହେଉଛି ୬୬ ବର୍ଷ । ତେବେ ଆମେରିକା ମଧ୍ୟ ଏହାକୁ ଆହୁରି ଏକ ବର୍ଷ ବଢାଇବାକୁ ଚାହୁଁଛି । ଦେଖିବାକୁ ଗଲେ ଦୁନିଆର ସବୁଦେଶର ପେନସନକୁ ନେଇ ନୂଆ ଭାବେ ଚିନ୍ତା ଆରମ୍ଭ କରିଛନ୍ତି

ଫ୍ରାନସର ସମ୍ପୂର୍ଣ୍ଣ ପେନସନ୍ ରାଶି ପାଇଁ ଚାକିରିର ସର୍ବନିମ୍ନ ଅବଧିକୁ ମଧ୍ୟ ବଢାଇବା ପାଇଁ ସରକାର ଚିନ୍ତା କରୁଛନ୍ତିନିଜ ବଜେଟ କ୍ଷତିକୁ କମ କରିବା ପାଇଁ ସରକାର ଏମିତି କରୁଛନ୍ତି ବୋଲି କୁହାଯାଉଛି । ଆଗାମୀ ବର୍ଷରେ ଫ୍ରାନ୍ସରେ ଅଧିକ ସଂଖ୍ୟାରେ କର୍ମଚାରୀ ଅବସର ନେବାକୁ ଯାଉଛନ୍ତିଏହିସଂଖ୍ୟା ୨୦୩୦ ବେଳକୁ ଆହୁରି ବଢିପାରେ । ତେବେ ସରକାରଙ୍କ ଏଭଳି ପଦକ୍ଷେପ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଛି । ଯାହା ମାକ୍ରୋ ସରକାର ପାଇଁ ଚିନ୍ତାର କାରଣ ହୋଇପାରେ ।

ପେନସନ୍ ପାଇଁ ଅଧିକ ଦିନ କାମ କରିବାକୁ ପଡିବ

ସରକାରଙ୍କ ଏଭଳି ଉଦ୍ୟମକୁ ଏହା କହି ବିରୋଧ କରାଯାଉଛି ଯେ, ଏଭଳି ପଦକ୍ଷେପ ଦ୍ୱାରା ମଧ୍ୟବିତ୍ତଙ୍କ ଉପରେ ଅଧିକ ଚାପ ପଡିବ । ସେମାନଙ୍କୁ ପେନସନ୍ ପାଇଁ ଅଧିକ ବର୍ଷ କାମ କରିବାକୁ ପଡିବ । ସେପର୍ଯ୍ୟନ୍ତ ସେମାନଙ୍କୁ ନିଜ ଆୟର ଅଧିକ ଅଂଶ ଟ୍ୟାକ୍ସ ଭାବେ ଦେବାକୁ ବାଧ୍ୟ ହେବେ ବର୍ତ୍ତମାନ ଫ୍ରାନ୍ସରେ ଦରଦାମ ଅହେତୁକ ଭାବେ ବଢିଯାଇଛି । ପ୍ରକୃତ କଥା ହେଉଛି ବିଶ୍ୱର ଅନେକ ଦେଶ ଏବେ ପେନସନ୍ ବ୍ୟବସ୍ଥାକୁ ହଟାଇବାକୁ ଚାହୁଁଛନ୍ତିପେନସନ୍ ଦେବାକୁ ସରକାରଙ୍କ ଅର୍ଥବ୍ୟବସ୍ଥା ଉପରେ ଚାପ ବଢୁଛିପେନସନ୍ ବାବଦରେ ରାଜକୋଷରୁ କେମିତି କମ ଅର୍ଥ ଯିବ ସେଥିପାଇଁ ଚାକିରି ଅବଧି ବଢାଯାଉଛି ।

ବ୍ରିଟେନ୍ ଓ ଆର୍ୟଲାଣ୍ଡ୍ କ’ଣ କରିଛନ୍ତି ?

ବ୍ରିଟେନ୍ ଓ ଆର୍ୟଲାଣ୍ଡ୍ ଭଳି ଦେଶ ନିଜ କର୍ମଚାରୀଙ୍କ ଅବସର ବୟସସୀମାକୁ ବଢାଇ ୬୮ କରିଦେଇଛନ୍ତି ।ଏମିତିକି ଏହାକୁ ବଢାଇ ୭୦ ବର୍ଷ କରାଯାଇପାରେ ବୋଲି ସଂକେତ ମିଳୁଛି ।ତେଣୁ ଭବିଷ୍ୟତରେ ଯଦି ରିଟାୟରମେଣ୍ଟ୍ ବୟସସୀମାକୁ ୭୬ କରାଯାଏ ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ ଡେନମାର୍କ,ଇଟାଲି ଓ ଏସ୍ତୋନିଆ ଭଳି ଦେଶ ରିଟାୟରମେଣ୍ଟ୍ ବୟସସୀମାକୁ ଆହୁରି ଅଧିକ କରିବାକୁ ଯାଉଛନ୍ତି । ଡେନମାର୍କରେ ଅବସର ବୟସସୀମାକୁ ୬୫ରୁ ବଢାଇ ୭୪,ଏସ୍ତୋନିଆ ୬୩ରୁ ବଢାଇ ୭୧ ଓ ଇଟାଲି ୬୭ରୁ ୭୧ କରିବା ଉପରେ ବିଚାର କରୁଛନ୍ତି ।

Leave A Reply

Your email address will not be published.

Close Bitnami banner
Bitnami