ମରଣ ଡ଼ରରେ ଦିନରାତି ନିଶାରେ ବୁଡ଼ି ରହି କାନ୍ଦୁଛି ଉତ୍ତର କୋରିଆର ସୈତାନ କିମ୍ ଜୋଙ୍ଗ୍ ଉନ୍

230

ହଲିଉଡ୍ ଫିଲ୍ମ ଦେଖିଲେ ମୃତ୍ୟୁଦଣ୍ଡପର୍ଣ୍ଣ ଦେଖିଲେ ଗୁଳି କରି ହତ୍ୟା ବାଇବେଲ ରଖିଲେ ମୃତ୍ୟୁ ନିଜ ନାଗରିକଙ୍କୁ ଏମିତି ମୃତ୍ୟୁ ବାଣ୍ଟୁଥିବା ଶାସକ ନିଜେ ଏବେ ମରଣ ଡରରେ ଡହଳବିକଳମରଣ ଏତେ ଡରାଉଛି ଯେ, ସେ ଦିନରାତି ପିଉଛି ଓ କାନ୍ଦୁଛି । ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଉଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ମରଣ ଡରରେ ଚବିଶ ଘଣ୍ଟା ନିଶାରେ ବୁଡ଼ି ରହି କାନ୍ଦୁଛି ବୋଲି ଏକ ବ୍ରିଟିଶ ଖବର ଦାବି କରିଛି

ଖବର ଅନୁସାର ମାତ୍ର ୩୯ ବର୍ଷୀୟ କିମ୍ ନିଜ ଖରାପ ଜୀବନଶୈଳୀ ପାଇଁ ସାଂଘାତିକ ରୋଗରେ ପିଡୀତ ହୋଇଛନ୍ତି । ଯାହା ତାଙ୍କୁ ଏତେ ଡରାଇ ଦେଇଛି ଯେ, ସେ ସବୁବେଳେ ମଦନିଶାରେ ବୁଡି଼ ରହୁଛନ୍ତି । କେବଳ ଏତିକି ନୁହେଁ,ମଦ ନିଶାରେ ଚୁର ହୋଇ ଦୁନିଆକୁ ଡରାଉଥିବା କିମ୍ ଘଣ୍ଟା ଘଣ୍ଟା ଧରି କାନ୍ଦୁଛି । କିମଙ୍କୁ ଏହି ଚିନ୍ତା ଘାରିଛି ଯେ, ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତେବେ କ୍ଷମତା ପରିବାର ହାତରେ ରହିବ କି ନାହିଁ ।

ଦକ୍ଷୀଣ କୋରିଆର ଜନୈକ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଇଂଲଣ୍ଡର ଖବର କାଗଜ ‘ଦ ମିରର’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ନିଜ ରୋଗକୁ ନେଇ ଚିନ୍ତିତ ଥିବା କିମ୍ ଦିନର ଅଧିକାଂଶ ସମୟ ମଦନିଶାରେ ରହିଛି ନିଶାରେ ସେ କାନ୍ଦୁଛିପତ୍ନୀ ଓ ଡାକ୍ତର ଯେତେବ ବୁଝାଇଲେ ମଧ୍ୟ. ବୁଝୁନାହିଁ । କି ନିଜ ଲାଇଫ୍ ଷ୍ଟାଇଲ ବଦଳାଉନାହିଁ

ସୂଚନାଯୋଗ୍ୟ ଯେ, କିମଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ଦିନ ଧରି କଳ୍ପନା ଜଳ୍ପନା ପ୍ରକାଶ ପାଉଛି । କିମ୍ କୌଣସି ସାଂଘାତିକ ରୋଗରେ ପିଡୀତ ବୋଲି ଆମେରିକା ସମେତ ପାଶ୍ଚାତ୍ୟ ଦେଶର ସୁରକ୍ଷା ଏଜେନ୍ସି ଅନୁମାନ କରନ୍ତିକିମ୍ ଚୀନ୍ ଗସ୍ତରେ ଯାଇଥିବା ବେଳେ ନିଜ ସହିତ ପାଇଖାନା ନେଇଯାଇଥିଲେ ତାଙ୍କ ମଳ ପରୀକ୍ଷା କରି କାଳେ ଆମେରିକା ତାଙ୍କ ରୋଗ ବାବଦରେ ସୂଚନା ପାଇବ ଏହି ଭୟରେ ସେ ଏମିତି କରିଥିବା କୁହାଯାଉଛି । କିମଙ୍କ ଏଭଳି ସତର୍କତା ଏଭଳି ଖବରକୁ ଅଧିକ ହାୱା ଦେଇଛି । ଗତବର୍ଷର ଅନ୍ତିମ ଭାଗରେ କିମଙ୍କୁ ନିଜ ଭଉଣୀ ଓ ଝିଅ ସହିତ ଏକ କ୍ଷପଣାସ୍ତ୍ର ଲଂଚ୍ କାଳରେ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ,କିମ୍ ନିଜ ଉତ୍ତରାଧିକାରୀ ଚୟନ କରି ସାରିଛନ୍ତି । ତାଙ୍କ ମୃତ୍ୟୁପରେ ଭଉଣୀ ଓ ଝିଅ ଦେଶ ଚଳାଇବେ ବୋଲି ସେ ଆଗୁଆ ଆଦେଶ ଦେଇଛନ୍ତି

କିମ୍ ପରିବାର ଗତ ୭୦ ବର୍ଷରୁ ଅଧିକ ସମୟ ଧରି ଉତ୍ତର କୋରିଆ ଉପରେ ଶାସନ କରି ଆସୁଛି । କିମଙ୍କ ଜେଜେ ଓ ବାପା ଭୟକୁ ଅସ୍ତ୍ର କରି ଏହି ଦେଶ ଉପରେ ଶାସନ କରିଥିଲେବାପାଙ୍କ ମୃତ୍ୟୁ ପରେ କିମ୍ ଶାସନ ଗାଦିକୁ ଆସିଥିଲେଶାସନ ଭାର ଗ୍ରହଣ କରିବା ସହିତ ସେ ନିଜ ପିଇସା,ପିଇସି ଓ ପିଇସି ପୁଅ ଭାଇଙ୍କୁ ହତ୍ୟା କରିଥିଲେପିଇସା ତାଙ୍କୁ ଗାଦିରୁ ହଟାଇବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ସନ୍ଦେହ କରି ସେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । କୁହାଯାଏ ଯେ, କିମ୍ ତାଙ୍କ ପିଇସାଙ୍କୁ ଭୋକିଲା କୁକୁରଙ୍କ ଭିତରକୁ ଫୋପାଡି଼ ଦେଇଥିଲେକିମଙ୍କ କୃରତାର ଆଉ ଗୋଟିଏ ଉଦାହରଣ ହେଉଛି ଯେ, ଶାସନକୁ ଆସିବା ପରେ ସେ ନିଜ ଗର୍ଲଫ୍ରେଣ୍ଡଙ୍କୁ ବେଶ୍ୟାବୃତି ଅଭିଯୋଗରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ତାଙ୍କ ଗର୍ଲଫ୍ରେଣ୍ଡ୍ ଉତ୍ତର କୋରିଆର ଜଣେ ପ୍ରସିଦ୍ଧ ପପ୍ ସିଙ୍ଗର ଥିଲେ । କେବଳ ଗର୍ଲଫ୍ରେଣ୍ଡ୍ ନୁହେଁ ତାଙ୍କ ବ୍ୟାଣ୍ଡରେ କାମ କରୁଥିବା ସମସ୍ତ କଳାକାରଙ୍କୁ ମଧ୍ୟ କିମଙ୍କ ଆଦେଶରେ ହତ୍ୟା କରାଯାଇଥିଲା କିମଙ୍କ କୃରତାର ଆଉ ଗୋଟିଏ ଉଦାହରଣ ହେଉଛି ଯେ,ତାଙ୍କ ମିଟିରେ ଶୋଇ ପଡିଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେ ତୋପରେ ବାନ୍ଧି ଉଡାଇ ଦେଇଥିଲେ । ଏବେ ସେଇ ମୃତ୍ୟୁଦୂତକୁ ମରଣ ଡର ଏମିତି ଡରାଉଛି ଯେ, ସେ ମଦ ନିଶାରେ କାନ୍ଦୁଛି

Leave A Reply

Your email address will not be published.

Close Bitnami banner
Bitnami