ଆଗରୁ ଖବର ଥିଲା,ନିର୍ଦ୍ଧୁମ ଛେଚା ଖାଇ ଦୌଡ଼ିଲେ ଚୀନ୍ ସୈନିକ

162

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପିଏଲଏ ବା ପିପୁଲ’ସ ଲିବରେସନ୍ ଆର୍ମି ଅନୁପ୍ରବେଶ କରି ଜୋରଦାର ଝଟକା ପାଇଛି । ଡିସେମ୍ବର ୯ ତାରିଖ ଦିନ ପିଏଲଏର ସୈନିକ ତୱାଙ୍ଗ ଘାଟି ମଧ୍ୟକୁ ଅନୁପ୍ରବେଶ କରି ଭାରତୀୟ ସୈନିକଙ୍କ ସହିତ ଝଗଡ଼ା କରିଥିଲେ । କିନ୍ତୁ ସେମାନଙ୍କ ପାଇଁ ବାଜି ଓଲଟା ପଡ଼ିଥିଲାଗଲୱାନ ଘାଟି ଷଡ଼ଯନ୍ତ୍ର ବିଶୟରେ ଅନଭିଜ୍ଞ ଥିବା ଭାରତୀୟ ସେନା ୨୦୨୦ରେ ୨୦ ଜଣ ସୈନିକଙ୍କ ହରାଇଥିଲା । କିନ୍ତୁ ଏଥର ଭାରତୀୟ ଯବାନଙ୍କ ମାଡ଼ରେ ଘାଇଲା ହୋଇ ଜିନ୍ ପିଙ୍ଗଙ୍କ ସୈନିକ ଛତ୍ରଭଙ୍ଗ ଦେଇଥିଲେ । ପୂର୍ବଥର ମଧ୍ୟ ଗଲୱାନରେ ଚୀନ୍ ସେନା ମୁହଁ ଲୁଚାଇବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଏଥର କାହାଣୀ ଅଲଗା । ଭାରତୀୟ ସେନା ପାଖରେ ଚୀନ ଷଡ଼ଯନ୍ତ୍ର ନେଇ ଆଗୁଆ ସୂଚନା ଥିଲା । ତେଣୁ ଜଗି ବସିଥିଲେ ଭାରତୀୟ ଯବାନ

ଥିଲା ସୂଚନା,ଦେଲେ ମାଡ଼

ଭାରତୀୟ ସେନା ପାଖରେ ପୂର୍ବ ସୂଚନା ଥିଲା ଯେ, ଚୀନ୍ କିଛି ଫେଚକାମୀ କରିବାକୁ ଯାଉଛି । ତେଣୁ ତୱାଙ୍ଗ ଘାଟିରେ ଅଧିକ ଭାରତୀୟ ସୈନିକଙ୍କ ମୁତୟନ କରାଯାଇଥିଲା । ଯେହେତୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ସୈନିକ ବନ୍ଧୁକ ପାଖରେ ରଖି ନଥାନ୍ତି ତେଣୁ ଏଥର ଭାରତୀୟ ସୈନିକ ଚୀନ୍ ସୈନିକଙ୍କ ଭଳି ଲାଠି ଧରିଥିଲେ । ଯେଉଁଥିରେ ଲୁହା କଣ୍ଟା ମରାଯାଇଥିଲାଡିସେମ୍ବର ୯ ତାରିଖରେ ଚୀନ୍ ସୈନିକ ଭାରତୀୟ ପୋଷ୍ଟରେ ପହଂଚି ଭାରତୀୟ ସୈନିକଙ୍କୁ ଗାଳିଗୁଲଜ କରିଥିଲେ । ଚୀନ୍ ପଟୁ ପଥର ମାଡ ହୋଇଥିଲା । ମାମଲା ବଢିବା ଦେଖି ଅଳ୍ପଦୂରରେ ଥିବା ଭାରତୀୟ ସେନାର ଆଉ ଏକ ଗ୍ରୁପ୍ ଘଟଣାସ୍ଥଳରେ ପହଂଚିଥିଲା । ଆଉ ଆରମ୍ଭ ହୋଇଥିଲା ଜୋରଦାର ଆକ୍ରମଣ ଗୋଡେଇ ଗୋଡ଼େଇ ଚୀନ୍ ସୈନିକଙ୍କୁ ପିଟିଥିଲେ । ଏମିତିକି ଭାରତୀୟ ସୈନିକ ଚୀନ୍ ପଟକୁ ପ୍ରବେଶ କରି ଶତ୍ରୁ ସୈନିକଙ୍କୁ ମାଡ଼ ମାରିଥିଲେ । କୁହାଯାଉଛି ଯେ, ଭାରତୀୟ ସୈନିକଙ୍କ ହାତରେ କିଛି ଚୀନ୍ ସୈନିକ ପଡ଼ିଥିଲେ । ଯେଉଁମାନଙ୍କୁ ଭାରତୀୟ କ୍ୟାମ୍ପକୁ ଅଣାଯାଇଥିଲାଭାରତୀୟ ସୈନିକଙ୍କୁ ନିଜ ପଟକୁ ଆସୁଥିବା ଦେଖି ଚୀନ୍ ପୋଷ୍ଟରେ ଥିବା ଗାର୍ଡ୍ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ ଭାରତୀୟ ସୈନିକ ନିଜ ପୋଷ୍ଟକୁ ଫେରି ଆସିଥିଲେଭାରତୀୟ ସୈନିକଙ୍କ ମାଡ଼ରେ ଚୀନ୍ ସୈନିକଙ୍କ ହାତ ଭାଙ୍ଗିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଅରୁଣାଚଳ ପ୍ରଦେଶକୁ ଚୀନ୍ ଭାରତର ଅଙ୍ଗ ଭାବେ ଗଣନା କରେନା ଅରୁଣାଚଳ ଉପରେ ଚୀନ୍ ନିଜ ଦାବି ରଖେ । ଏପରିକି ଏହା ନିଜ ମ୍ୟାପରେ ଅରୁଣାଚଳକୁ ନିଜ ରାଜ୍ୟ ଭାବେ ଦର୍ଶାଏ । ଏହା ପୂର୍ବରୁ ୧୯୭୫ ମସିହାରୁ ଜାରି ରହିଛି ତୱାଙ୍ଗରେ ବିବାଦ ସୀମାରେ ରାସ୍ତା ଓ ପୋଲ ନିର୍ମାଣ କରିଥିବା ବେଳେ ଭାରତୀୟ ଯବାନଙ୍କୁ ପଛକୁ ଠେଲିବାକୁ କରୁଛି ପ୍ରୟାସ । କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ବିଫଳ ହୋଇଛି ଚାଲାକି ଚୀନ । ଯେତେବେଳେ ଲାଇନ ଅଫ ଆକ୍ଚୁଆଲ କଣ୍ଟାକ୍ଟର ତୱାଙ୍ଗ ପୋଷ୍ଟରେ ଏ ବିବାଦ ସୁତ୍ରପାତ ହୋଇଥିଲା ରକ୍ତର ଛିଟା ପଡିଥିଲା । ସେବେ ଭାରତର ୪ ଜଣ ଯବାନ ସହିଦ ହୋଇଥିଲେଭାରତ ସୀମାର କିଛି ଅଂଶକୁ ନିଜର ବୋଲି ଦାବି କରୁଛି ଚାଇନା ସେନା । ଯାହାକୁ ନେଇ ଜାରି ରହିଛି ବିବାଦ ।

ଜୁନ୍ ୧୫, ୨୦୨୦ରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନାରକ୍ତ ରଞ୍ଜିତ ହୋଇଥିଲା ଗଲୱାନ ନଦୀ ନିଷ୍ଠା ଓ ଜାତୀୟତାର ବିଜୟ ଧ୍ୱଜା ଉଡାଇବାକୁ ଯାଇ ୨୦ ଜଣ ବୀର ଭାରତୀୟ ଯବାନ ସହିଦ ହୋଇଥିଲେ । ପ୍ରତିପକ୍ଷ ଡ୍ରାଗନ ଆର୍ମିକୁ ପ୍ରତିରୋଧ କରିଥିଲେ, ୩୮ରୁ ଅଧିକ ଚାଇନା ସେନାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଯଦିବା ଏହି ସଂଖ୍ୟା ଶତାଧିକ କିନ୍ତୁ .ତଥ୍ୟ ଲୁଚାଇଥିଲା ଚାଇନା

ସୂତ୍ର ମୁତାବିକ, ତୱାଙ୍କ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମୁହାଁମୁହିଁ ହେବା ପରେ ଭାରତର ଏରିଆ କମାଣ୍ଡର ନିଜ ସମକକ୍ଷ ଚୀନ ଅଧିକାରୀଙ୍କ ସହ ଫ୍ଲାଗ ମିଟିଙ୍ଗ କରିଛନ୍ତି । ଏହି ଅବସରରେ ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଉଭୟ ପକ୍ଷ ମିଳି ମିଶି ଏହି ମାମଲାର ସମାଧାନ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଏଥିସହିତ ଉଭୟ ପକ୍ଷରୁ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ବଳବତ୍ତର ରଖିବା କଥା କୁହାଯାଇଛି । ଏମିତିକି କୂଟନୈତିକ ସ୍ତରରେ ମଧ୍ୟ ଚାଇନାକୁ ଚେତାବନୀ ଦିଆଯାଇଛି ।

ସଂସଦର ଉଭୟ ସଦନରେ ମଙ୍ଗଳବାର ୧୨ ଘଟିକାରେ ଏନେଇ ବିବୃତ୍ତି ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୱାଙ୍ଗ ସେକ୍ଟରରେ ଘଟିଥିବା ଗଟଣାକୁ ନେଇ ଗୃହକୁ ଆଶ୍ୱାସନା ଦେଇଥିଲେବାରତୀୟ ଯବାନଙ୍କ ସାମର୍ଥ୍ୟ-ପରାକ୍ରମ ଓ ନିଷ୍ଠାକୁ ସଲାମ ଜଣାଇ କହିଥିଲେ, ଚାଇନା ଯଦିବା ସୀମାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଥିଲା କିନ୍ତୁ କଡା ଜବାବ ଦେଇଥିଲେ ଭାରତୀୟ ଯବାନଭାରତକୁ ପଶିବାକୁ ଦେଇନଥିଲେ ଧସ୍ତାଧସ୍ତି ଫଳରେ ଚାଇନର ଏକାଧିକ ଯବାନଙ୍କ ହାତ ଗୋଡ଼ ଭାଙ୍ଗିଯାଇଥିବାବେଳେ ଆହତ ହୋଇଥିବା ଭାରତୀୟ ଯବାନଙ୍କୁ ଗୌହାଟୀରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସ୍ଥିତି ସ୍ୱଭାବିକ ରହିଥିବାବେଳେ ଚାଇନାକୁ କୂଟନୈତିକ ସ୍ତରରେ ଚେତାବନୀ ଦିଆଯାଇଥିବା ସଂସଦରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

Leave A Reply

Your email address will not be published.

Close Bitnami banner
Bitnami