ଚୀନରେ ତିଆନମେନ୍ ସ୍କୋୟାରର ପଦଧ୍ୱନୀ, ଥରିଲେଣି ସି ଜିନପିଙ୍ଗ୍

210

୧୯୮୯ ମସିହାରେ ଚୀନ ରାଜଧାନୀ ବେଂଜିରେ ଛାତ୍ର ଗଣତାନ୍ତ୍ରିକ ଅଧିକାର ଦାବିରେ ବ୍ୟାପକ ବିକ୍ଷୋଭ କରିଥିଲେ ସରକାରଙ୍କ ଦମନ ସତ୍ୱେ ଛାତ୍ରଛାତ୍ରୀ ରାସ୍ତା ଉପରେ କମ୍ୟୁନିଷ୍ଟ ସରକାରକୁ ବିରୋଧ କରିଥିଲେ କମ୍ୟୁନିଷ୍ଟ ସରକାର ସେତେବେଳେ ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ଟ୍ୟାଙ୍କ ଚଢାଇ ଆନ୍ଦୋଳନକୁ ଦାବି ଦେଇଥିଲେ । ସେହି ଆନ୍ଦୋଳନରେ ୧୦ ହଜାରରୁ ଅଧିକ ଛାତ୍ର ଓ ସାଧାରଣ ଜନତା ନିହତ ହୋଇଥିବା କୁହାଯାଏ ତିଆନମେନ୍ ସ୍କୋୟାର ଆନ୍ଦୋଳନ ପରଠାରୁ ଚୀନରେ କମ୍ୟୁନିଷ୍ଟ ଶାସନ ବିରୋଧରେ ବଡ଼ ସ୍ୱର କେବେ ଶୁଣାଯାଇନଥିଲା । କିନ୍ତୁ କୋଭିଡ୍ ସବୁ ବଦଳାଇ ଦେଇଛି ଚୀନ୍ ସରକାରଙ୍କ କଠୋର ଲକଡାଉନ୍ ନିଷ୍ପତି ବିରୋଧରେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ସି ଜିନ ପିଙ୍ଗ ଇସ୍ତଫା ଦିଅର ନାରା ଶୁଣିବାକୁ ମିଳୁଛିକମ୍ୟୁନିଷ୍ଟ ସରକାର ଡାଉନ୍ ଡାଉନ୍ ସ୍ଲୋଗାନରେ କମ୍ପୁଛି ବେଜିଂ,ଝୁଆଙ୍ଗଝୋଉ ଭଳି ସହର । ଯାହାକୁ ନେଇ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଓ ରାଷ୍ଟ୍ରପତି ସି ଜିନପିଙ୍ଗ ଭୟଭିତ ଥିବା କୁହାଯାଉଛି ।

ପୁଣିଥରେ ରାଜରାସ୍ତାରେ ଛାତ୍ର

ବେଜିଂର ସିନଗୁଆ ବିଶ୍ୱବିଦ୍ୟାଳୟର ହଜାର ହଜାର ଛାତ୍ର କମ୍ୟୁନିଷ୍ଟ ସରକାର ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରିଛନ୍ତି । ଏହି ଛାତ୍ରମାନଙ୍କ ହାତରେ ଥିବା ପ୍ଲାକର୍ଡରେ ସିନ୍ ଜିନ୍ ପିଙ୍ଗ ଓ କମ୍ୟୁନିଷ୍ଟ ସରକାର ବିରୋଧରେ ନାରା ରହିଛିଛାତ୍ର ସ୍ୱାଧିନ ଅଭିବ୍ୟକ୍ତି ଓ ଗଣତାନ୍ତ୍ରିକ ଅଧିକାର କଥା କହି ରାସ୍ତାରେ ଜମା ହେଉଛନ୍ତି । ଠିକ୍ ଏହିଭଳି ଆନ୍ଦୋଳନ ୫ ଏପ୍ରିଲ ୧୯୮୯ରେ ତିଆନମେନ୍ ସ୍କୋୟାରରେ ହୋଇଥିଲା । ଯାହାକୁ ଦମନ କରିବାକୁ ଚୀନ ସରକାରଙ୍କୁ ତିନି ମାସ ଲାଗିଥିଲାଛାତ୍ର ସି ଜିନ ପିଙ୍ଗଙ୍କୁ କ୍ଷମତା ଛାଡିବାକୁ ଦାବି କରୁଛନ୍ତିନୋ ଟୁ ଲକଡାଉନ୍,ଆମେ ଚାହୁଁ ସ୍ୱାଧିନତା ଭଳି ନାରା ଦେଇ ଛାତ୍ର ସି ଓ କମ୍ୟନିଷ୍ଟ ପାର୍ଟିକୁ ବିରୋଧ କରୁଛନ୍ତି ।

ମନେ ପଡ଼ୁଛି ତିଆନମେନ୍

ସାଂଘାଇ,ନାନଜିଙ୍ଗ ଓ ଗୁଆଙ୍ଗଝୋରେ ବିକ୍ଷୋଭ ବେଳେ ହିଂସର ଖବର ମିଳୁଛି । ସ୍ଥାନୀୟ ପୋଲିସ ସହିତ ଛାତ୍ରଙ୍କ ସଂଘର୍ଷ ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏଣେ ବିଶେଷଜ୍ଞଙ୍କ ଅନୁସାରେ ତିଆନମେନ୍ ସ୍କୋୟାର ଆନ୍ଦୋଳନ ସହିତ ସାମଂଜସ୍ୟ ଥିବା ଏହି ବିରୋଧକୁ ଦବାଇବା ପାଇଁ ଜିନ ପିଙ୍ଗ୍ କଠୋର ପଦକ୍ଷେପ ନେବା ଏକରକମ ନିଶ୍ଚିତ

ସାଙ୍ଘାଇରେ ବେକାବୁ ଭିଡ଼

ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ସାଙ୍ଘାଇରେ ସ୍ଥିତି ନିୟନ୍ତ୍ରଣ ବାହାରେ ଥିବା କୁହାଯାଉଛି । ଏହି ମହାନଗରରେ ଜିନପିଙ୍ଗଙ୍କ ଇସ୍ତଫା ଦାବି ଜୋର ଧରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁସାରେ ଗତ ତିନି ଦିନ ଧରି ସାଙ୍ଘାଇରେ ଗିରଫଦାରୀ ଜାରି ରହିଛି ବିକ୍ଷୋଭକାରୀଙ୍କ ଉପରକୁ ଏବେ ଲଙ୍କା ଗୁଣ୍ଡ ପୋଲିସ ଫୋପାଡୁଛି । ଆଗକୁ ଗୁଳି ମାଡ଼ ମଧ୍ୟ ହୋଇପାରେ ସାଂଘାଇରେ ବିକ୍ଷୋଭକାରୀ ‘ସିନଜିଆଙ୍ଗକୁ ଅନଲକ୍ କର’ ଜିନ ପିଙ୍ଗ୍ ଗାଦି ଛାଡ଼’,କମ୍ୟୁନିଷ୍ଟ ପାର୍ଟି ଗାଦି ଛାଡ଼ ଭଳି ନାରା ଦେଉଛନ୍ତି

ଜିରୋ କୋଭିଡ୍ ପଲିସି କ’ଣ ?

୨୦୨୦ରେ କୋଭିଡ ବିଶ୍ୱ ବ୍ୟାପି ଆତଙ୍କ ସୃଷ୍ଟି କରିଥିଲା । ସେହି ସମୟରେ ଚୀନ୍ ଉପରେ ଅସାବଧନତା ଓ ବୁହାନକୁ ଲକ୍ ନକରିବା ଆରୋପ ଲାଗିଥିଲା । ସେହି ସମୟରେ ଚୀନକୁ ଅଧିକ ଲଜ୍ଜିତ ନକରିବାକୁ ଜିନ ପିଙ୍ଗ୍ ଜିରୋ କୋଭିଡ୍ ନୀତି ଲାଗୁ କରିଥିଲେ । ଏହି ନୀତି କ୍ରମରେ ବ୍ୟାପକ କୋଭିଡ୍ ଟେଷ୍ଟିଂ ହୋଇଥାଏ । କଡା ଆଇସୋଲେସନ୍ ନିୟମ ପ୍ରଣୟନ କରାଯାଇଛିଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ।ଏପରିକି ଲୋକାଲ ଲକଡାଉନ୍ ମଧ୍ୟ ଲାଗୁ ହେଉଛି । ଚୀନର ମାନିବା ହେଉଛି ଯେପର୍ଯ୍ୟନ୍ତ ଗୋଟିଏ ବି କୋଭିଡ୍ ମାମଲା ରହିବ ସେପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ରହିବ । ସରକାର ଏହାକୁ ବିଜ୍ଞାନ ସମ୍ମତ କହୁଥିବା ବେଳେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଚୀନରେ ଅସନ୍ତୋଷ ଦାନା ବାନ୍ଧୁଛି

Leave A Reply

Your email address will not be published.

Close Bitnami banner
Bitnami