କେନ୍ଦ୍ରକୁ ଅଦାଲତଙ୍କ ପ୍ରଶ୍ନ : ୮ ଲକ୍ଷ ଟଙ୍କା ଆୟକାରୀ ଯଦି ଗରିବ ତେବେ ଅଢେଇ ଲକ୍ଷ ଉପରେ ଆୟକର କାହିଁକି ?

170

ଆୟକର ପ୍ରସଙ୍ଗ ଉପରେ କେନ୍ଦ୍ର ଧର୍ମ ସଂକଟରେ ପଡି଼ବାକୁ ଯାଉଛିମାଡ୍ରାସ ହାଇକୋର୍ଟ କେନ୍ଦ୍ରକୁ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହାର ଉତ୍ତର ଦେବାରେ କେନ୍ଦ୍ର ସରକାରଙ୍କୁ ଝାଳନାଳ ହେବାକୁ ପଡ଼ିବ ହାଇକୋର୍ଟରେ ବର୍ତ୍ତମାନର ଆୟକର ଆଦାୟ ପ୍ରାବଧାନକୁ ଚ୍ୟାଲେଂଜ୍ କରି ଦାଏର କରାଯାଇଥିବା ଏକ ମାମଲା ଉପରେ ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଅଢେଇ ଲକ୍ଷ ଟଙ୍କାର ଆୟ ଉପରେ ବର୍ତ୍ତମାନ ଆୟକର ଲାଗୁ ଅଛି । ଅନ୍ୟପକ୍ଷରେ ଆର୍ଥିକ ଭାବେ ଅନଗ୍ରସରଙ୍କୁ ଦିଆଯାଉଥିବା ସଂରକ୍ଷଣ ପାଇଁ ବାର୍ଷିକ ଆୟସୀମା ରହିଛି ୮ ଲକ୍ଷ ଟଙ୍କା । ଯଦି ୮ ଲକ୍ଷ ଟଙ୍କା ବର୍ଷକୁ ଆୟ କରୁଥିବା ବ୍ୟକ୍ତି ଗରିବ ତେବେ ଅଢେଇ ଲକ୍ଷ ଉପରେ ଆୟକର କେଉଁ ଦୃଷ୍ଟିରୁ ଯୁକ୍ତିସଂଗତ ବୋଲି ଆବେଦନରେ କୁହାଯାଇଛି । ଆବେଦନକାରୀ ୮ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକରରୁ ବାଦ ଦେବାକୁ ନିବେଦନ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ବେଶ ବଳିଷ୍ଠ ମନେ ହେଉଛି ।

୮ ଲକ୍ଷରୁ କମ ଆୟକରୁଥିବା ପରିବାରକୁ ସଂରକ୍ଷଣ ଦେବା ବ୍ୟବସ୍ଥା କରି ସରକାର ଏହା ସ୍ୱୀକାର କରୁଛନ୍ତି ଯେ, ୮ ଲକ୍ଷ ଆୟକରୁଥିବା ବ୍ୟକ୍ତି ଆର୍ଥିକ ଭାବେ ଦୁର୍ବଳ । ଏମିତିରେ ସରକାର କେମିତି ଗରିବ ଲୋକଙ୍କଠାରୁ କର ଆଦାୟ କରିପାରିବେ । ଗତ କେଇ ବଜେଟରେ କେନ୍ଦ୍ର ସରକାର ଆୟକର ସ୍ଲାବ୍ ଅପରିବର୍ତ୍ତିତ ରଖିଛନ୍ତି । ଅନେକ ସମୟରେ ଆୟକର ସ୍ଲାବ ସୀମା ବଢାଇବାକୁ ଦାବି ହୋଇ ଆସୁଛି ।

ଅଦାଲତ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ ମାଡ୍ରାସ ହାଇକୋର୍ଟ୍ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି । ଏବେ କେନ୍ଦ୍ର ସରକାରଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହେବ ଯେ, ଆଗକୁ ଆୟକର ପରିସୀମା ବଦଳିବ କି ନାହିଁ । ସୂଚନାଯୋଗ୍ୟ ଯେ, ନିକଟରେ ସୁପ୍ରିମକୋର୍ଟ୍ ୧୦୩ ତମ ସମ୍ବିଧାନ ସଂଶୋଧନ ବିଲର ବୈଧତାକୁ କାୟମ ରିଖିତିଲେ । ଏଥିରେ ଆର୍ଥିକ ଅନଗ୍ରସର ବର୍ଗକୁ ସଂରକ୍ଷଣ ସୁବିଧା ଦିଆଯାଇଥିଲା । ଏଥିପାଇଁ ଆୟ ସୀମା ବାର୍ଷିକ ୭,୯୯,୯୯୯ ରଖାଯାଇଛି

ଆବେଦନକାରୀ କ’ଣ ପ୍ରଶ୍ନ ଉଠାଇଛନ୍ତି ?

ଆବେଦନକାରୀ କୁନ୍ନୁର ଶ୍ରୀନିବାସନ ମାଡ୍ରାସ ହାଇକୋର୍ଟରେ ନିବେଦନ କରିଛନ୍ତି ଯେ, ଯଦି କେନ୍ଦ୍ର ସରକାର ୭ ଲକ୍ଷ ୯୯ ହଜାର ୯୯୯ ଟଙ୍କା ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ଭାବେ ଦୁର୍ବଳ ବୋଲି ମାନନ୍ତି ତେବେ କେମିତି ବାର୍ଷିକ ଅଢେଇ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କଠାରୁ ଆୟକର ନେଇ ପାରିବେ । ଯଦି କେନ୍ଦ୍ର ସରକାର ୮ ଲକ୍ଷ ପର୍ଯ୍ୟନ୍ତ ଆୟକରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ଅନଗ୍ରସର ମାନୁଛନ୍ତି ତେବେ ସେମାନଙ୍କଠାରୁ ଆୟକର ମଧ୍ୟ ନେବା ଉଚିତ ନୁହେଁ

Leave A Reply

Your email address will not be published.

Close Bitnami banner
Bitnami