ନେହେରୁଙ୍କ ଭୁଲ ପାଇଁ ଭାରତ ହରାଉଛି ହଜାର ହଜାର କୋଟି,ଆକସାଇ ଚୀନରୁ ଡ୍ରାଗନ ଖନନ କରୁଛି ସୁନା,ଜିଙ୍କ୍

691

ଅକସାଇ ଚୀନରୁ ବାହାରୁଛି ସୁନାଖାଲି ସୁନା ନୁହେଁ ଜିଙ୍କ୍ ସହିତ ଆହୁରି ଅନେକ ଦୁର୍ଲଭ ଖଣିଜ ସମ୍ପଦ । ଯାହା ଚୀନକୁ ମାଲାମାଲ କରିବ । ଦେଶ ସ୍ୱାଧିନତା ପାଇବା ସମୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଅମଳରେ ହୋଇଥିବା ଦୁଇଟି ଯୁଦ୍ଧର ପରିଣାମ ଏବେ ଭାରତକୁ ହଜାର ହଜାର କୋଟି ଟଙ୍କା ହରାଇ ଶୁଝିବାକୁ ପଡ଼ୁଛି୧୯୪୮ରେ ପାକିସ୍ତାନ ସହିତ ଯୁଦ୍ଧ ବେଳେ ଭାରତ ଲଦ୍ଦାଖରେ ହରାଇଥିବା ଅଂଚଳ ପାକିସ୍ତାନ କବଜାରେ ଥିଲା । ଯାହାକୁ ପରେ ପାକିସ୍ତାନ ଚୀନକୁ ଦେଇ ଦେଇଥିଲା । ସେହି ସ୍ଥାନ ଅକସାଇ ଚୀନ୍ ଭାବେ ପରିଚିତଭାରତ ଏହାକୁ ନିଜର ଅଂଚଳ କହୁଥିବା ବେଳେ ଏବେ ଏହା ଚୀନ୍ କବଜାରେ ଅଛି । ସେହି ଅଂଚଳରେ ଚୀନ୍ ଏବେ ବିପୁଳ ଖଣିଜ ପଦାର୍ଥର ସନ୍ଧାନ ପାଇଛି । ରିପୋର୍ଟ ଅନୁସାରେ ଅକସାଇ ଚୀନରୁ ଡ୍ରାଗନ ଜିଙ୍କ୍ ଖନନ କରୁଛିଅକସାଇ ଚୀନରୁ ମିଳିଥିବା ଜିଙ୍କ ଭଣ୍ଡାର ଏସୀୟାର ସବୁଠାରୁ ବଡ଼ ଭଣ୍ଡାର ବୋଲି କୁହାଯାଉଛି

ଅକସାଇ ଚୀନରେ ଜିଙ୍କ୍ ଭଣ୍ଡାର

ପ୍ରାୟ ୪୦ ହଜାର ବର୍ଗ କିଲୋମିଟରର ଭାରତୀୟ ଭୂଭାଗ ଉପରେ ଚୀନର କବଜା ରହିଛି । ଏହି ଅଂଚଳରେ ୧୦ ହଜାର ଲୋକ ରୁହନ୍ତି । ସେଠାରେ ଯେଉଁ ଜିଙ୍କ୍ ଭଣ୍ଡାର ଠାବ ହୋଇଛି ତାହା ଏସିଆର ସବୁଠାରୁ ବୃହତମ ଭଣ୍ଡାର । କେବଳ ଏତିକି ନୁହେଁ ଅରୁଣାଚଳ ପ୍ରଦେଶକୁ ଲାଗିଥିବା ଅଂଚଳରେ ମଧ୍ୟ ଚୀନ୍ ସୁନା ଓ ରୂପାର ଭଣ୍ଡାର ପାଇଥିବା କୁହାଯାଉଛି । ଏହି ସୁନା ଓ ରୂପା ଖଣିର ମୂଲ୍ୟ ୬୦ ଶହ କୋଟି ଡଲାର ବୋଲି ଅନୁମାନ କରାଯାଉଛି ।

ଜିଙ୍କ୍ ଲିଡ୍ ଖନନ ପାଇଁ ଡ୍ରାଗନ ଯୋଜନା

ନେଦରଲ୍ୟାଣ୍ଡର ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟ ଓ ନେଦରଲାଣ୍ଡ ଡିଫେନ୍ସ ଆକାଡେମୀର ରାଇଜିଂ ଟେନସନ୍ ଇନ୍ ଦ ହିମାଲୟ ନାମକ ରିପୋର୍ଟ ଅନୁସାରେ ଆକସାଇ ଚୀନରେ ଡ୍ରାଗନ ଜିଙ୍କ ଓ ଲିଡ୍ ଖନନ ପାଇଁ ଯୋଜନା କରିଥିବା କୁହାଯାଇଛି । ସେହିଭଳି ଅରୁଣାଚଳ ପ୍ରଦେଶର ମ୍ୟାକମୋହନ୍ ଲାଇନଠାରୁ ମାତ୍ର ୫୦ କିମି ଦୂରରେ ଥିବା ଥିବା ଲୁଜେ କାଉଣ୍ଟିରେ ଚୀନ୍ ସେନା ସୁନା ଓ ରୂପା ଖଣିର ସନ୍ଧାନ ପାଇଥିବା ମଧ୍ୟ ଏଥିରେ ଉଲ୍ଲେଖ ଅଛି । ଏହା ସହିତ ଏହି ଅଂଚଳରେ ଚୀନ୍ ବ୍ରହ୍ମପୁତ୍ର ନଦୀରେ ବନ୍ଧ ବାନ୍ଧି ଭାରତକୁ ପାଣି ରୋକିବା ଯୋଜନା ଉପରେ କାମ କରୁଛି ।

ଅକସାଇ ଚୀନରେ ଏସିଆର ସବୁଠାରୁ ବଡ଼ ଜିଙ୍କ୍ ଭଣ୍ଡାର

ଚୀନକୁ ଅକସାଇ ଚୀନରେ ଏସୀଆର ସବୁଠାରୁ ବଡ଼ ଜିଙ୍କ୍ ଭଣ୍ଡାର ମିଳିଛି । ଏହା ଦୁନିଆର ସପ୍ତମ ବୃହତ୍ ଜିଙ୍କ୍ ଭଣ୍ଡାର । ଏହି ଭଣ୍ଡାରରୁ ଅତିକମରେ ୧ କୋଟି ୯୦ଲକ୍ଷ ଟନ୍ ଉଚ୍ଚ ଗୁଣବତା ବିଶିଷ୍ଟ ଜିଙ୍କ୍ ଓ ଲିଡ୍ ଖନନ କରାଯାଇ ପାରିବ ଚୀନ୍ ଏବେ ଜିଙ୍କ୍ ଓ ଲିଡ୍ ପାଇଁ ଲାଟିନ୍ ଆମେରିକୀୟ ଦେଶଙ୍କ ଉପରେ ନିର୍ଭରଶୀଳ । ଏହି ଜିଙ୍କ ଭଣ୍ଡାର ଚୀନକୁ ଅନ୍ୟ ଦେଶ ଉପେର ନିର୍ଭରଶୀଳତା ଉପରୁ ମୁକ୍ତି ଦେବ ।

ଭାରତ ପାଇଁ ବିରାଟ କ୍ଷତି

ଆକସାଇ ଚୀନ୍ ଯଦି ଏବେ ଭାରତ କବଜାରେ ଥାନ୍ତା ତେବେ ଭାରତକୁ ଜିଙ୍କ୍ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁନଥାନ୍ତା । ଜିଙ୍କ୍ ଓ ଲିଡ ପାଇଁ ଦୁନିଆରେ ଏବେ ଢେର ଚାହିଦା ରହିଛିଇଲେକ୍ଟ୍ରୋନିକ୍ସ,ମେସିନାରି,କେମିକାଲ,ସାର ଆଦିରେ ଜିଙ୍କ୍ ଓ ଲିଡ୍ ବ୍ୟବହୃତ ହୋଇଥାଏ ଭାରତ ଏବେ ବିଦେଶରୁ ଏସବୁ ଆମଦାନୀ କରୁଛି

Leave A Reply

Your email address will not be published.

Close Bitnami banner
Bitnami