ଦିଦି ଓ କେଜ୍ରିୱାଲଙ୍କ ରାଜ୍ୟରେ ମୋଦିଙ୍କ ଫ୍ୟାନ୍ ଅଧିକ, କେଉଁ ରାଜ୍ୟରେ ମୋଦି ବିରୋଧୀଙ୍କ ସଂଖ୍ୟା ସବୁଠୁ ଅଧିକ ?

381

୮ ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀରୁ ଦେଶକୁ ଶାସନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୮ ବର୍ଷ ଭିତରେ ନୋଟ୍ ବ୍ୟାନଠାରୁ କରୋନା ଲକଡାଉନ୍ ଦେଶ ଦେଖି ସାରିଛି । ଲକଡାଉନ୍ ପରବର୍ତ୍ତି ଭାରତରେ ଦରଦାମ ଆକାଶ ଛୁଆଁ ହୋଇଛିଏମିତିରେ ଲୋକଙ୍କ ଭିତରେ ମୋଦିଙ୍କୁ ନେଇ ସେହି ପୁରୁଣା କ୍ରେଜ୍ ଅଛି କି ନାହିଁ ? ମୋଦି ନିଜ ଜନାଧାର ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇଛନ୍ତି କି ? କେଉଁ କେଉଁ ରାଜ୍ୟରେ ମୋଦି ଲୋକପ୍ରିୟତାରେ ଟପ୍ ରେ ଅଛନ୍ତି ଓ କେଉଁଠି ତାଙ୍କୁ ଅଧିକ ନାପସନ୍ଦ କରାଯାଉଛି ? ଏହି ସବୁ ପ୍ରଶ୍ନକୁ ନେଇ ଗୋଟିଏ ସର୍ଭେ ଦେଶର ଏକ ଜାତୀୟ ଖବରକାଗଜ କରିଛି । ସର୍ଭେର ଫଳାଫଳରୁ ମୋଦିଙ୍କୁ ନାପସନ୍ଦ କରୁଥିବା ରାଜ୍ୟଙ୍କ ଅପେକ୍ଷା ତାଙ୍କୁ ପସନ୍ଦ କରୁଥିବା ରାଜ୍ୟଙ୍କ ଯେଉଁ ନାମ ସବୁ ଆସିଛି ତା’ ଅନେକଙ୍କୁ ଚମକାଇ ଦେଇଛି । ଦେଶର ସବୁଠାରୁ ବଡ଼ ମୋଦି ବିରୋଧୀ କୁହାଯାଉଥିବା ଦୁଇ ନେତାଙ୍କ ରାଜ୍ୟରେ ମୋଦିଙ୍କୁ ୯୦ ପ୍ରତିଶତ ଜନତା ପସନ୍ଦ କରୁଥିବା ଜଣା ପଡିଛି ।

ଦିଦି ଓ କେଜ୍ରିୱାଲଙ୍କୁ ଆହୁରି ଜୋର ଲଗାଇବାକୁ ପଡ଼ିବ

ଦେଶରେ ମୋଦିଙ୍କୁ ଯଦି କେହି ଚ୍ୟାଲେଂଜ୍ ଦେଇ ପାରିବେ ତେବେ ସେ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ ଓ ମମତା ବାନାର୍ଜୀ ବୋଲି କୁହାଯାଏ । କିନ୍ତୁ ସର୍ଭେ ରିପୋର୍ଟରୁ ଜଣା ପଡୁଛି ଯେ,ଏହି ଦୁଇ ରାଜ୍ୟର ସରକାର ଓ ଭୋଟରଙ୍କ ଉପରେ ଦୁଇ ନେତାଙ୍କ କବଜା ରହିଛି ସତ କିନ୍ତୁ ମୋଦିଙ୍କ ଫ୍ୟାନ୍ ସଂଖ୍ୟା ମଧ୍ୟ ଏହି ଦୁଇ ରାଜ୍ୟରେ ଅଧିକ । କଂଗ୍ରେସ ସରକାର ଥିବା ଛତିସଗଡରେ ୯୩ ପ୍ରତିଶତ ଜନତା ମୋଦିଙ୍କୁ ପସନ୍ଦ କରୁଛନ୍ତି । ଅର୍ଥାତ ମାତ୍ର ୭ ପ୍ରତିଶତ ଜନତା ମୋଦିଙ୍କୁ ପସନ୍ଦ କରୁନାହାନ୍ତି । ଅନ୍ୟପକ୍ଷରେ ଦିଲ୍ଲୀରେ ୯୧.୪ ପ୍ରତିଶତ ମୋଦିଙ୍କୁ ପସନ୍ଦ କରୁଥିବା ବେଳେ ୯ ପ୍ରତିଶତ ତାଙ୍କୁ ନାପସନ୍ଦ କରୁଛନ୍ତି । ମୋଦି ବିରୋଧୀ ମେଣ୍ଟର ଛାମୁଆଁ ମୁହଁ କୁହାଯାଉଥିବା କେଜ୍ରିୱାଲଙ୍କ ପାଇଁ ଏହା ନିଶ୍ଚିତ ରୂପେ ଭଲ ଖବର ନୁହେଁ । ସେହି ଭଳି ମୋଦି ବିରୋଧୀ ଶିବିରର ଆଉ ଜଣେ ବଡ଼ ନେତା ମମତା ବାନାର୍ଜୀଙ୍କ ରାଜ୍ୟରେ ମଧ୍ୟ ମୋଦି ଫ୍ୟାନଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକଆସାମରେ ମୋଦିଙ୍କୁ ୯୦ ପ୍ରତିଶତ, ହିମାଚଳ ପ୍ରଦେଶରେ ୮୮.୮ ପ୍ରତିଶତ ମୋଦିଙ୍କୁ ପସନ୍ଦ କରୁଛନ୍ତିଛତିଶଗଡ଼ ଭଳି କଂଗ୍ରେସ ଶାସିତ ରାଜ୍ୟରେ ମୋଦିଙ୍କୁ ୯୩ ପ୍ରତିଶତ ଜନତା ପସନ୍ଦ କରିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏତେ ସଂଖ୍ୟକ ଜନତା ତାଙ୍କୁ ପସନ୍ଦ କରୁନାହାନ୍ତି ।

ଏହି ୫ ରାଜ୍ୟ ମୋଦିଙ୍କୁ ନେଇ ଅସୁଖୀ

ମମତା ଓ କେଜ୍ରିୱାଲ ତଥା କଂଗ୍ରେସର ଛତିଶଗଡରେ ଯଦି ମୋଦିଙ୍କୁ ପସନ୍ଦ କରାଯାଉଛି ତେବେ ଦକ୍ଷୀଣ ଭାରତରେ ତାଙ୍କୁ ନାପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ । ଗୋଆରେ ସର୍ବାଧିକ ୩୫ ପ୍ରତିଶତ,ପଂଜାବରେ ୩୦.୩ ପ୍ରତିଶତ, ତାମିଲନାଡୁରେ ୨୮.୫ ପ୍ରତିଶତ,ଝାଡ଼ଖଣ୍ଡରେ ୨୫.୯ ପ୍ରତିଶତ ତାଙ୍କୁ ନାପସନ୍ଦ କରୁଛନ୍ତି । ବିଜେପି ଶାସିତ କର୍ଣ୍ଣାଟକରେ ୨୫.୬ ପ୍ରତିଶତ ମୋଦିଙ୍କୁ ପସନ୍ଦ କରୁନାହାନ୍ତି ।

Leave A Reply

Your email address will not be published.

Close Bitnami banner
Bitnami