କାହିଁକି ‘ଆରେଷ୍ଟ୍ କୋହଲି’ ?

325

ଟ୍ୱିଟର ଟ୍ରେଣ୍ଡରେ # ଆରେଷ୍ଟ କୋହଲି !

() ଟ୍ୱିଟରରେ ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି । ତେବେ ଅଚାନକ କାହିଁକି ଏଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଛି ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ନିକଟରେ କ୍ରିକେଟକୁ ନେଇ ତାମିଲନାଡୁରେ ହୋଇଥିବା ହତ୍ୟା ଘଟଣା ପରେ ଟ୍ୱିଟରରେ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହି ହତ୍ୟା ଅକ୍ଟୋବର ୧୧ ତାରିଖ ରାତିରେ ଘଟିଥିଲା ଦୁଇ ସାଙ୍ଗ ପି. ବିଘ୍ନେଶ ଏବଂ ଏସ. ଧର୍ମରାଜଙ୍କ ବିବାଦ ପରେ ଜଣେ ଆଉ ଜଣଙ୍କର ହତ୍ୟା କରିଦେଇଛି ବିଘ୍ନେଶ ରୋହିତ ଶର୍ମା ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସ ହୋଇଥିବା ବେଳେ ଧର୍ମରାଜ ଆରସିବି ତଥା କୋହଲିଙ୍କ ଫ୍ୟାନ୍ସ । ଉଭୟ ବନ୍ଧୁ ମଲ୍ଲୁର ନିକଟରେ ସିଡକୋ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟକୁ ଯାଇଥିଲେ । ସେଠାରେ ମଦ୍ୟପାନ କରିବା ସମୟରେ ଉଭୟଙ୍କ ମଧ୍ୟରେ କ୍ରିକେଟକୁ ନେଇ ଚର୍ଚ୍ଚା ହୋଇଥିଲା । ଉଭୟ ସାଙ୍ଗଙ୍କର ଗୋଟିଏ ଅଭ୍ୟାସ ଥିଲା ଯେ ସେମାନେ ଆରସିବି ଏବଂ ଏମଆଇର ପ୍ରତ୍ୟେକ ମ୍ୟାଚ ପରେ ପାର୍ଟି କରିଥାନ୍ତି । ଏଥିରେ ସେମାନେ ଗୋଟିଏ ସର୍ତ୍ତ ରଖୁଥିଲେ ଯେ ହାରୁଥିବା ଦଳର ସମର୍ଥକ ପାର୍ଟିର ସମସ୍ତ ଘର୍ଚ୍ଚ ଉଠାଇବ । ଏହି ଗଣ୍ଡଗୋଳ ଭିତରେ ଜଣେ ଆଉ ଜଣଙ୍କର ହତ୍ୟା କରିଦେଇଥିଲା । ତେବେ ଏହି ମାମଲାକୁ ନେଇ କୋହଲି ଏବଂ ରୋହିତଙ୍କ ଫ୍ୟାନ୍ସ ଟ୍ୱିଟରରେ ସାମ୍ନାସାମ୍ନି ହୋଇଯାଇଥିଲେ । ରୋହିତଙ୍କ ପ୍ରଶଂସକ ବିରାଟଙ୍କ ବିରୋଧରେ ଆରେଷ୍ଟ କୋହଲିର ହ୍ୟାସଟ୍ୟାଗ ଟ୍ରେଣ୍ଡ ଚଳାଇଥିଲେ । ଲମ୍ବା ସମୟ ଧରି ଫ୍ୟାନ୍ସ ପରସ୍ପର ବିରୋଧରେ ଟ୍ୱିଟରରେ ପୋଷ୍ଟ କରିଚାଲିଥିଲେ । ସେପଟେ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆରେ ଅଛନ୍ତି । ଏଠାରେ ଟି୨୦ ବିଶ୍ୱକପ ଖେଳିବା ପାଇଁ ପୂରା ଭାରତୀୟ ଟିମ ମଧ୍ୟ ଉପସ୍ଥିତ ରହିଛି ।

Leave A Reply

Your email address will not be published.

Close Bitnami banner
Bitnami