ଅଷ୍ଟ୍ରେଲିଆ ମୁଁହରୁ ମ୍ୟାଚ ଛଡେଇ ଆଣିଲେ ସାମୀ

232

ୱାର୍ମ ଅପ୍ ମ୍ୟାଚରେ ସାମୀଙ୍କ ଯାଦୁ

() ଟି-ଟ୍ୱେଣ୍ଟି ୱାର୍ମ ଅପ୍ ମ୍ୟାଚରେ ବିଚକ୍ଷଣ ବୋଲିଂ କରି ସମାଲୋଚକଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୟୁପି ଏକ୍ସପ୍ରେସ ମହମ୍ମଦ ସାମୀସିଲେକ୍ସନ କମିଟି ୱାର୍ଲଡ କପ୍ ଟିମ ଘୋଷଣା ବେଳେ ସାମୀଙ୍କୁ ଭରଷାକୁ ନେଇନଥିଲେ, ଆଉ ତାଙ୍କୁ ରଖିଥିଲେ ଷ୍ଟାଣ୍ଡ ବାଏରେ । ହେଲେ ବୁମରା ଓ ଚହଲ ଆହତ ହୋଇ ଟିମରୁ ଆଉଟ ହେବା ପରେ ସୂଯୋଗ ଯୁଟିଥିଲା ସାମୀଙ୍କ ଭାଗ୍ୟରେ । ଆଉ ଏଇ ସୂଯୋଗର ଭରପୁର ଫାଇଦା ଉଠାଇ ନିଜର ଦକ୍ଷତା ଦେଖାଇଥିଲେ ଚୟନକର୍ତ୍ତାଙ୍କୁ । ବିଶ୍ୱକପ୍ ମହାସମର ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମଅପ ମ୍ୟାଚର ଶେଷ ଓଭରରେ 3ଟି ୱିକେଟ ନେବା ସହ ଗୋଟିଏ ରନ ଆଉଟ କରି ଅଷ୍ଟ୍ରେଲିଆର ଆଁ ମୁହଁରୁ ମ୍ୟାଚ ଛଡାଇ ଆଣିଥିଲେ ଟିମ ଇଣ୍ଡିଆର ଏହି ଫାଷ୍ଟ ବୋଲରବିଜୟର ଦ୍ୱାର ଦେଶରେ ଛିଡା ହୋଇଥିବା କଙ୍ଗାରୁ ଦଳ ବି ସ୍ୱପ୍ନରେ ବି ଭାବିନଥିଲେ ଯେ ଶେଷରେ ଏମିତି ଚିତପଟାଙ୍ଗ ହେବାକୁ ପଡିବ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମରୁ ହିଁ ଆକ୍ରାମକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲେ ଇଣ୍ଡିଆନ ବ୍ୟାଟସମ୍ୟାନ । ଯଦିଓ ରୋହିତ ଟିକେ ଧିମା ଖେଳୁଥିଲେ ହେଲେ ବିଷ୍ଫୋରକ ମୁଡରେ ନଜର ଆସିଥିଲେ କେଏଲ ରାହୁଲ । ମାତ୍ର 33 ବଲରେ 3ଟି ଆକାଶଛୁଆଁ ଛକ୍କା ସହ 6ଟି ବୁଲେଟ୍ ମାର୍କା ଚୌକା ମାରି 57 ରନ କରିଥିଲେ ରାହୁଲ ରୋହିତ 15 ରନ ଓ କୋହଲି 19 ରନ କରି ଆଉଟ ହୋଇଥିବା ବେଳେ ରନ ମେସିନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଖେଳିଥିଲେ ଧୂଆଁଧାର ପାଳି । ସ୍କାଏ 33ଟି ବଲ ଖେଳି ଗୋଟିଏ ଛକ୍କା ଓ 6ଚି ଚୌକା ସହୟତାରେ କରିଥିଲେ 50 ରନ । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ ମେନ ଇନ ବ୍ଲୁ କରିଥିଲା 186 ରନ । ଅଷ୍ଟ୍ରେଲିଆ ପକ୍ଷରୁ ରିଚାର୍ଡସନ 4ଟି ୱିକେଟ ନେଇଥିବା ବେଳେ ଷ୍ଟାର୍କ, ମାକ୍ସୱେଲ ଓ ଆଗର ନେଇଥିଲେ ଗୋଟିଏ ଲେଖାଏଁ ୱିକେଟ ।

Leave A Reply

Your email address will not be published.

Close Bitnami banner
Bitnami