୨ ହଜାର କୋଟି ଟଙ୍କାର ଆୟୋଡିନ୍ ବଟିକା କିଣି ଠୁଳ କରିଛି ଆମେରିକା, ଜାଣନ୍ତୁ କାରଣ କ’ଣ

280

କରୋନା କାଳରେ ଆୟୋଡିନ୍ ଟିକା ଷ୍ଟକ୍ କରୁଛି ଆମେରିକା ଆମେରିକା ଦେଖାଦେଖି ୟୁରୋପର ଅନେକ ଦେଶ ମଧ୍ୟ ଫସଫେଟ୍ ଆୟୋଡାଇଡ୍ ବଟିକା କିଣି ଷ୍ଟକ୍ କରିବା ଆରମ୍ଭ କରିଦେଲେଣି । ଯେଉଁଥିପାଇଁ ଆୟୋଡିନ୍ ବଟିକା ଦାମରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ଏଇଠି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଆମେରିକା ଯଦି ଆୟୋଡିନ୍ ବଟିକା କିଣି ଥାକ ମାରୁଛି ତେବେ ଏହା ପଛରେ ବଡ଼ କାରଣ ଥିବ । ହୁଏତ କରୋନା ଭଳି ଆଉ ଗୋଟିଏ କିଛି ରୋଗ ଆସୁଛି । ସେଥିପାଇଁ ଅଙ୍କଲ ସାମ୍ ନିଜକୁ ପ୍ରସ୍ତୁତ କରୁଛି । ଆପଣ ଠିକ୍ ଭାବୁଛନ୍ତି କିନ୍ତୁ ଅନୁମାନରେ ଟିକିଏ ଭୁଲ ଅଛି । ଆମେରିକା କୌଣସି ରୋଗ ପାଇଁ ଆୟୋଡିନ୍ ବଟିକା କିଣୁନି । ପରମାଣୁ ଯୁଦ୍ଧ ପରିସ୍ଥିତିରେ ନିଜ ନାଗରିକଙ୍କୁ ବଂଚାଇବା ପାଇଁ ବଟିକା କିଣୁଛି ।

ପୁଟିନଙ୍କ ଧମକ ପରେ ଆୟୋଡିନ୍ ବଟିକା ଠୁଳ

ପରମାଣୁ ଆକ୍ରମଣ ଭୟରେ କେବଳ ଆମେରିକା ନୁହେଁ ୟୁରୋପର ଅନେକ ଦେଶ ମଧ୍ୟ ଆୟୋଡିନ ଠୁଳ କରିବାରେ ଲାଗିଲେଣି । ପରମାଣୁ ଯୁଦ୍ଧ ଓ ଆୟୋଡିନ୍ ମଧ୍ୟରେ ସମ୍ପର୍କ କ’ଣ ଜାଣିବା ଆଗରୁ ଜାଣିନିଅନ୍ତୁ କେଉଁ ଦେଶ ସବୁ ଆୟୋଡିନ୍ ଠୁଳ କରୁଛନ୍ତିପୁଟିନଙ୍କ କେଉଁ ଧମକ ସେମାନଙ୍କୁ ଏମିତି କରିବାକୁ ବାଧ୍ୟ କରିଛି ।

ଆମେରିକା ଭଳି ପୋଲାଣ୍ଡ,ବ୍ରିଟେନ୍ ଓ ୟୁରୋପିଆନ ୟୁନିୟନର ଅନେକ ଦେଶ ଆୟୋଡିନ୍ ବଟିକା କିଣିବାରେ ଲାଗିଛନ୍ତିପୋଲାଣ୍ଡର ୧୬ ପ୍ରଦେଶରେ ଆୟୋଡିନ୍ ବିତରଣ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହୋଇଛି ଦେଶର ୩୪ ଲକ୍ଷ ଜନସଂଖ୍ୟା ପାଇଁ ପୋଲାଣ୍ଡ ସରକାର ୫୫ ଲକ୍ଷ ଆୟୋଡିନ୍ ବଟିକା କିଣିଛନ୍ତି । ଏଣେ ୟୁରୋପୀୟ ସଂଘ ୟୁକ୍ରେନକୁ ୫୫ ଲକ୍ଷ ପୋଟାସିୟମ ଆୟୋଡାଇଡାଇଡ୍ ବଟିକା ପଠାଇବା କଥା କହିଛି ।

ସେପ୍ଟେମ୍ବର ୨୪ ତାରିଖ ଦିନ ଭ୍ଲାଦିମିର ପୁଟିନ ଧମକ ଦେଇ କହିଥିଲେ ଯେ ,ଆମେ ଦେଶର ସୁରକ୍ଷା ପାଇଁ ସବୁଠାରୁ ଭୟାନକ ଅସ୍ତ୍ର ମଧ୍ୟ ବ୍ୟବହାର କରିବୁ । ଆମ ପାଖରେ ଦୁନିଆର ସବୁଠାରୁ ଭୟାନକ ଅସ୍ତ୍ର ରହିଛିପାଶ୍ଚାତ୍ୟ ଦେଶ ତାଙ୍କ ଧମକକୁ ହାଲୁକାରେ ନିଅନ୍ତୁ ନାହିଁ ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ

ପୁଟିନଙ୍କ ସବୁଠାରୁ ଭୟାନକ ଅସ୍ତ୍ର ଦ୍ୱାର ବିଧ୍ୱଂସ ସୃଷ୍ଟିର ଧମକର ଅର୍ଥ ଭାବେ ପରମାଣୁ ଯୁଦ୍ଧକୁ ନିଆଯାଉଛି । ତେଣୁ ଆମେରିକା ଆୟୋଡିନ୍ ବଟିକା ଠୁଳ କରୁଛି ରାସାୟନିକ,ବାୟୋଲଜିକାଲ ଓ ପରମାଣୁ ଯୁଦ୍ଧରୁ ରକ୍ଷା ପାଇବା ପାଇଁ ଆମେରିକା ଭଳି ଦେଶ ଆୟୋଡିନ୍ ବଟିକା ଠୁଳ କରୁଛି ।

ଆୟୋଡିନ୍ କେମିତି ପରମାଣୁ ଆକ୍ରମଣ କାଳରେ ଜୀବନ ବଂଚାଏ ?

ଯେଉଁ ଅଂଚଳ ଉପରେ ପରମାଣୁ ଆକ୍ରମଣ ହୁଏ ସେଠାର ବାୟୁମଣ୍ଡଳରେ ରେଡିଓଆକ୍ଟିଭ ଆୟୋଡିନ୍ ଭାସିବାକୁ ଲାଗେ । ଏହାକୁ ଦେଖି ହୁଏନା କି ଛୁଇଁ ହୁଏନାଏହାର କୌଣସି ବାସ୍ନା ନଥାଏରେଡିଓଆକ୍ଟିଭ୍ ଆୟୋଡିନ୍ ବା ଆଇ-୧୩୧ ଶରିରରେ ପ୍ରବେଶ କରି କ୍ୟାନସର ,ଟ୍ୟୁମର,ଲୁକୋମିଆ,ଆଖି ରୋଗ ସୃଷ୍ଟି କରିବା ସହିତ ମାନସିକ ଅବସାଦର କାରଣ ହୋଇଥାଏ ଆଇ-୧୩୧ ସହିତ ସମ୍ପର୍କରେ ଆସିବା ଦ୍ୱାରା ମାତ୍ର କେଇ ଘଣ୍ଟା କିମ୍ବା ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ଏହିଭଳି ସମୟରେ ପ୍ରାକୃତିକ ଆୟୋଡିନ୍ କାମରେ ଆସିଥାଏ

ପ୍ରାକୃତିକ ଆୟୋଡିନ୍ ୩୭ ପ୍ରକାରର ହୋଇଥାଏ । ଏହା ମଧ୍ୟରୁ ଆୟୋଡିନ୍-୧୨୭ ମାନବ ଶରିରର କ୍ଷତି କରିନଥାଏ । ଏହି ଆୟୋଡିନ୍ ଆଇ ୧୩୧ରୁ ମଣିଷକୁ ରକ୍ଷା କରିଥାଏ ଦୁଇଟି ଔଷଧ ପୋଟାସିୟମ ଓ ଆୟୋଡିନକୁ ମିଶାଇ ପୋଟାସିୟମ ଆୟୋଡାଇଡ୍ ବଟିକା ତିଆରି । ଏହି ବଟିକା ଖାଇବା ଦ୍ୱାରା ଆଇ ୧୩୧ ଆୟୋଡିନ୍ ଶରିର ମଧ୍ୟକୁ ପ୍ରବେଶ କରି ପାରିନଥାଏ । ତେଣୁ ଆମେରିକା ଭଳି ଦେଶ ନିଜ ନାଗରିକଙ୍କ ପାଇଁ ପୋଟାସିୟମ୍ ଆୟୋଡାଇଡ୍ ଔଷଧ କିଣି ଷ୍ଟକ୍ ରଖୁଛନ୍ତି

ଆୟୋଡାଇଡ୍ ଫସଫେଟ୍ ବଟିକା ତିନୋଟି ବାଟରେ ଜୀବନ ରକ୍ଷା କରିଥାଏ ।

୧. ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ ଅର୍ଥାତ ସିଡିସି ଅନୁସାରେ ପୋଟାସିୟମ ଆୟୋଡାଇଡ୍ ଔଷଧରେ ନନ୍ ରେଡିଓଏକ୍ଟିଭ ଆୟୋଡିନ ଅଧିକ ମାତ୍ରାରେ ଥାଏ । ଫଳରେ ଏହି ଔଷଧ ଖାଇଥିବା ବ୍ୟକ୍ତିଙ୍କ ଶରିରରେ ଅଧିକ ମାତ୍ରାରେ ଆୟୋଡିନ ଥାଏ । ତେଣୁ ବାହାରୁ ଆଉ ଅଧିକ ଆୟୋଡିନ୍ ଶରିରକୁ ପ୍ରବେଶ କରି ପାରିନଥାଏ ।

୨.ପରମାଣୁ ବିସ୍ଫୋରଣ ପରେ ଆଇ-୧୩୧ ଶରିର ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ଥାୟରାଇଡ୍ ଗ୍ଲାଣ୍ଡରେ ଟିସ୍ୟୁ ସୃଷ୍ଟି ହୋଇଥାଏ । ଯାହାକୁ ଏହି ଔଷଧ ନଷ୍ଟ କରିଥାଏ ।

୩. ଆଇ-୧୩୧ ଶରିରରେ ପ୍ରବେଶ କରିବା ସହିତ ଟ୍ୟୁମର ସୃଷ୍ଟି ହୋଇଥାଏ । ଏହି ଔଷଧ ଟ୍ୟୁମରକୁ ନଷ୍ଟ କରିଥାଏ ।

ଏହା ଶତ ପ୍ରତିଶତ ସୁରକ୍ଷା ଦେଇଥାଏ କି ?

ସିଡିଏସ ଅନୁସାରେ ଏହା ଶତ ପ୍ରତିଶତ ସୁରକ୍ଷା ଦେଇନଥାଏ ।ଶରିର ମଧ୍ୟକୁ କେତେ କେତେ ରେଡିଓଆକ୍ଟିଭ୍ ଆୟୋଡିନ୍ ପ୍ରବେଶ କରିଛି ତା’ ଉପରେ ଔଷଧର ପ୍ରଭାବ ନିର୍ଭର କରିଥାଏ ୪୦ ବର୍ଷରୁ କମ ବୟସ୍କଙ୍କୁ ଏହି ଔଷଧ ଦିଆଯାଏ । ଗର୍ଭବତୀ ଓ ସ୍ଥନ୍ୟପାନ କରାଉଉଥିବା ମହିଳା ମଧ୍ୟ ଏହାକୁ ଖାଇ ପାରିବେ

ଆଗରୁ କେବେ ଏହି ଔଷଧ ବ୍ୟବହାର ହୋଇଛି ?

୧୯୮୬ ମସିହାରେ ସୋଭିଏତ ଋଷର ଚେର୍ଣ୍ଣୋଭିଲ ପରମାଣୁ ରିଆକ୍ଟର ଦୁର୍ଘଟଣା କାଳରେ ଲୋକଙ୍କୁ ଏହି ଔଷଧ ଦିଆଯାଇଥିଲା । ସେହିଭଳି ୨୦୧୧ରେ ଜାପାନରେ ଆସିଥିବା ସୁନାମୀ ଓ ଭୂକମ୍ପ କାଳରେ ଫୁକୁସିମା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା । ସେହି ସମୟରେ ଜାପାନ ସରକାର ନିଜ ନାଗରିକଙ୍କ ପାଇଁ ଏହି ଔଷଧ କିଣିଥିଲେ ।

Leave A Reply

Your email address will not be published.

Close Bitnami banner
Bitnami