ତାଇୱାନକୁ ଯଦି ଚୀନ ଅଧିକାର କରେ,ତେବେ ଡ୍ରାଗନର ପରବର୍ତ୍ତି ନିଶାନା ହେବ ଅରୁଣାଚଳ ପ୍ରଦେଶ

380

ତାଇୱାନକୁ ନେଇ ବିଶ୍ୱ ବ୍ୟାପି ଉତ୍ତେଜନାମୁଳକ ପରିସ୍ଥିତ ସୃଷ୍ଟି ହୋଇଛି ଗୋଟିଏ ପଟେ ଚୀନ ଥିବା ବେଳେ ଅନ୍ୟପଟେ ଆମେରିକା ରହିଛି । ଚୀନକୁ ତାଇୱାନ ମାମଲାରେ ଋଷର ସମର୍ଥନ ମିଳିବାର ସମ୍ଭାବନା ଥିବା ବେଳେ ଆମେରିକାକୁ ଜାପାନ ଓ ଅଷ୍ଟ୍ରେଲିଆ ଭଳି ସହଯୋଗୀ ରାଷ୍ଟ୍ରଙ୍କ ସମର୍ଥନ ମିଳିପାରେ । ଆମେରିକୀୟ ସଂସଦ ଅଧ୍ୟକ୍ଷ ନାନସୀ ପେଲୋସୀଙ୍କ ତାଇୱାନ୍ ଯାତ୍ରା ପରେ ଚୀନ ଉତକ୍ଷିପ୍ତ ହୋଇଥିଲା । ଏହାପରଠାରୁ କମ୍ୟୁନିଷ୍ଟ୍ ଚୀନ୍ ତାଇୱାନର ଘେରାବନ୍ଦୀ କରିଛିଚୀନ୍ ଲଢୁଆ ବିମାନ ତାଇୱାନକୁ ଉସକାଇବାରେ ଲାଗିଛନ୍ତି ତାଇୱାନ ଏକ ମାନ୍ୟତାପ୍ରାପ୍ତ ସ୍ୱାଧୀନ ରାଷ୍ଟ୍ର ନହୋଇଥିଲେ ମଧ୍ୟ ଆମେରିକା ଏହାର ସୁରକ୍ଷା ଗ୍ୟାରେଣ୍ଟି ଦେଇଥାଏ । ଅନ୍ୟପକ୍ଷରେ ଚୀନ୍ ତା’ର ‘ଏକକ ଚୀନ୍’ ମତବାଦକୁ ପୁରା କରିବାକୁ ଅଣ୍ଟା ଭିଡିଛି । ଏହି ନୀତି ଅନୁସାରେ ୧୯୪୮ରେ ମୁଳ ଭୂଖଣ୍ଡଠାରୁ ଅଲଗା ହୋଇଥିବା ତାଇୱାନକୁ ଚୀନ ସହିତ ମିଶାଇବା । ତାଇୱାନ ସଂକଟ ଜାରି ରହିଥିବା ବେଳେ ସୁରକ୍ଷା ବିଶେଷଜ୍ଞ ଭାରତକୁ ସତର୍କ କରାଇଛନ୍ତି । ସୁରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ଭାରତ ପାଇଁ ତାଇୱାନ୍ ହେଉଛି ଏକ ଟ୍ରେଲରଚୀନ୍ କମ୍ୟୁନିଷ୍ଟ ସେନା ଯଦି ତାଇୱାନ୍ ଉପରେ କବଜା କରିନିଏ ତେବେ ଡ୍ରାଗନ ବାହିନୀର ଆଗାମୀ ଟାର୍ଗେଟ୍ ହେବ ଭାରତର ଅରୁଣାଚଳ ପ୍ରଦେଶ । କାରଣ ଚୀନ୍ ଅରୁଣାଚଳକୁ ଭାରତର ଅଙ୍ଗ ବୋଲି ମାନେ ନାହିଁ ଚୀନ୍ ଅରୁଣାଚଳକୁ ନିଜ ଭୂମି ବୋଲି ଦାବି କରି ଆସୁଛି । ଆସନ୍ତୁ ଜାଣିବା କ’ଣ ପାଇଁ ସୁରକ୍ଷା ବିଶେଷଜ୍ଞ ଏଭଳି ଦାବି କରୁଛନ୍ତି

ସୁରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନୀ ଜାପାନୀ ଖବରକାଗଜ ନିକ୍କେଇରେ ଏକ ଲେଖା ଲେଖିଛନ୍ତି । ଏଥିରେ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଯଦି ଚୀନ୍ ତାଇୱାନ୍ ଉପରେ ବଳପୂର୍ବକ ଅଧିକାର କରେ ତେବେ ଡ୍ରାଗନର ଆଗାମୀ ଲକ୍ଷ୍ୟ ଭାରତର ଅରୁଣାଚଳ ପ୍ରଦେଶ ହେବଅରୁଣାଚଳ ପ୍ରଦେଶ ତାଇୱାନଠାରୁ ତିନିଗୁଣ ଅଧିକ କ୍ଷେତ୍ରଫଳ ବିଶିଷ୍ଟଚୀନ୍ ଆଗରୁ ଅରୁଣାଚଳକୁ ନିଜ ମ୍ୟାପରେ ନିଜ ପ୍ରଦେଶ ଭାବେ ଦେଖାଇ ଆସୁଛି ।ତେଣୁ ତାଇୱାନର ସୁରକ୍ଷା ଭାରତର ସୁରକ୍ଷା ପାଇଁ ଜରୁରୀ । ସେ ଲେଖିଛନ୍ତି ଯେ ୨୮ ମାସ ପରେ ମଧ୍ୟ ଚୀନ୍ ଲଦ୍ଦାଖ ଅଂଚଳରେ ନିଜ ଆକ୍ରାମକ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଣି ନାହିଁ

ଭାରତ ତାଇୱାନ୍ ସହିତ ନିଜର କୂଟନୈତିକ ସମ୍ବନ୍ଧକୁ ଅଧିକ ମଜବୁତ କରୁ

ଆମେରିକାର ଚର୍ଚ୍ଚିତ ପତ୍ରିକା ଫରେନ୍ ପଲିସି ନିଜର ଏକ ଆଲେଖ୍ୟ ‘‘ଇଣ୍ଡିଆଜ୍ ତାଇୱାନ୍ ମୁଭମେଣ୍ଟ୍’’ରେ କହିଛି ଯେ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସ୍ଥିତି ବଦଳି ଗଲାଣି ଓ ବର୍ତ୍ତମାନ ଭାରତକୁ ନିଜ ତାଇୱାନ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ପଡିବଭାରତ ପାଇଁ ତାଇୱାନ୍ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାର ସମୟ ଆସିଛି ବୋଲି ପତ୍ରିକା କହିଛି । ପତ୍ରିକା କହିଛି ଯେ, ଜନତାଙ୍କ ଉତ୍ସାହ ଓ ସେମିକଣ୍ଡକ୍ଟର ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ତିଆରି ହୋଇନଥାଏ ଭାରତ ତାଇୱାନ ସହିତ ସମ୍ପର୍କକୁ ବହୁତ ସାବଧାନତାର ସହିତ ତିଆରି କରିଛି ଓ ଭାରତ ଏହା ମଧ୍ୟ ଜାଣିଛି ଯେ, ସିଏ ଚୀନର ଲକ୍ଷ୍ମଣରେଖାର ପରିକ୍ଷଣ କରୁଛି ଚୀନ ଯଦି ସଫଳତାର ସହିତ ତାଇୱାନକୁ ଅଧିକାର କରେ କିମ୍ବା ତାଇୱାନର ଆର୍ଥିକ ଘେରାବନ୍ଦୀ କରେ ତେବେ ଏହା ଦ୍ୱାରା ସେମିକଣ୍ଡକ୍ଟର ରପ୍ତାନୀ ପ୍ରଭାବିତ ହେବ

ଫରେନ୍ ପଲିସି ଅନୁସାରେ ଚୀନର ଏହି ପଦକ୍ଷେପ ଦ୍ୱାରା ଭାରତର ବନ୍ଧୁ ଜାପାନ ଓ ଆମେରିକାକୁ ଅପମାନିତ ହେବାକୁ ପଡ଼ିପାରେ । ଏହାଦ୍ୱାରା ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଚୀନର ପ୍ରଭାବ ବୃଦ୍ଧି ପାଇବ । ଏହା ସ୍ୱତନ୍ତ୍ର ଓ ମୁକ୍ତ ପ୍ରଶାନ୍ତ ମହାସାଗର ବିଚାର ପାଇଁ ଘାତକ ସାବ୍ୟସ୍ତ ହେବ । ତେଣୁ ଭାରତ ପକ୍ଷରେ ତାଇୱାନକୁ ନେଇ ନିଜ ନୀତିରେ ତୁରନ୍ତ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରଥମେ ତାଇୱାନକୁ ଅନ୍ତର୍ଜାତୀୟ ଟେକନିକ୍ ସଂଗଠନରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିବା ପାଇଁ ଜି-୭ ଦେଶଙ୍କ ଉଦ୍ୟମକୁ ଭାରତ ସମର୍ଥନ ଦେବାକୁ ପଡ଼ିବ ଦ୍ୱିତୀୟତଃ ତାଇୱାନ ସହିତ ଭାରତ ପୂର୍ବଭଳି କୂଟନୈତିକ ସମ୍ପର୍କ ସ୍ଥାପିତ କରିବା ଆବଶ୍ୟକ

ଏକ ଚୀନ୍’ ନୀତିକୁ ନେଇ ଭାରତ ଡ୍ରାଗନକୁ ଦେଇଛି ଝଟକା

ସୂଚନାଯୋଗ୍ୟ ଯେ,ତାଇୱାନ ସଂକଟକୁ ନେଇ ଭାରତ ମପାଚୁପା ପ୍ରତିକ୍ରିୟା ଦେଇଛିଭାରତ ଯଥାସ୍ଥିତି ପରିବର୍ତ୍ତନ ପାଇଁ ଏକତରଫା ପ୍ରୟାସରୁ ସବୁପକ୍ଷ ବିରତ ରୁହନ୍ତୁ ବୋଲି ଅନୁରୋଧ କରିଛି । କେବଳ ଏତିକି ନୁହେଁ ଭାରତ ଚୀନର ଦାବି ସତ୍ୱେ ୨୦୧୦ ପରଠାରୁ ’ଏକ ଚୀନ୍’ ନୀତିକୁ ନେଇ କୌଣସି ବିବୃତି ଦେଇ ନାହିଁ ବିଶେଷଜ୍ଞଙ୍କ ଅନୁସାରେ ଏଭଳି କରି ଭାରତ ଚୀନକୁ ସମାଲୋଚନା କରିଛି । ଚୀନର ଚାପ ପରେ ପାଖାପାଖି ଏକ ଡଜନରୁ ଅଧିକ ଦେଶ ‘ଏକ ଚୀନ୍ ନୀତି’କୁ ସମର୍ଥନ କରିଛନ୍ତିଭାରତର ସବୁ ପଜ଼ୋଷୀ ରାଷ୍ଚ୍ର ଏକ ତୀନ୍ ନୀତିକୁ ସମର୍ଥନ କରିଥିବା ବେଳେ ନୂଆଦିଲ୍ଲୀ ଏହାର ସମର୍ଥନରେ କୌଣସି ବୟାନ ଦେଇନାହିଁ । ସୂଚନାଯୋଗ୍ୟ ଯେ, ଚୀନ୍ ତା’ର ଏକ ଚୀନ୍ ନୀତିରେ ଭାରତର ଅରୁଣାଚଳ ପ୍ରଦେଶକୁ ମଧ୍ୟ ସାମିଲ କରିଛିଭାରତ ଯଦି ଏକ ଚୀନ ନୀତିକୁ ସମର୍ଥନ କରୁଛି ତେବେ ଅରୁଣାଚଳ ପ୍ରଦେଶ ଚୀନର ବୋଲି ତାକୁ ମାନିବାକୁ ପଡ଼ିବ । ତେଣୁ ଭାରତ ଏହି ନୀତିକୁ ସମର୍ଥନ କରୁନାହିଁ ଭାରତର ଏହି ମନୋଭାବ କାରଣରୁ ଚୀନ୍ ମଝିରେ ମଝିରେ ଏକ ଚୀନ ନୀତି ସମର୍ଥନରେ ନୂଆଦିଲ୍ଲୀ ବିବୃତି ଦେଉ ବୋଲି ଦାବି କରିଥାଏ ।

Leave A Reply

Your email address will not be published.

Close Bitnami banner
Bitnami