ପାକିସ୍ତାନରୁ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ, ପାକ୍ ସାମ୍ବାଦିକଙ୍କ ଅନୁସାରେ ଅନସାରୀଙ୍କ ପାଇଁ ହାସଲ କରିଥିଲେ ଗୁପ୍ତତଥ୍ୟ

447

ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀ ପୁଣିଥରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜା ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ଭାରତରେ ରାଜନୈତିକ ଝଡ଼ ସୃଷ୍ଟି କରିଛି । ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାରରେ ଆସି ସାମ୍ବାଦିକ ନୁସରତ ମିର୍ଜା ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ତତ୍କାଳୀନ ଉପ ରାଷ୍ଟ୍ରପତି ହମିଦ ଅଂସାରୀ ଏବଂ ଏକ ଇଂରାଜୀ ଖବରକାଗଜ ମିଲି ଗ୍ୟାଜେଟର ସଂସ୍ଥାପକ ଜଫରୁଲ ଇସଲାମ ଖାନଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଯାଇଥିଲେ । ସେହି ସମୟରେ ତାଙ୍କୁ ଭାରତରେ ଅନେକ ସମ୍ବେଦନଶୀଳ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସବୁ ଗୁଇନ୍ଦା ସୂଚନାକୁ ସେ ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇକୁ ହସ୍ତାନ୍ତର କରିଥିବା କଥା ସ୍ୱୀକାର କରିଛନ୍ତି । ମିର୍ଜାଙ୍କ ଏହି ଦାବି ପରେ ସାମାଜିକ ଗଣମାଧ୍ୟମରେ ହଙ୍ଗାମା ସୃଷ୍ଟି ହୋଇଛି । ଟ୍ୱିଟରରେ ଭାରତୀୟ ୟୁଜରମାନେ ହମିଦ ଅଂସାରୀ ଏବଂ ଜଫରୁଲ ଇସ୍ଲାମଙ୍କୁ ଭର୍ସନା କରୁଛନ୍ତି । ତେବେ ଏହି ଘଟଣା ୨୦୧୧ ମସିହାର ଘଟିଥିଲା । ସେ ମସୟରେ କଂଗ୍ରେସ ସରକାର ଅର୍ଥାତ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ । ଟ୍ୱିଟରରେ ବିଜେପି ନେତା ଓ ଅନ୍ୟମାନେ ଏହି ସାକ୍ଷାତକାରର ଭିଡିଓ ଟ୍ୱିଟ କରି କଂଗ୍ରେସ ଦଳ ଏବଂ ହମିଦ ଅଂସାରୀଙ୍କୁ ଦେଶଦ୍ରୋହୀ କହିଛନ୍ତି । ଉପରାଷ୍ଟ୍ରପତି ରହିଥିଲେ ମଧ୍ୟ କିପରି ଭାବେ ଭାରତର ସୁରକ୍ଷା ସହ ଅଂସାରୀ ସାଲିସ କଲେ ବୋଲି ପ୍ରଶ୍ନ କରାଯାଇଛି । ଭାରତୀୟ ଗୁଇନ୍ଦା ବିଭାଗ RAWର ପୂର୍ବତନ ଅଧିକାରୀ ଏନକେ ସୁଦ ହମିଦ ଅଂସାରୀଙ୍କ ବିରୋଧରେ ଲଗାଇଥିବା ଅଭିଯୋଗକୁ ଏବେ ମନେପକାଇଛନ୍ତି ଲୋକମାନେ । ୨୦୧୯ର ଏକ ଟ୍ୱିଟକୁ ୟୁଜରମାନେ ରିଟ୍ୱିଟ କରୁଛନ୍ତି । ୨୦୧୯ରେ ଏନକେ ସୁଦ ଏକ ଟ୍ୱିଟ କରି କହିଥିଲେ, ମୁଁ ଇରାନର ରାଜଧାନୀ ତେହରାନରେ ରହିବା ସମୟରେ ହମିଦ ଅଂସାରୀ ରାଷ୍ଟ୍ରଦୂତ ଭାବେ ତେହରାନର ଥିଲେ । ସେ ସମୟରେ ଅଂସାରୀ RAW ସେଟଅପ ସମ୍ପର୍କରେ ଖୁଲାସା କରି ର’ ୟୁନିଟ ସଦସ୍ୟଙ୍କ ଜୀବନ ବିପଦରେ ପକାଇଥିଲେ । ଏଭଳି ଲୋକଙ୍କୁ ଆମ ଦେଶରେ ଦୁଇ ଦୁଇ ଥର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଦିଆଗଲା । ଏହି ଟ୍ୱିଟକୁ ଆଜି ପୁଣିଥରେ ବିଜେପିର ସଂକ୍ରାନ୍ତ ସାନୁ ରିଟ୍ୱିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି ।

ସୂଚନାଯୋଗ୍ୟ ଯେ, ହମିଦ୍ ଅନସାରୀଙ୍କୁ ନେଇ ଏଭଳି ଅଭିଯୋଗ ନୁଆ ନୁହେଁ । ଆଗରୁ ମଧ୍ୟ ତାଙ୍କୁ ନେଇ ଏମିତି ଅଭିଯୋଗ ହୋଇଥିଲା । ଭାରତୀୟ ଗୁଇନ୍ଦା ଏଜେନ୍ସି ଏନ କେ ସୁଦ୍ ୨୦୧୯ରେ ଅଭିଯୋଗ କରିଥିଲେ ଯେ, ତେହେରାନରେ ଭାରତୀୟ ରାଷ୍ଟ୍ରଦୂତ ଥିବା ବେଳେ ଅନସାରୀଙ୍କ ପାଇଁ ଅନେକ ଭାରତୀୟ ଏଜେଣ୍ଟଙ୍କ ପରିଚୟ ଜଣା ପଡିଯାଇଥିଲା । ସେମାନଙ୍କୁ ତୁରନ୍ତ ଇରାନ ଛାଡିବାକୁ ପଡିଥିଲା୨୦୧୪ ପରଠାରୁ ଭାରତରେ ମୁସଲମାନ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ବାରମ୍ବାର ଅନସାରୀ କହିଥିଲେ । ତାଙ୍କର ଏଭଳି ଆଲୋଚନା ପରେ ସୁଦ୍ ଏହି କଥା ଉଠାଇଥିଲେ ।

Leave A Reply

Your email address will not be published.

Close Bitnami banner
Bitnami