ଭାରତରେ ଗୋଟିଏ ବୟାନକୁ ନେଇ ଏତେ ହଙ୍ଗାମା କିନ୍ତୁ କ’ଣ ପାଇଁ ଚୀନକୁ ବରଦାସ୍ତ କରୁଛନ୍ତି ମୁସଲିମ୍ ରାଷ୍ଟ୍ର ?

547

ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶବ୍ୟାପି ମୁସଲିମ୍ ସମ୍ପ୍ରଦାୟ ତରଫରୁ ପ୍ରତିବାଦ ହେଉଛି । ଶୁକ୍ରବାର ଦିନ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ଉତ୍ତରପ୍ରଦେଶରୁ କେରଳ ପର୍ଯନ୍ତ ନମାଜ ପରେ ବିକ୍ଷୋଭ ପ୍ରଦର୍ଶନ ହେଇଛି । ଅନେକ ସ୍ଥାନରେ ବିକ୍ଷୋଭ ହିଂସାର ରୂପ ନେଇଛି । ରାଂଚିରେ ତ’ ପୋଲିସ ଖୋଦ ଆକ୍ରମଣର ଶିକାର ହୋଇଛି । ଜଣେ ପୋଲିସଙ୍କୁ କାନ୍ଦି କାନ୍ଦି ଅଧିକ ଫୋର୍ସ ପାଇଁ ନିଜ ଅଧିକାରୀଙ୍କୁ ନିବେଦନ କରିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନେକ ସ୍ଥାନରେ ନୂପୁରଙ୍କ କୁଶପୁତଳିକାକୁ ଫାଶୀ ଦିଆଯାଇଛି । ଏହାରି ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଭାରତରେ ଗୋଟିଏ ବୟାନକୁ ନେଇ ଏତେ ହଙ୍ଗାମା ସୃଷ୍ଟି ହୋଇଥିବା ବେଳେ ଚୀନରେ ମୁସଲିମଙ୍କ ଉପରେ ଯେଉଁଭଳି ଦମନଲୀଳା ଚାଲିଛି ତାକୁ ନେଇ ମୁସଲିମ ରାଷ୍ଟ୍ର ଗୁଡିକ ନିରବ କାହିଁକି ?

ଭାରତ ବିରୋଧରେ ୧୬ ମୁସଲିମ ରାଷ୍ଟ୍ର ଏକାଠି ହେବା ପରେ ଏହି ପ୍ରଶ୍ନ ଉଠିଛି । ଇରାକ, ଇରାନ, କୁଏତ, କତର, ସାଉଦି ଆରବଠାରୁ ଇଣ୍ଡୋନେସିଆ ଭଳି ଦେଶ ଭାରତକୁ କ୍ଷମା ମାଗିବାକୁ ଦାବି କରିଛନ୍ତି । କିନ୍ତୁ ଏହି ଦେଶ ଗୁଡିକ ଚୀନର ଉଇଘର ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଅସ୍ୱାଭବିକ ନିରବତ ଅବଲମ୍ବନ କରନ୍ତି ।

ତେବେ ଉଇଘର ମୁସଲିମଙ୍କ ଉପରେ ଅତ୍ୟାଚାର ବାବଦରେ ମୁସଲିମ୍ ରାଷ୍ଟ୍ର ସବୁ ନିରବ କାହିଁକି ? ଚୀନ ଓ ମୁସଲିମ ରାଷ୍ଟ୍ରଙ୍କ ମଧ୍ୟରେ ଏଭଳି ବନ୍ଧୁତାର କାରଣ କ’ଣ ? ଆସନ୍ତୁ ଜାଣିବ…

କେତେ ଅତ୍ୟାଚାର ?

୧. ଉଇଘର ମୁସଲିମଙ୍କୁ ଦାଢି ରଖିବାକୁ ଚୀନ୍ ମନା କରିଛି । ଦାଢି ରଖୁଥିବା ମୁସଲିମଙ୍କୁ ଜୋର ଜବରଦସ୍ତ ଖିଅର କରିବା ସହିତ ସେମାନଙ୍କୁ ଲେବର କ୍ୟାମ୍ପକୁ ପଠାଯାଏ
୨. ୨୦୧୪ ପରଠାରୁ ଚୀନର ବିଭିନ୍ନ ଲେବରକ୍ୟାମ୍ପରେ ୧୦ ଲକ୍ଷରୁ ଅଧିକ ମୁସଲିମ ବନ୍ଦୀ ଅଛନ୍ତି ।
୩. ୨୦୧୭ ପରଠାରୁ ଚୀନର ଶିଆନଜିଙ୍ଗ୍ ପ୍ରଦେଶରେ ୧୭ ହଜାରରୁ ଅଧିକ ମସଜିଦକୁ ଚୀନ ସରକାର ଭାଙ୍ଗି ଦେଇଛନ୍ତି ।
୪. ଉଇଘର ମୁସଲିମଙ୍କ ବଳପୂର୍ବକ ବନ୍ଧ୍ୟାକରଣ କରାଯାଇଥାଏ । ସେମାନଙ୍କୁ ବିନା ମଜୁରୀରେ କାମରେ ଲଗାଯାଏ ।
୫. ରମଜାନରେ ଉପବାସ ରଖିବା ବ୍ୟାନ୍ । ଉପବାସ ରଖୁଥିବା ମୁସଲିମଙ୍କୁ ବଳପୂର୍ବକ ଖାଦ୍ୟ ଦିଆଯାଏ
୬. ୨୦୧୪ ରୁ ୨୦୨୨ ମଧ୍ୟରେ ୬୩୦ରୁ ଅଧିକ ମୌଲାନାଙ୍କୁ ଗିରଫ କରାଯାଇଛି ।

ଚୀନ ସରକାରଙ୍କୁ ମୁସଲିମ୍ ରାଷ୍ଟ୍ରଙ୍କ ସମର୍ଥନ

ମୁସଲିମ ରାଷ୍ଟ୍ର ଉଇଘର ମାମଲାରେ କେବଳ ଚୀନର ସମର୍ଥନ କରୁନାହାନ୍ତି ଅଧିକନ୍ତୁ ଉଇଘର ମୁସଲିମଙ୍କ ବିରୋଧରେ ଚୀନ ନେଉଥିବା ପଦକ୍ଷେପକୁ ସମର୍ଥନ କରନ୍ତି । ଚୀନ୍ ଇସାରାରେ ମିଶର,ମରୋକୋ,କତର,ସାଉଦି ଆରବ,ସିରିଆ ଓ ୟୁଏଇ ଭଳି ଦେଶ ଉଇଘର ମୁସଲିମଙ୍କୁ ଗିରଫ କରିବା ସହିତ ଚୀନକୁ ପ୍ରତ୍ୟାର୍ପଣ କରୁଛନ୍ତି । ଉଇଘର ମୁସଲିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଚୀନ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଚାର କରୁଛି । ଆଉ ଆରବର ମୁସଲିମ ରାଷ୍ଟ୍ର ସବୁ ଜାଣି ମଧ୍ୟ ଚୀନ୍ ଆଗରେ ଚୁପ୍ ଅଛନ୍ତି । ଏମିତିକି ମୁସଲିମ୍ ରାଷ୍ଟ୍ରଙ୍କ ସଂଗଠନ ଓଆଇସି ଚୀନକୁ ମୁସଲମାନଙ୍କ ପ୍ରତି ଉଦାରତା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛିସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଶିନଜିଆଙ୍ଗ ପ୍ରଦେଶରେ ଉଇଘର ମୁସଲମାନଙ୍କ ବିରୋଧରେ ଚୀନ୍ କାର୍ଯ୍ୟାନୁଷ୍ଠାନକୁ ଆତଙ୍କବାଦ ବିରୋଧି କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ।

ଚୀନକୁ ସମର୍ଥନ କାହିଁକି ?

ତିନୋଟି କାରଣ ପାଇଁ ଚୀନକୁ ମୁସଲିମ୍ ରାଷ୍ଟ୍ର ସମର୍ଥନ କରୁଛନ୍ତି ବା ସବୁ ଜାଣିକି ମଧ୍ୟ ନିରବତା ଅବଲମ୍ବନ କରୁଛନ୍ତି । ପ୍ରଥମ କାରଣ ହେଉଛି ଚୀନର ବେଲ୍ଟ୍ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟ ଆଗରେ ମୁସଲିମ୍ ରାଷ୍ଟ୍ର ସବୁ ନତମସ୍ତକ ହୋଇଛନ୍ତି । ଚୀନ ସହିତ ସବୁ ମୁସଲିମ ରାଷ୍ଟ୍ରଙ୍କର ଆର୍ଥିକ ସମ୍ପର୍କ ରହିଛିଉଇଘର ମୁସଲିମଙ୍କୁ ସମର୍ଥନ କରି ମୁସଲିମ ରାଷ୍ଟ୍ର ଚୀନକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ।

ଦ୍ୱିତୀୟ କାରଣ ହେଉଛି ମୁସଲିମ ରାଷ୍ଟ୍ରରେ ଚୀନର ବ୍ୟାପକ ନିବେଶରିପୋର୍ଟ ଅନୁସାରେ ୫୦ ମୁସଲିମ୍ ରାଷ୍ଟ୍ରରେ ୬ଶହ ଅଲଗା ଅଲଗା ପ୍ରୋଜେକ୍ଟ ମାଧ୍ୟମରେ ଚୀନ୍ ୩୧ ଲକ୍ଷ କୋଟି ଟଙ୍କା ନିବେଶ କରିଛି । ଏହି କାରଣ ପାଇଁ ମୁସଲିମ୍ ରାଷ୍ଟ୍ର ଚୀନକୁ ବିରୋଧ କରୁନାହାନ୍ତି ।

ତୃତୀୟ କାରଣ ହେଉଛି ମୁସଲିମ ରାଷ୍ଟ୍ରଙ୍କ ନିଜ ମାନବାଧିକାର ରେକର୍ଡ୍ । ମୁସଲିମ୍ ରାଷ୍ଟ୍ର ଗୁଡିକ ମାନବାଧିକାରକୁ ନେଇ ଚୀନକୁ ଆଲୋଚନା କରି ନିଜ ଅସଲ ରୂପ ପଦାରେ ପକାଇବାକୁ ଚାହାନ୍ତି ନାହିଁ । କାରଣ ସେମାନେ ଜାଣନ୍ତି ଚୀନକୁ ସମାଲୋଚନା କଲେ ସେମାନଙ୍କ ନିଜ ମାନବାଧିକାର ରେକର୍ଡର ମଧ୍ୟ ତର୍ଜମା ହେବ । ତେଣୁ ସେମାନେ ଚୀନ ବିରୋଧରେ ମୁହଁ ଖୋଲନ୍ତି ନାହିଁକିନ୍ତୁ ଭାରତ କଥା ଉଠିଲେ ମୁସଲିମ ଜଗତର ଏହି ସ୍ୱୟମ୍ଭୁ ଠିକାଦାର ମାନେ ତତ୍କାଳ ମୁହଁ ଖୋଲନ୍ତି ।

Leave A Reply

Your email address will not be published.

Close Bitnami banner
Bitnami