ଦୁନିଆର ଏକମାତ୍ର ସହର ଯେଉଁଠି ଚାଲେନା ମୋବାଇଲ କି ଟିଭି

364

ଆମେ ଡିଜିଟାଲ ଯୁଗରେ ବଂଚୁଛେ । ୪ ଜି ପରେ ଦୁନିଆ ୫ ଜି ଆଡକୁ ଅଗ୍ରସର ହେଉଛି । ଛୋଟରୁ ଛୋଟ କାମ ପାଇଁ ଡିଜିଟାଲ ମିଡିଆ ଉପରେ ନିର୍ଭରଶୀଳ ଦୁନିଆ । ଟିଭି ଓ ରେଡିଓକୁ ଛାଡନ୍ତୁ ଆଜିର ସମୟରେ ମୋବାଇଲ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡିଭାଇସ୍ । ଏହା ବିନା ଗୋଟିଏ ମିନିଟ୍ କାଟିବା ବି ଅସମ୍ଭବ ହୋଇପଡେ । ସ୍ମାର୍ଟ୍ ଫୋନ୍ ଉପରେ ଆମ ନିର୍ଭରଶୀଳତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିରେ ଯଦି ଆମେ ଆପଣଙ୍କୁ କହିବୁ ଯେ, ବିଶ୍ୱରେ ଏମିତି ଗୋଟିଏ ସହର ଅଛି ଯେଉଁଠାରେ ଲୋକ ମୋବାଇଲ ଫୋନ୍ ଓ ଟିଭି ଦେଖିବା ପାଇଁ ଆତୁର କିନ୍ତୁ ସେମାନଙ୍କୁ ଏଥିପାଇଁ ଅନୁମତି ନାହିଁ । ଏବେ ଆପଣ ଭାବୁଥିବେ ଯେ, ନିଶ୍ଚିତ ଭାବେ ଏହି ସହର ଉତ୍ତର କୋରିଆରେ ଥିବଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଏମିତି ଅଖାଡୁଆ ଆଦେଶ ଦେଇଥିବ । କିନ୍ତୁ ଆପଣ ଭୁଲ ଭାବିଛନ୍ତି । ଏହି ସହର ଉତ୍ତର କୋରିଆରେ ନାହିଁ । ଏହା ଦୁନିଆର ଏକ ନମ୍ବର ଦେଶ ଆମେରିକାରେ ଅଛି । ଆସନ୍ତୁ ଜାଣିବା ଆମେରିକାରେ ରହିଥିବା ଏହି ସହରର ଲୋକଙ୍କ ପାଇଁ ମୋବାଇଲ ଓ ଟିଭି କାହିଁକି ମନା ।

ଆମେରିକାର ଏହି ସହରରେ ମୋବାଇଲ ଧରିଲେ ଜେଲ୍ !

ଯେଉଁ ସହରର କଥା ଆମେ କହୁଛୁ ସେହି ସହର ଆମେରିକାରେ ରହିଛି । ଆମେରିକାର ଏହି ସହରରେ ମୋବାଇଲ, ଟିଭି ଓ ରେଡିଓ ବ୍ୟାନ୍ । କେହି ମଧ୍ୟ ଏହି ତିନୋଟି ଜିନିଶର ବ୍ୟବହାର କରିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଅମାନିଆ ହୋଇ ଏହି ତିନୋଟି ସାମଗ୍ରୀ ବ୍ୟବହାର କରି ଧରାପଡନ୍ତି ତେବେ ତାଙ୍କୁ ଜେଲ ଯିବାକୁ ପଡିଥାଏ । ଏହି ଅଜବ ସହରର ନାମ ହେଉଛି ଗ୍ରୀନ୍ ବ୍ୟାଙ୍କ୍ଆମେରିକାର ପଶ୍ଚିମ ଭର୍ଜିନିଆର ପୋକହଣ୍ଟସରେ ଏହି ସହରର ରହିଛି । ଏହି ସହରର ଲୋକସଂଖ୍ୟା ପ୍ରାୟ ୧୫୦ । କିନ୍ତୁ କାହାରି ପାଖରେ ମଧ୍ୟ ମୋବାଇଲ କିମ୍ବା ଟିଭି ନାହିଁ । ତେବେ ଏହାର ବିଶେଷ କାରଣ ରହିଛି । ଆସନ୍ତୁ ଜାଣିବା କାରଣ କ’ଣ ?

ଗୋଟିଏ ଟେଲିସ୍କୋପ୍ ପାଇଁ ସବୁ ପାଲା

ଗ୍ରୀନ୍ ବ୍ୟାଙ୍କ ସିଟିରେ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ସାମାନା ରଖିବା ମନା । ପ୍ରକୃତରେ ଏହି ସହରରେ ରହିଛି ଦୁନିଆର ସବୁଠାରୁ ବଡ ଷ୍ଟିୟରବୁଲ ରେଡିଓ ଟେଲିସ୍କୋପ୍ । ଏହାକୁ ଗ୍ରୀନ୍ ବ୍ୟାଙ୍କ ଟେଲିସ୍କୋପ୍ ନାମରେ ମଧ୍ୟ ଜଣା ଯାଇଥାଏ । ଏହି ଟେଲିସ୍କୋପ୍ ବହୁତ ବଡ଼ ଓ ପରିବହନ ଯୋଗ୍ୟ । ଏହାକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନିଆ ଯାଇପାରେ । ଏହି ଟେଲିସ୍କୋପ୍ ଏତେ ବଡ଼ ଯେ, ଏହାର ଡିସ୍ ବା ଛତାରେ ଗୋଟିଏ ଫୁଟବଲ ପଡିଆ ସମାହିତ ହୋଇ ପାରିବ । ଏହି ଟେଲିସ୍କୋପ୍ ୪୮୫ ଫୁଟ ଲମ୍ବା ଓ ଏହାର ଓଜନ ୭୬ ସହ ମେଟ୍ରିକ୍ ଟନ୍ ।

ଏଥିପାଇଁ ଲାଗିଛି ବ୍ୟାନ୍

ଏହି ଟେଲିସ୍କୋପ୍ ଆମେରିକାର ଜାତୀୟ ରେଡିଓ ମହାକାଶୀୟ ବିଜ୍ଞାନର ପ୍ରୟୋଗଶାଳା୧୯୫୮ରେ ଏହାର ପ୍ରତିଷ୍ଠା ହୋଇଥିଲା । ବୈଜ୍ଞାନିକ ଏଠାରେ ସେହି ତରଙ୍ଗର ଅଧ୍ୟୟନ କରିଥାନ୍ତି ଯାହା ମହାକାଶରୁ ପୃଥିବୀକୁ ଆସିଥାଏ । ଏମିତିରେ ଏଠାରେ ଏଭଳି ଅନେକ ଟେଲିସ୍କୋପ୍ ଅଛି ଯାହା ବ୍ଲାକ୍ ହୋଲ୍ ବା କୃଷ୍ଣଗହ୍ୱରଠାରୁ ମାଧ୍ୟାକର୍ଶଣ ଶକ୍ତିର ଅଧ୍ୟୟନ କରିଥାନ୍ତି । ଏହା ଏତେ ବିରାଟ ଯେ, ଏହା ମହାକାଶରେ ୧୩ ଶହ ବିଲିୟନ ଆଲୋକ ବର୍ଷ ଦୂରରେ ଥିବା ସିଗନାଲକୁ ମଧ୍ୟ କ୍ୟାଚ୍ କରିପାରିଥାଏକିନ୍ତୁ ରେଡିଓ, ଟିଭି, ମୋବାଇଲ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ ସାମଗ୍ରୀରୁ ବାହାରୁଥିବା ତରଙ୍ଗ ଅନ୍ତରୀକ୍ଷରୁ ଆସୁଥିବା ତରଙ୍ଗ ସଂକେତକୁ ପ୍ରଭାବିତ କରିଥାନ୍ତି । ତେଣୁ ଏହି ସହରରେ ଏସବୁ ସାମଗ୍ରୀ ଉପରେ ବ୍ୟାନ୍ ଲାଗିଛି ।

Leave A Reply

Your email address will not be published.

Close Bitnami banner
Bitnami