ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର

1,045

ଇତିହାସରେ ଏମିତି ଅନେକ ନଜିର ରହିଛି ଯେଉଁଠି ରାଜା,ମହାରାଜା ଓ ଏକଛତ୍ରବାଦୀ ଶାସକ ନିଜକୁ ସୁରକ୍ଷିତ ରଖିବାକୁ ଡୁପ୍ଲିକେଟର ବ୍ୟବହାର କରନ୍ତି । ସଦ୍ଦାମ ହୁସେନଙ୍କଠାରୁ କିମ୍ ଜୋଙ୍ଗ୍ ଉନ୍, ସମସ୍ତଙ୍କର ରହିଛନ୍ତି ଡୁପ୍ଲିକେଟ୍ । ଆମେରିକାର ଇରାକ ଆକ୍ରମଣ କାଳରେ ଗୋଟିଏ ଦିନରେ ଗୋଟିଏ ସମୟରେ ଇରାକର ଏକରୁ ଅଧିକ ସ୍ଥାନରେ ସଦ୍ଦାମଙ୍କୁ ଦେଖିବାକୁ ମିଳିଥିଲା । ପରେ ଜଣା ପଡିଥିଲା ଯେ, ସଦ୍ଦାମ କେବେ ମଧ୍ୟ ରାଜଧାନୀ ଛାଡିନଥିଲେ । ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବା ସଦ୍ଦାମ ଥିଲେ ନକଲି । ସଦ୍ଦାମଙ୍କୁ ଛାଡନ୍ତୁ ତାଙ୍କର ଦୁର୍ଦ୍ଧାନ୍ତ ପୁଅ ଉଦୟ ହୁସେନର ମଧ୍ୟ ଜଣେ ବଡି ଡବଲ ଥିଲେ । ଇରାକୀ ସେନାର ଜଣେ କର୍ଣ୍ଣଲକୁ ଧମକ ଚକମ ଦେଇ ଉଦୟର ବଡି ଡବଲ କରାଯାଇଥିଲା । ପରେ ଏହି କର୍ଣ୍ଣଲ ଜଣକ ଇରାକରୁ ପଳାୟନ କରିବାରେ ସଫଳ ହୋଇଥିଲେ । ଇରାକରୁ ଫେରାର ହେବା ପରେ ସେ ଗୋଟିଏ ବହି ଲେଖିଥିଲେ । ଯାହାର ନାମ ଥିଲା ‘ଦି ଡେଭିଲ’ସ ଡବଲ’ । ଅର୍ଥାତ ସୈତାନର ଦ୍ୱିତୀୟ ରୂପ । ଅନେକ ଏହି କର୍ଣ୍ଣେଲଙ୍କ ଦାବିକୁ ମାନନ୍ତି ନାହିଁ । କିନ୍ତୁ ଏହା କିଛି ଅସମ୍ଭବ ନୁହେଁ । ଏହି ପୁସ୍ତକ ଉପରେ ହଲିଉଡ୍ ମଧ୍ୟ ଗୋଟିଏ ଫିଲ୍ମ ସମାନ ନାମରେ ତିଆରି କରିଥିଲା । ଠିକ୍ ସେହିଭଳି ଖବର ଏବେ ଋଷରୁ ଆସୁଛି । କୁହାଯାଉଛି ଯେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର କ୍ୟାନସରରେ ପରୋଲକ ହୋଇଯାଇଛି । କିନ୍ତୁ କ୍ରେମଲିନ୍ ତାଙ୍କ ମୃତ୍ୟୁ ଖବରକୁ ଲୁଚାଇ ରଖିଛି । ପୁଟିନଙ୍କ ଭଳି ଦେଖା ଯାଉଥିବା ଜଣେ ବଡି ଡବଲ ଏବେ ଋଷ ଶାସନ ମୁଖା ବୋଲି କୁହାଯାଉଛି । ଆଉ ଏଭଳି ଦାବି କରିଛି ବ୍ରିଟିଶ ଗୁଇନ୍ଦା ସଂଗଠନ ଏମଆଇ୬ ।

ପୁଟିନ୍ ମୃତ, ଦେଶ ଉପରେ ଡୁପ୍ଲିକେଟର ଶାସନ !

ଦୀର୍ଘ ୩ମାସରୁ ୟୁକ୍ରେନ ଉପରେ ଆକ୍ରମଣ କରି ଦୁନିଆ ଆଗରେ ଖଳନାୟକ ହୋଇଯାଇଥିବା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୃତ । ଆଉ ତାଙ୍କ ସ୍ଥାନରେ ପୁଟିନଙ୍କ ଭଳି ଦେଖାଯାଉଥିବା ଆଉଜଣେ ବ୍ୟକ୍ତି ରହିଛନ୍ତିପୁଟିନଙ୍କ ବିଷୟରେ ବ୍ରିଟେନର ଗୁଇନ୍ଦା ଏଜେନ୍ସି MI6 ର କିଛି ଅଧିକାରୀ ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ଏହି ରିପୋର୍ଟରେ ଅଧିକାରୀମାନେ କହିଛନ୍ତି ଯେ ବୋଧହୁଏ ପୁଟିନ ମୃତ୍ୟୁ ହୋଇଯାଇଛି ଏବଂ ସର୍ବସାଧାରଣ ସମାବେଶରେ ତାଙ୍କ ଭଳି ଦେଖାଯାଉଥିବା ଅନ୍ୟଜଣେ ତାଙ୍କର ସ୍ଥାନ ନେଇଛନ୍ତି ।

କେବଳ ସେତିନୁହେଁ ବ୍ରିଟିଶ ଗୁଇଅନ୍ଦା ବିଭାଗ ଅନୁଯାୟୀ ପୁଟିନଙ୍କ ମୃତ୍ୟୁ ହୋଇଥିବା ଖବର ତାଙ୍କ ସହଯୋଗୀଙ୍କୁ ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଦୁନିଆରୁ ଲୁଚାଇ ରଖିବାକୁ ପଡ଼ିବ। ସେହିଭଳି ଜନସାଧାରଣଙ୍କ ମଧ୍ୟରେ ପୁଟିନଙ୍କ ଉପସ୍ଥିତି ପୂର୍ବରୁ ରେକର୍ଡ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ବୋଧହୁଏ ପୁଟିନଙ୍କ ମୃତ୍ୟୁ ହୋଇଯାଇଛି ଏବଂ ତାଙ୍କ ସ୍ଥାନ ପୁଟିନ ଭଳି ଦେଖାଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ନେଇଛନ୍ତି ।

‘କ୍ରେମଲିନ୍ ପୁଟିନଙ୍କ ଡୁପ୍ଲିକେଟର ବ୍ୟବହାର କରୁଛି’

ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ ପୁଟିନ ଅତ୍ୟଧିକ ଅସୁସ୍ଥ ଏବଂ ଯଦି ସେ ମରିଯାଆନ୍ତି ତେବେ ଏହି ଖବର ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଗୁପ୍ତ ରଖିବାକୁ ପଡ଼ିବ । ଯଦିଓ କୁହାଯାଉଛି ପୁଟିନଙ୍କ ମୃତ୍ୟୁ ବହୁ ପୂର୍ବରୁ ହିଁ ହୋଇଯାଇଥିବା ସମ୍ଭାବନା ରହିଛି । ଆଉ ଏହାର ସତ୍ୟତା ଜାଣିବା ଅସମ୍ଭବ ଅଟେ । କୁହାଯାଏ କି ପୁଟିନ ଅସୁସ୍ଥ ଥିବାବେଳେ ତାଙ୍କର ଡୁପ୍ଲିକେଟର ବ୍ୟବହାର କରାଯାଇଥିଲା ଏବଂ ବର୍ତ୍ତମାନ କ୍ରେମଲିନ୍ ତାହା ହିଁ କରୁଛନ୍ତି । ପୁଟିନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କ୍ରେମଲିନ୍ ତାଙ୍କ ଭଳି ଦେଖାଯାଉଥିବା ପୁଟିନଙ୍କ ଡୁପ୍ଲିକେଟକୁ ନେଇ କାମ ଚଳାଉଛନ୍ତି ।

ପୁଟିନଙ୍କ ମୃତ୍ୟୁ ସମ୍ପର୍କରେ କାହିଁକି ଲୋକଲୋଚନକୁ ଅଣାଯାଇପାରିବ ନାହିଁ ?

ସୂଚନା ଅନୁସାରେ, ତାଙ୍କ ଘନିଷ୍ଠ ବନ୍ଧୁଙ୍କ ଭାବନ୍ତି ଯେ, ଯେତେବେଳେ ପୁଟିନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବ ସେତେବେଳେ ଋଷରେ ବିଦ୍ରୋହର ନିଆଁ ଜଳିବ ଏବଂ ଋଷର ଜେନେରାଲ ୟୁକ୍ରେନରୁ ସେନା ପ୍ରତ୍ୟାହାର କରିନେବକାରଣ ପୁଟିନଙ୍କ ମୃତ୍ୟୁ ତାଙ୍କୁ ଦୁର୍ବଳ ଏବଂ କ୍ଷମତାରୁ ବହିଷ୍କାର କରିଦେବ । ତେଣୁ ପୁଟିନଙ୍କୁ ସର୍ବସମ୍ମୁଖରେ ଜୀବନ୍ତ ରଖିବା ନିହାତି ଆବଶ୍ୟକ । ପ୍ରାୟ ଦୁଇ ସପ୍ତାହ ପୂର୍ବେ, ଋଷର ବିଲିୟନେୟାର ବ୍ୟବସାୟୀ ତଥା କ୍ରେମଲିନଙ୍କ ବିଶ୍ୱାସୀ ପୁଟିନ ରକ୍ତ କର୍କଟ ରୋଗରେ ପୀଡିତ ଥିବା ଏବଂ ଅତ୍ୟଧିକ ଅସୁସ୍ଥ ଥିବା କହିଥିଲେ। କେବଳ ଏତିକି ନୁହେଁ, ୟୁକ୍ରେନ ଆକ୍ରମଣ ପୂର୍ବରୁ ସେ ଅସ୍ତ୍ରୋପଚାର କରାଇଛନ୍ତି ବୋଲି ମଧ୍ୟ କୁହାଯାଇଥିଲା ।

Leave A Reply

Your email address will not be published.

Close Bitnami banner
Bitnami