ହାଇୱେର ପେଟ୍ରୋଲ ସରିଗଲେ NHAI ଆପଣଙ୍କ ପାଖରେ ପହଂଚାଇ ଦେବ ପେଟ୍ରୋଲ !

599

ଯେତେବେଳେ ଆପଣ ଜାତୀୟ ରାଜପଥରେ ଯାତ୍ରା କରନ୍ତି ସେତେବେଳେ ଟୋଲ ବୁଥରେ ଆପଣ ଫାଷ୍ଟ ଟ୍ୟାଗ୍ ଦ୍ୱାରା କିମ୍ବା ଟଙ୍କା ଦେଇଥାନ୍ତି । ଟୋଲ୍ ଦେବା ଦ୍ୱାରା ଆପଣଙ୍କୁ ଅନେକ ସୁବିଧା ମିଳିଥାଏ । କିନ୍ତୁ ଅନେକ ସମୟରେ ଆମେ ଏହି ସୁବିଧା ବାବଦରେ ଜାଣିନଥାଉ । ଆସନ୍ତୁ ଟୋଲ୍ ଫି’ ଦେବା ଦ୍ୱାରା ଆପଣ କେଉଁସବୁ ସୁବିଧା ପାଇବେ ଆଜି ତାହା ଜାଣିବା

ନ୍ୟାସନାଲ ହାଇୱେରେ ଟୋଲ୍ ଶୁଳ୍କ ଦେବା ପରେ ଆପଣଙ୍କୁ ଯେଉଁ ବିଶେଷ ସୁବିଧା ସବୁ ମିଳିଥାଏ ସେଥିପାଇଁ ଆପଣଙ୍କୁ କିଛି ନମ୍ବରକୁ କଲ କରିବାକୁ ପଡେ । ତେଣୁ ବୁଦ୍ଧିମାନର କାମ ହେବ ଆପଣ ସେହି ନମ୍ବର ସବୁ ନିଜ ପାଖରେ ରଖନ୍ତୁ । କାରଣ ରାଜପଥରେ କେବେ କେତେବେଳେ ଜରୁରୀ କାଳିନ ପରିସ୍ଥିତିରେ ଆପଣଙ୍କୁ ଏହି ସବୁ ନମ୍ବରର ଆବଶ୍ୟକତା ପଡିପାରେ । ଏହି ଅତି ଜରୁରୀ ୪ ନମ୍ବର ଆପଣ http://tis.nhai.gov.in/TollInformation?TollPlazaID=200 ରେ ପାଇପାରିବେ । ଭଲ କଥା ହେଉଛି ଏହି ୪ ନମ୍ବରକୁ କଲ କଲେ ତୁରନ୍ତ ଉତ୍ତର ମିଳିଥାଏ ।

୧୦ ମିନଟରେ ପହଂଚେ ଆମ୍ବୁଲାନ୍ସ

ଜାତୀୟ ରାଜପଥରେ ଯାତ୍ରା କାଳରେ ଅଚାନକ ମେଡିକାଲ ଏମରଜେନ୍ସି ଆସିପାରେ । ଏମିତିରେ ଆମ୍ବୁଲାନ୍ସ ଜରୁରୀ । ମେଡିକାଲ ଏମରଜେନ୍ସି ପଡିଲେ ଆପଣ 8577051000 ଓ 7237999911 ନମ୍ବରରେ କଲ କରିପାରିବେ । ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲ ତରଫରୁ ଏହି ନମ୍ବର ସତରେ କେମିତି କାର୍ଯ୍ୟ କରୁଛି ତାହା ଜାଣିବାକୁ କଲ କରାଯାଇଥିଲା । କଲ କରାଯାଇଥିବା ନମ୍ବରରୁ ତୁରନ୍ତ ଉତ୍ତର ଆସିଥିଲା । ଏହି ନମ୍ବରରେ କଲ କରିବାର ମାତ୍ର ୧୦ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ପହଂଚିଥାଏ ବୋଲି ଦାବି କରାଯାଉଛିସାମାନ୍ୟ ଚିକିତ୍ସାର ଆବଶ୍ୟକତା ଥିଲେ ତୁରନ୍ତ ଘଟଣାସ୍ଥଳରେ ଚିକିତ୍ସା କରାଯାଏ । ଅନ୍ୟଥା ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଏଆମ୍ବୁଲାନ୍ସ ସେବା ମାଗଣା ଉପଲବ୍ଧ ହୋଇଥାଏ ।

ହେଲ୍ପ ଲାଇନ ନମ୍ବରରେ କଲ ପରେ ତୁରନ୍ତ ମିଳେ ସାହାଯ୍ୟ

ଯଦି ରାସ୍ତାରେ ଆପଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଜାତୀୟ ରାଜପଥ ପ୍ରାଧିକରଣର ହେଲ୍ପ ଲାଇନ୍ ନମ୍ବର ୧୦୩୩ ଓ ୧୦୮କୁ କଲ କରିପାରିବେ । ଏହି ସେବା ୨୪ ଘଣ୍ଟା ଉପଲବ୍ଧ ରହିଥାଏ ।

ରାସ୍ତାରେ ପେଟ୍ରୋଲ ସରିଗଲେ ବି ଚିନ୍ତା ନାହିଁ !

ଅନେକ ସମୟରେ ଅଜାଣତରେ ହେଉ ପଛେ ଗାଡିରୁ ତେଲ ସରିଯାଇଥାଏ । ଏମିତିରେ ତେଲ କେଉଁଠୁ ଆସିବ ତାକୁ ନେଇ ଚିନ୍ତା ବଢିଯାଏ । ତେବେ ଚିନ୍ତା କରିବାର କିଛି ନାହିଁ । ଆପଣ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ଯଦି ଗାଡିରୁ ତେଲ ସରିଯାଏ ତେବେ ତୁରନ୍ତ ଗାଡିକୁ ରାସ୍ତା କଡରେ ଛିଡା କରିଦିଅନ୍ତୁ । ଏହା ପରେ ପେଟ୍ରୋଲ ନମ୍ବରକୁ ଫୋନ୍ କରନ୍ତ । ଆପଣଙ୍କ ପାଖରେ ୫ କିମ୍ବା ୧୦ଲିଟର ତେଲ ପହଂଚିଯିବ । ପେଟ୍ରୋଲ ପାଇଁ ଆପଣ 8577051000, 7237999944କୁ କଲ କରିପାରିବେ । ତେବେ ଏହା ନିଶୁଳ୍କ ନୁହେଁ । ଆପଣଙ୍କୁ ପେଟ୍ରୋଲ ପାଇଁ ଟଙ୍କା ପୈଠ କରିବାକୁ ପଡିବ ।

ଗୋଟିଏ କଲରେ ମେକାନିକ୍ !

ଜାତୀୟ ରାଜପଥରେ ଯାତ୍ରା କରୁଥିବା ବେଳେ ଯଦି ଗାଡି ଖରାପ ହୋଇଯାଏ ତେବେ ଚିନ୍ତା କରିବାର ନାହିଁ । ଜାତୀୟ ରାଜପଥ ପ୍ରାଧିକରଣର ଗୋଟିଏ ନମ୍ବର ଆପଣଙ୍କୁ ଏଭଳି ପରିସ୍ଥିତିରେ ସାହାଯ୍ୟ କରିଥାଏ । ଏହି ନମ୍ବରକୁ କଲ କରିବା ପରେ ଆପଣଙ୍କ ପାଖରେ ମେକାନିକ୍ ପହଂଚିଯିବେ । ମେକାନିକଙ୍କୁ ଆପଣଙ୍କ ପାଖରେ ପହଂଚାଇବା ଜାତୀୟ ରାଜପଥର ଦାୟିତ୍ୱ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେ ନାହିଁ । କିନ୍ତୁ ଗାଡିରେ ଯାହା ଯନ୍ତ୍ରପାତି ଲାଗେ ସେଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡେ । ଯଦି ରାସ୍ତା ଉପରେ ଗାଡି ସଜଡା ଯାଇ ପାରେନାହିଁ ତେବେ ଗାଡିକୁ କ୍ରେନ୍ ଦ୍ୱାରା ଟାଣି ନିକଟସ୍ଥ ସର୍ଭିସ ସେଣ୍ଟରରେ ପହଂଚାଯାଏ 8577051000, 7237999955 କୁ କଲ କରି ଆପଣ ଏହାର ସୁବିଧା ନେଇ ପାରିବେ ।

ଏହି ସବୁ ସେବା ଆପଣଙ୍କୁ ଟୋଲ୍ ବୁଥରେ ଶୁଳ୍କ ପୈଠ ବଦଳରେ ମିଳିଥାଏ ସବୁ ଟୋଲ୍ ବୁଥରେ ଆମ୍ବୁଲାନ୍ସ,ରିକଭରି ଗାଡି ଓ ସିକ୍ୟୁରିଟି ଟିମ୍ ରହିଥାନ୍ତି । କିନ୍ତୁ ଏହି ସୁବିଧା ବାବଦରେ ଅନେକଙ୍କୁ ଜଣା ନଥାଏତେଣୁ ଯାତ୍ରାବେଳେ ଏଭଳି ଅସୁବିଧାର ସମ୍ମୁଖୀନ ହେଲେ ଆମେ ସାଧାରଣତଃ ଉତ୍ତେଜିତ ଓ ଚିନ୍ତିତ ହୋଇଥାଉ ।

ଏହି ସବୁ ନମ୍ବରକୁ ନିଜ ପାଖରେ ରଖନ୍ତୁ…

ହେଲ୍ପଲାଇନ୍- 1033,108

କ୍ରେନ୍- 8577051000,7237999955

ଆମ୍ବୁଲାନ୍ସ- 8577051000,7237999911

ପେଟ୍ରୋଲ- 8577051000, 7237999944

Leave A Reply

Your email address will not be published.

Close Bitnami banner
Bitnami