ଋଷକୁ ମହଙ୍ଗା ପଡିଲା ଶସ୍ତା ଚୀନ୍ ଟାୟାର, ୬୪ କିମି ଲମ୍ବା ସେନା ଲାଇନକୁ ଲାଗିଲା ବ୍ରେକ୍

747

ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ଦିନ ଦଶମ ଦିନରେ ପ୍ରବେଶ କରିଛି । ଏହି ଦିନ ମଧ୍ୟ ଋଷ ତରଫରୁ ୟୁକ୍ରେନର ଦୁଇଟି ସହର ଉପରେ ଦୁଇ ଘଣ୍ଟା ପାଇଁ ଆକ୍ରମଣ ବନ୍ଦ କରିଥିଲା । ଫଳରେ ୟୁକ୍ରେନ୍ ମାରିୟୁପୋଲ ଓ ଭୋଲନୋଭୋଖା ସହରରେ ଅଟକ ଥିବା ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ଅପସାରଣ କରିଛି । ଅନ୍ୟପକ୍ଷରେ ଋଷ ସେନାର ଯେଉଁ ୬୪ କିମି ଲମ୍ବା ସେନା ଲାଇନକୁ ନେଇ ଚର୍ଚ୍ଚା ଚାଲିଥିଲା ତାକୁ ନେଇ ନୂଆ ସୂଚନା ମିଳିଛି । ନୂଆ ସୂଚନା ଋଷ ପାଇଁ ଭଲ ନୁହେଁକିଭ୍ ସିଟି ସେଣ୍ଟରଠାରୁ ୩୨ କିମି ଦୂରରେ ଅଟକି ଥିବା ଏହି ସେନା କନଭୟ ଚୀନ ପାଇଁ ଅଟକି ରହିଥିବା କୁହାଯାଉଛି ।

ଚୀନର ଶସ୍ତା ଟାୟାର ଋଷ ପାଇଁ ମହଙ୍ଗା ପଡିଲା

ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଋଷର ଏହି ବିଶାଳକାୟ ସେନା କନଭୟ ୟୁକ୍ରେନ ପ୍ରତିରୋଧ, ଯାନ୍ତ୍ରିକ ତ୍ରୁଟି ଓ ଭିଡ କାରଣରୁ ଅଟକି ରହିଛି । ସେନାର ଏହି ଦଳ ଗତ ତିନି ଦିନରେ ମାତ୍ର କେଇ କିଲୋମିଟର ରାସ୍ତା ଅତିକ୍ରମ କରିଛି । ଆମେରିକା ଅନୁସାରେ ଋଷ ସେନାର ଏହି ଦଳ ଗତ ୨୪ରୁ ୩୬ ଘଣ୍ଟା ମଧ୍ୟରେ ମାତ୍ର କେଇ କିଲୋମିଟର ରାସ୍ତା ଅତିକ୍ରମ କରିଛି । ଆମେରିକା ଅନୁସାରେ ଋଷ ସୈନିକ ନିଜକୁ ପୁଣିଥର ସଂଗଠିତ କରୁଛନ୍ତି ଋଷ ଚୀନଠାରୁ କିଣିଥିବା ଶସ୍ତା ଟାୟାର ପାଇଁ ଏହାର ଅନେକ ଗାଡି ରାସ୍ତାରେ ଅଟକି ରହିଛି । ଟାୟାର ପମ୍ପଚର କାରଣରୁ ଋଷ ସେନା ଆଗକୁ ବଢି ପାରୁନାହିଁ

ଆମେରିକୀୟ ସାମରିକ ଐତିହାସିକଙ୍କ ଘୋଷଣା

ପେଣ୍ଟାଗନରୁ ଅବସର ଗ୍ରହଣ କରିଥିବା ଆମେରିକୀୟ ସାମରିକ ଐତିହାସିକ ତଥା ବ୍ଲଗର ଟେଣ୍ଟ୍ ଟେଲେଙ୍କୋଙ୍କ ଅନୁସାରେ ଚୀନ ତିଆରି ଟାୟାର କାରଣରୁ ଋଷ ସେନାର ଗତି ଧିମା ପଡିଛି । ଟେଣ୍ଟ୍ ଦୀର୍ଘ ୧୦ ବର୍ଷ ଧରି ଆମେରିକା ସେନାର ବାହନ ଅଡିଟର ଭାବେ କାର୍ଯ୍ୟ କରିଥିଲେ । ସେ କହିଛନ୍ତି ଯେ, ଋଷର ଏହି ବିଶାଳ ସେନା ଲାଇନ୍ ରାସ୍ତାରେ ଅଟକି ରହିବାର ଗୋଟିଏ କାରଣ ଶସ୍ତା ଚୀନ୍ ଟାୟାର ହୋଇପାରେ । ସେ କାଦୁଅରେ ଫସିଥିବା ଋଷ ସେନାର ପେଣ୍ଟିର-ଏସ୍ ୧ କ୍ଷେପଣାସ୍ତ୍ର ସିଷ୍ଟମର ଏକ ଚିତ୍ର ସେୟାର କରିଛନ୍ତି । ତାଙ୍କ ଅନୁସାରେ ଅଧିକ ଦିନ ପାଇଁ ସେନା ଟ୍ରକକୁ ଗୋଟିଏ ସ୍ଥାନରେ ରଖିଲେ ଟାୟାର ଖରାପ ହୋଇଯାଏ ।

ଚୀନ ଟାୟାର ଗୁଣବତ୍ତା ପାଇଁ କୁଖ୍ୟାତ

ଆମେରିକୀୟ ଅର୍ଥନିତିଜ୍ଞ, ସରକାରୀ ପରାମର୍ଶଦାତ୍ତା ଓ ନିଜକୁ ଟାୟାର ଏକ୍ସପର୍ଟ ଭାବେ ଦାବି କରୁଥିବା ଆମେରିକୀୟ ନାଗରିକ କାର୍ଲ ମୁଥ ମଧ୍ୟ ଟେଣ୍ଟଙ୍କ ଦାବିକୁ ସମର୍ଥନ କରନ୍ତି । ସେ କହିଛନ୍ତି ଯେ, ଚୀନ ଟାୟାର କ୍ୱାଲିଟି ଦୁନିଆରେ ସବୁଠାରୁ ନିକୃଷ୍ଟ ଚୀନ ଟାୟାର ଖୁବଶୀଘ୍ର ଘସି ହୋଇ ସରିଯାଏ ଓ ବାତାବରଣ ପ୍ରଭାବ ଦ୍ୱାରା ଅନ୍ୟ ଦେଶର ଟାୟାରଙ୍କ ତୁଳନାରେ ଅଧିକ ପ୍ରଭାବିତ ହୋଇଥାନ୍ତି । ଅଧିକ ଦିନ ପର୍ଯ୍ୟନ୍ତ ଭୂମି ସମ୍ପର୍କରେ ଆସିବା ଦ୍ୱାରା ଚୀନ୍ ଟାୟାର ଦୁର୍ବଳ ହୋଇଯାନ୍ତିଫଳରେ କାଦୁଅରେ ଫସିବାର ଅଧିକ ଆଶଙ୍କା ରହିଥାଏ । ଏହି କାରଣରୁ ଋଷ ସେନାର ବିଶାଳକାୟ କନଭୟ ତୀବ୍ର ଗତିରେ ଆଗକୁ ବଢି ପାରୁନାହିଁ ।

Leave A Reply

Your email address will not be published.

Close Bitnami banner
Bitnami