ଲତା ମଙ୍ଗେସକର : କେବେ ସ୍କୁଲ ଯାଇନଥିବା ଜଣେ ଗାୟୀକାଙ୍କ କାହାଣୀ ଯିଏ ଖେଳିବା ବୟସରେ ଗାଇଥିଲେ ପ୍ରଥମ ଗୀତ

787

ଭାରତର ସ୍ୱର ଭାରତ ରତ୍ନ ଲତାଙ୍କ ଜୀବନ ଆରମ୍ଭ ହୋଇଥିଲା ଇନ୍ଦୋର ସହରରୁ । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଲତାଙ୍କ ଜନ୍ମ ହୁଏପିତା ଥିଲେ ମହାନ ମରାଠୀ ସଂଗୀତ କାର ଦିନାନାଥ ମଙ୍ଗେସକର ପଣ୍ଡିତ ଦିନାନାଥଙ୍କ ମୁଳ ସାଙ୍ଗିଆ ଥିଲା ହାର୍ଡିକରଗୋଆର ମଙ୍ଗେସିରୁ ଆସିଥିବା ଦିନାନାଥ କିନ୍ତୁ ସ୍ଥାନ ନାମ ଅନୁସାରେ ନିଜ ସାଙ୍ଗିଆକୁ ମଙ୍ଗେସକର କରିଥିଲେ । ଏହାପରଠାରୁ ତାଙ୍କ ସନ୍ତାନ ମାନେ ମଧ୍ୟ ମଙ୍ଗେସକର ଭାବେ ପରିଚିତ ହୋଇଥିଲେ ।

ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କ ପିତା ନାମ ବଦଳାଇ ଲତା କରିଥିଲେ । ଦିନାନାଥଙ୍କ ଗୋଟିଏ ନାଟକ ହେମବନ୍ଧନ’ର ମୁଖ୍ୟନାୟିକା ଲତିକା ଅନୁସାରେ ଲତାଙ୍କ ନାମ କରଣ ହୋଇଥିଲା ।

କାହିଁକି ସ୍କୁଲ ଯାଇନଥିଲେ ଲତା

ପିଲାଟି ଦିନରୁ ସଂଗୀତ ଗହଣରେ ଲତାଙ୍କ ଜୀବନ କଟିଥିଲାଘରେ ସଂଗୀତର ପରିବେଷ ଥିଲା । ଲତା ମଧ୍ୟ ସଂଗୀତ ଆଡକୁ ଆକୃଷ୍ଟ ହୋଇଥିଲେ । ୫ ବର୍ଷ ବୟସରେ ଲତା ପ୍ରଥମ ଥର ସ୍କୁଲ ଯାଇଥିଲେ । କିନ୍ତୁ ଗୋଟିଏ ଘଟଣା ପରେ ଲତା ସ୍କୁଲ ମାଟି ଆଉ ମାଡି ନଥିଲେ । ଥରେ ଲତା ନିଜ ସାନଭଉଣୀ ଉଷାଙ୍କୁ ନିଜ ସହ ସ୍କୁଲକୁ ନେଇଯାଇଥିଲେ. କିନ୍ତୁ ଶିକ୍ଷକ ଉଷାଙ୍କୁ କ୍ଲାସରେ ବସିବାକୁ ଅନୁମତି ଦେଇନଥିଲେ । ଏଥିରେ ରାଗିଯାଇ ଲତା ସ୍କୁଲରୁ ଚାଲି ଆସିଥିଲେ । ଆଉ ତା’ପରଠାରୁ କେବେ ମଧ୍ୟ ସ୍କୁଲ ଯାଇନଥିଲେ

୧୩ ବର୍ଷ ବୟସରୁ ଗାୟନ

୧୯୪୨ ମସିହାର ମଙ୍ଗେସକର ପରିବାର ଉପରେ ହୋଇଥିଲା ଅକସ୍ମାତ ବଜ୍ରପାତପିତା ଦୀନାନାଥଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଥିଲା । ଏହି ସମୟରେ ପରିବାର ବୋଝ ଲତାଙ୍କ ଉପରେ ପଡିଥିଲା । ମାତ୍ର ୧୩ ବର୍ଷ ବୟସରେ ଲତା ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଥିଲେ । ଆରମ୍ଭ ହୋଇଥିଲା ସଂଘର୍ଷ ଓ ସଂଗୀତର ଗୋଟିଏ ଅଭୁଲା ଅଧ୍ୟାୟ । ନବଯୁଗ ଚିତ୍ରପଟ ମୁଭିଜର ମାଲିକ ତାଙ୍କୁ ଗୀତ ଗାଇବାକୁ ପ୍ରେରଣା ଦେଇଥିଲେକ୍ୟାରିୟରର ଆରମ୍ଭରେ ସେ କିଛି ହିନ୍ଦି ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ. କିନ୍ତୁ ପରେ ସେ ପୁରା ସମୟ ପ୍ରଛଦପଟ୍ଟ ସଂଗୀତ ଗାୟନକୁ ଦେଇଥିଲେ

୧୯୪୨ରେ ସେ ଗୋଟିଏ ମରାଠୀ ଫିଲ୍ମରେ ପ୍ରଥମ ଥର ପାଇଁ ମାତ୍ର ୧୩ ବର୍ଷ ବୟସରେ ଗୀତ ଗାଇଥିଲେକିନ୍ତୁ ପରେ କୌଣସି କାରଣରୁ ଏଡିଟିଂ ବେଳେ ଏହି ଗୀତକୁ ହଟାଇ ଦିଆଯାଇଥିଲା୧୯୪୨ରେ ରିଲିଜ୍ ହୋଇଥିଲା ମଙ୍ଗଲା ଗୌର ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଭାରତ ଲତାଙ୍କ ସ୍ୱରକୁ ଶୁଣିବାକୁ ପାଇଥିଲା ।

ତେବେ ଲତାଙ୍କ ସଂଗୀତ ଯାତ୍ରା ସହଜ ନଥିଲାକ୍ୟାରିୟର ଆରମ୍ଭରେ ତାଙ୍କୁ ଅନେକ ଥର ପ୍ରତ୍ୟାଖାନର ସମ୍ମୁଖୀନ ହେବାକୁ ପଡିଥିଲା । ସ୍ୱର ପତଳା କହି ଅନେକ ସଂଗୀତକାର ତାଙ୍କୁ ରିଜେକ୍ଟ କରିଥିଲେ । କିନ୍ତୁ ଦିନେ ଲତା ପାଲଟିଯାଇଥିଲେ ଭାରତର ସ୍ୱରଭାରତର କୋକିଳକଣ୍ଠି

୧୯୪୮ ମସିହାରେ ଆସିଥିବା ଫିଲ୍ମ ମଜବୁରର ଗୀତ ଦିଲ୍ ମେରା ତୋଡା କାହିଁକା ନା ଛୋଡା ଥିଲା ଲତାଙ୍କ ପ୍ରଥମ ହିଟ୍ । ୧୯୪୯ ମସିହାରେ ଆସିଥିବା ମହଲ ଫିଲ୍ମର ’‘ଆୟେଗା ଆନେୱାଲା’ ପରଠାରୁ ଲତା ପଛକୁ ଫେରି ଚାହିଁନଥିଲେ । ଏହା ପରେ ପାଖାପାଖି ୬ ଦଶକ ପର୍ଯ୍ୟନ୍ତ ଭାରତୀୟ ସିନେମା ସଂଗୀତ ଜଗତରେ ଲତାଙ୍କ ରାଜୁତି ଚାଲିଥିଲା ।

୩୬ ଭାଷାରେ ଗୀତ ଗାଇଛନ୍ତି ଲତା

ଲତା ମଙ୍ଗେସକର ହିନ୍ଦି ସହିତ ୩୬ ଭାଷାରେ ଗୀତ ଗାଇଛନ୍ତିଓଡ଼ିଆରେ ମଧ୍ୟ ତାଙ୍କର ଗୀତ ରହିଛି । ଏଭଳି କୌଣସି ଭାରତୀୟ ଭାଷା ନାହିଁ ଯେଉଁଥିରେ ଲତା ଗୀତ ଗାଇନାହାନ୍ତି ।

ହତ୍ୟା ପାଇଁ ହୋଇଥିଲା ଉଦ୍ୟମ

ଲତା ଯେତେବେଳେ ନିଜ କ୍ୟାରିୟରର ଚରମରେ ଥିଲା ସେତେବେଳେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା । ଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକଦା ତାଙ୍କ ହତ୍ୟା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ୧୯୬୨ ମସିହାରେ ଲତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲାଥରେ ନିଦରୁ ଉଠିବା ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲାପରେ ଡାକ୍ତରୀ ଯାଂଚରୁ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିବା ଜଣା ପଡିଥିଲା । ତେବେ ଏହି ଷଡ଼ଯନ୍ତ୍ର କିଏ ରଚିଥିଲା ଓ କାହିଁକି ରଚିଥିଲା ତାହା ଆଜି ମଧ୍ୟ ଏକ ରହସ୍ୟ ।

ଚିରକୁମାରୀ ଲତା

ଲତା ବିବାହ କରିନଥିଲେ । ଭାଇ ଭଉଣୀ ଓ ସେମାନଙ୍କ ପିଲାଙ୍କୁ ନେଇଥିଲା ଲତାଙ୍କ ପରିବାର । ପିଲାଟି ଦିନରୁ ନିଜ ଭାଇ ଭଉଣୀଙ୍କୁ ମଣିଷ କରିବା ସଂଘର୍ଷ ଭିତରେ ଲତା ରହିଯାଇଥିଲା ଅବିବାହିତକୁହାଯାଏ ଯେ, ସଂଗୀତକାର ଭି.ରାମଚନ୍ଦ୍ରଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଲତା ପ୍ରଭାବିତ ଥିଲେ । ଏହା ମଧ୍ୟ କୁହାଯାଏ ଯେ, ଲତା ରାମଚନ୍ଦ୍ରଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । କିନ୍ତୁ ଲତା କେବେ ମଧ୍ୟ ଏବାବଦରେ ମୁହଁ ଖୋଲିନଥିଲେ

Leave A Reply

Your email address will not be published.

Close Bitnami banner
Bitnami