ଚୀନ ରାଷ୍ଟ୍ରପତିଙ୍କୁ ଡରି କରୋନା ଭୂତାଣୁର ନୂଆ ଭେରିଆଣ୍ଟର ନାମ ଓମିକ୍ରନ କରିଛି ‘ହୁ’, ଜାଣନ୍ତୁ କାହିଁକି ?

943

କରୋନା ଭାଇରସର ନୂଆ ଭାରିଆଣ୍ଟର ନାଁ ରଖାଯାଇଛି ଓମିକ୍ରନ୍ । ଏଯାବତ କରୋନା ଭାଇରସର ୧୨ଟି ଭାଇରାଣ୍ଟ ସାମ୍ନାକୁ ଆସିସାରିଛି । ଅର୍ଥାତ ଓମିକ୍ରନ ହେଉଛି ୧୩ତମ ଭାରିଆଣ୍ଟ । କରୋନା ଭାଇରସର ୧୨ଟି ଭାରିଆଣ୍ଟର ନାମକରଣ ଗ୍ରୀକ୍ ଅକ୍ଷରକୁ ନେଇ ରଖାଯାଇଛି । ଯଦି ଆପଣ ଗ୍ରୀକ୍ ଅକ୍ଷରର କ୍ରମକୁ ଦେଖିବେ ତେବେ କରୋନାର ୧୨ ତମ ଭାରିଆଣ୍ଟ ‘ମୁ’ ଅଟେ, ଯାହା ପ୍ରଥମ ଥର ପାଇଁ ଆମେରିକାର କଲୋମ୍ବିଆରେ ଦେଖିବାକୁ ମିଳିଥିଲା । ତେବେ ଗ୍ରୀକ୍ ଅକ୍ଷର କ୍ରମ ଅନୁଯାୟୀ ‘ମୁ’ ପରେ ପରବର୍ତ୍ତୀ ଭାରିଆଣ୍ଟର ନାଁ ୧୩ ନମ୍ବରରେ ଥିବା ‘ନୁ’ (Nu) କିମ୍ବା ୧୪ ନମ୍ବରରେ ଥିବା ‘ଶୀ’ (Xi) ଅକ୍ଷରକୁ ନେଇ ରହିବା ଉଚିତ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦକ୍ଷିଣ ଆଫ୍ରିକାରେ ବାହାରିଥିବା ନୂଆ ଭାରିଆଣ୍ଟର ନାଁ ରଖିଛନ୍ତି ‘ଓମିକ୍ରନ‘ ଯାହା କି ଗ୍ରୀକ ଅକ୍ଷରରେ ୧୫ ନମ୍ବରରେ ଆସିଥାଏ । ତେବେ ନୂଆ ଭାରିଆଣ୍ଟର ନାମକରଣ କଲା ବେଳେ WHO କାହିଁକି ଦୁଇଟି ଅକ୍ଷରକୁ ବାଦ ଦେଲା ତାହା ଏବେ ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ପ୍ରଶ୍ନ ଉଠିବା ପରେ WHO ଏହାର ଏକ ସ୍ପଷ୍ଟ ଉତ୍ତର ରଖିଛି, ଯାହାକୁ ବିଶ୍ୱବ୍ୟାପୀ ସମାଲୋଚନା କରାଯାଉଛି

WHOର ଉତ୍ତର ଖୁବ ଯୁକ୍ତିଯୁକ୍ତ । କିନ୍ତୁ ଯେଉଁ କାରଣରୁ ସଂଗଠନ ଅକ୍ଷର ଗୁଡ଼ିକୁ ଚୟନ କରିଛି ତାକୁ ଲୋକେ ଉପହାସ କରୁଛନ୍ତି । କରୋନାର ୧୨ଟି ଯାକ ଭାରିଏଣ୍ଟ ଗ୍ରୀକ ଅକ୍ଷର ଉପରେ ଆଧାରିତ- ଆଲଫା, ବିଟା, ଗାମା, ଡେଲଟା, ଏପ୍ସିଲୋନ, ଜେଟା, ଏଟା, ଥେଟା, ଆୟୋଟା, କପ୍ପା, ଲେମଡା, ଏବଂ ମୁ । କିନ୍ତୁ ବିଶ୍ୱର ସ୍ୱାସ୍ଥ୍ୟ ଉପରେ ନଜର ରଖୁଥିବା WHO ପରବର୍ତ୍ତୀ ଭାରିଆଣ୍ଟର ନାଁ ୧୩ ନମ୍ବରରେ ଆସୁଥିବା ‘ନୁ’ କିମ୍ବା ୧୪ ନମ୍ବରରେ ଆସୁଥିବା ‘ଶୀ’ ବଦଳରେ ୧୫ ନମ୍ବର ଅକ୍ଷର ‘ଓମିକ୍ରନ’କୁ ବାଝିଛି

WHOର ପ୍ରବକ୍ତା ତାରିକ୍ ଜୋସାରୋବିକଙ୍କ କହିବା ଅନୁଯାୟୀ ‘ନୁ’ ଏବଂ ‘ଶୀ’ ଖୁବ କମନ ଅକ୍ଷର ଅଟେ । ଅନେକ ଦେଶରେ ଏହି ଅକ୍ଷରର ବ୍ୟବହାର ନାଁ ଆଗରେ କିମ୍ବା ପଛରେ ବ୍ୟବହାର ହୋଇଥାଏ । ନ୍ୟୁୟର୍କ ଟାଇମ୍ସର ଏକ ଆର୍ଟିକଲରେ ଲେଖାହୋଇଛି ଯେ, ଶୀ ଅକ୍ଷରର ବ୍ୟବହାର ଏଥିପାଇଁ କରାଗଲାନାହିଁ କାରଣ ଏହା ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗଙ୍କ ନାଁ ଆଗରେ ଆସୁଛି WHO ର ନିୟମ ଅନୁଯାୟୀ ଭାଇରସ ନାଁ କୌଣସି ନାମ, ବ୍ୟକ୍ତି, ସଂସ୍ଥା, ସଂସ୍କୃତି, ସମାଜ, ଧର୍ମ, ବ୍ୟବସାୟ କିମ୍ବା ଦେଶ ନାମ ଉପରେ ରଖାଯାଇପାରିବନାହିଁ । ଯାହାଦ୍ୱାରା କାହାର ଭାବନାକୁ ଆଘାତ ପହଞ୍ଚିବ ନାହିଁ ।

‘ନୁ’ ଅକ୍ଷର କଥା କହିବାକୁ ଗଲେ ତାହା ଇଂରାଜୀ ଶବ୍ଦ ‘ନ୍ୟୁ’ ସହିତ ସମାନ ଲାଗୁଛି । ସେମାନଙ୍କର ଉଚ୍ଚାରଣ ମଧ୍ୟ ପ୍ରାୟ ସମାନ । ଉଚ୍ଚାରଣ ସମୟରେ କେହି ଯେଭଳି ଦ୍ୱନ୍ଦରେ ନପଡ଼ନ୍ତି ସେଥିପାଇଁ ଏହି ୧୩ ତମ ଗ୍ରୀକ୍ ଅକ୍ଷର କରୋନାର ନୂତନ ଭାରିଆଣ୍ଟର ନାମକରଣ ପାଇଁ ବ୍ୟବହୃତ ହୋଇନଥିଲା । କାରଣ ଲୋକମାନେ ‘ନୁ’ ଭାରିଏଣ୍ଟ ଏବଂ ‘ନ୍ୟୁ’ ଭାରିଏଣ୍ଟ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ।

WHO ପ୍ରାରମ୍ଭିକ ସମୟରେ ଏହି ପ୍ରଶ୍ନର ଉତ୍ତର ରଖିନଥିଲା ଯେ, ଦକ୍ଷିଣ ଆଫ୍ରିକାରୁ ବାହାରିଥିବା କରୋନା ଭାରିଏଣ୍ଟର ନାମ ଓମିକ୍ରନ କାହିଁକି ରଖାଯାଇଛି । କାହିଁକି କଲୋମ୍ବିଆରେ ପ୍ରଥମେ ଦେଖାଦେଇଥିବା ‘ମୁ’ ଭାରିଏଣ୍ଟ ପରେ ଦୁଇଟି ଗ୍ରୀକ ଅକ୍ଷରକୁ ବାଦ୍ ଦିଆଯାଇଛି । କିନ୍ତୁ ଯେତେବେଳେ ବିଶ୍ୱବ୍ୟାପୀ ଏହାକୁ ନେଇ ପ୍ରଶ୍ନ ଉଠିଲା ଏବଂ ସଙ୍ଗଠନକୁ ନିନ୍ଦା କରାଗଲା, ସେତେବେଳେ ଏହା ପଛରେ ଥିବା କାରଣ ଦୁନିଆ ସାମ୍ନାରେ ରଖାଗଲା । କିନ୍ତୁ ଏହା ପରେ ଏବେ ଲୋକ କହୁଛନ୍ତି ଯେ, WHO ଚୀନ ସରକାରକୁ ଭୟ କରୁଛି

ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ ଆମେରିକାର ରିପବ୍ଲିକାନ ସିନେଟର ଟେଡ କ୍ରୁଜ କହିଛନ୍ତି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟିକୁ WHO ଭୟ କରୁଛି। ସେ ପୂର୍ବରୁ ଏକ ବିଶ୍ୱ ବିପର୍ଯ୍ୟୟ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ଭୁଲ୍ କରିବା ପରେ, ସେଗୁଡ଼ିକୁ ସଂଶୋଧନ କରିବା ପରିବର୍ତ୍ତେ ଘୋଡ଼ାଉଛି ।

୨୦୧୯ ମସିହାରେ, ଯେତେବେଳେ ଚାଇନାର ୱୁହାନରେ କରୋନା ଭୂତାଣୁର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ବିଶ୍ୱର ଅନେକ ଦେଶ କରୋନା ଭାଇରସକୁ ଚାଇନାର ଭାଇରସ୍ ବୋଲି କହୁଥିଲେ । ଯେଉଁଥିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ଅଛନ୍ତି । ଯାହାକୁ ଚୀନ୍ ଦୃଢ଼ ବିରୋଧ କରିଥିଲା । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜେଙ୍ଗ ଶୁଆଙ୍ଗ କହିଛନ୍ତି ଯେ କରୋନାଭାଇରସ୍ ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ଅଟେ । ଏହାକୁ କୌଣସି ଦେଶ ସହିତ ସଂଯୁକ୍ତ କରିବା ଉଚିତ ନୁହେଁ । ଏହା ବିଶ୍ୱରେ ଗୋଟିଏ ଦେଶ ପ୍ରତି ଭୟ ବିସ୍ତାର କରିବ ।

ଟେଲିଗ୍ରାଫର ବରିଷ୍ଠ ସମ୍ପାଦକ ପଲ୍ ନୁକୀ ଟ୍ୱିଟ୍ କରିଛନ୍ତି ଯେ ତାଙ୍କ, ଉତ୍ସ ତାଙ୍କୁ କହିଛି ଯେ WHO ଜାଣିଶୁଣି ‘ନୁ’ ଏବଂ ‘ଶୀ’ ଅକ୍ଷରଗୁଡ଼ିକୁ ଛାଡି ଦେଇଛି । ନୁ ଏବଂ ନ୍ୟୁ ମଧ୍ୟରେ ଦ୍ୱନ୍ଦ ହେତୁ ଏବଂ ଶୀ ଏଥିପାଇଁ କାରଣ ବିଶ୍ୱରେ କୌଣସି ସ୍ଥାନକୁ ପୁଣି ଥରେ ସମସ୍ୟା ଏବଂ ତାତ୍ସଲ୍ୟର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ସୂଚନା ଅନୁଯାୟୀ WHO କୋଭିଡ -19 ର ନୂତନ ଭାରିଆଣ୍ଟ ଓମିକ୍ରନ୍ କୁ ଭାରିଆଣ୍ଟ ଅଫ୍ କନ୍ସର୍ନ VOC ବୋଲି କହିଛି । ଅର୍ଥାତ ବିଶ୍ୱର ଦେଶମାନେ ଏଥିପ୍ରତି ଯତ୍ନବାନ ହେବା ଉଚିତ୍ । ଏହା କୁହାଯାଉଛି ଯେ B.1.1.529 ଅର୍ଥାତ୍ ଓମିକ୍ରନ୍ ଭାରିଏଣ୍ଟ ୩୦ ଥର ମ୍ୟୁଟେଣ୍ଟ ହୋଇସାରିଛି ଅର୍ଥାତ ପରିବର୍ତ୍ତନ ହୋଇସାରିଛି । ଏହା ବିଶ୍ୱରେ ମହଜୁଦ ଅନେକ ଭ୍ୟାକସିନକୁ ଧୋକା ଦେଇପାରେ

Leave A Reply

Your email address will not be published.

Close Bitnami banner
Bitnami