ସୂର୍ଯ୍ୟବଂଶୀ ଦେଖି ପାକିସ୍ତାନୀ ରାଷ୍ଟ୍ରପତି ଦୁଃଖୀ, କହିଲେ ଭାରତ ବରବାଦ ହୋଇଯିବ

699

ପାକିସ୍ତାନୀ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଭାରତ ଚିନ୍ତା ଦୁଃଖୀ କରାଇ ଦେଇଛିବଲିଉଡ୍ ଯେଉଁଭଳି ସିନେମା ତିଆରି କରୁଛି ତାହା ଭାରତକୁ ବରବାଦ କରିଦେବ ବୋଲି ପାକିସ୍ତାନୀ ରାଷ୍ଟ୍ରପତି କହିଛନ୍ତି । ଲଙ୍କାରେ ହରି ଶବ୍ଦ ଭଳି ପାକିସ୍ତାନୀ ରାଷ୍ଟ୍ରପତିଙ୍କ ମନରେ ଭାରତ ପାଇଁ ଏହି ଦରଦ କଥା ଶୁଣି ଆପଣ ବେସି ଚକିତ ହେବା ପୂର୍ବରୁ ଆମେ ଏହାର କାରଣ କହିଦେଉଛୁ । ପାକିସ୍ତାନୀ ରାଷ୍ଟ୍ରପତିଙ୍କ ଏହି ଚିନ୍ତା ପଛରେ ଅଛନ୍ତି ଅକ୍ଷୟ କୁମାର ଓ ରୋହିତ ସେଟ୍ଟି । ବଲିଉଡର ଖିଲାଡି ଅକ୍ଷୟଙ୍କ ସୂର୍ଯ୍ୟବଂସୀ ଫିଲ୍ମ ପାଇଁ ପାକ୍ ରାଷ୍ଟ୍ରପତିଙ୍କ ରକ୍ତଚାପ ବଢି ଯାଇଛି । ପାକିସ୍ତାନୀ ରାଷ୍ଟ୍ରପତିଙ୍କ କହିବା ହେଉଛି ସୂର୍ଯ୍ୟବଂଶୀରେ ଯେଉଁଭଳି ଭାବେ ଜଣେ ମୁସଲମାନକୁ ଖଳନାୟକ କରି ଦେଖା ଯାଇଛି ତାହା ଦୁନିଆରେ ଇସଲାମ ବିରୋଧୀ ମନୋଭାବକୁ ଅଧିକ ବଳ ଦେବ । ଏମିତି ଯଦି ଜାରି ରୁହେ ତେବେ ଭାରତ ବରବାଦ ହୋଇଯିବ ବୋଲି ରାଷ୍ଟ୍ରପତି ମହାଶୟ ଟ୍ୱିଟ୍ କରି କହିଛନ୍ତି ।

ମାମଲା କ’ଣ ?

ସୂର୍ଯ୍ୟବଂଶୀ କରୋନା କାରଣରୁ ଦୁଇ ବର୍ଷ ଯାଏ ସିନେମାକୁ ଆସି ପାରିନଥିଲା । ସିନେମାକୁ ଆସିବା ପରେ ଏହା ଶହେ କୋଟି କ୍ଲବରେ ସାମିଲ ହୋଇ ସାରିଛି । କିନ୍ତୁ ଭାରତର କିଛି ଲିବେରାଲ ଅର୍ଥାତ ଅତି ଧର୍ମନିରପେକ୍ଷବାଦୀ ଫିଲ୍ମରେ ଗୋଟିଏ ମୁସଲିମ୍ ଚରିତ୍ରକୁ ଭିଲେନ୍ ଭାବେ ଦେଖାଯିବାକୁ ନାପସନ୍ଦ କରିଥିଲେ । ସେମାନେ ଏହାକୁ ନେଇ ରୋହିତ ଓ ଅକ୍ଷୟଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ । ଭାରତୀୟ ଲିବେରାଲଙ୍କଠାରୁ କିୟୁ ନେବା ପରେ ଏବେ ପାକିସ୍ତାନର ସେହି ଲିବେରାଲ ମାନେ ସକ୍ରୀୟ ହୋଇଛନ୍ତି ଯେଉଁମାନେ ନିଜ ଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ ରୁହନ୍ତି । ରାଷ୍ଟ୍ରପତି ଅଲଭି କହିଛନ୍ତି ଏଭଳି ଫିଲ୍ମ ଭାରତ ପାଇଁ ବିପଦଇସଲାମ ବିରୋଧୀ ମନୋଭାବ ଭାରତକୁ ଦିନେ ଧ୍ୱଂସ କରିଦେବ । ଖାଲି ପାକିସ୍ତାନୀ ରାଷ୍ଟ୍ରପତି ନୁହନ୍ତି ପାକ୍ ହିରୋଇନ୍ ମେହବିସ ହୟାତ ମଧ୍ୟ ସୂର୍ଯ୍ୟବଂଶୀକୁ ଇସଲାମ ଫୋବିକ୍ ବୋଲି କହିଛନ୍ତି । ଏହି ବିବାଦୀୟ ହିରୋଇନ୍ କହିଛନ୍ତି ଯେ, ଏହି ଫିଲ୍ମର ମୁସଲିମ୍ କ୍ୟାରେକ୍ଟର ଓ ବିଶୟବସ୍ତୁ ମତେ ବିବ୍ରତ କରୁଛି । ଇସଲାମ ବିରୋଧୀ ମନୋଭାବର ପ୍ରଭାବ କେବେଳ ସିନେମା ନୁହେଁ ପୁରା ଦୁନିଆ ଉପରେ ପଡୁଛି । ବଲିଉଡର ନୂଆ ରିଲିଜ୍ ସୂର୍ଯ୍ୟବଂଶୀ ଇସଲାମୋଫୋବିଆକୁ ବଳ ଦେଉଛି । ଏହି ଟ୍ରେଣ୍ଡ୍ ହଲିଉଡରୁ ଆରମ୍ଭ ହୋଇଥିଲା । ଆମେ ଯଦି ମୁସଲିମ୍ ଚରିତ୍ରକୁ ସକରାତ୍ମକ ଭାବେ ଦେଖାଇ ପାରିବୁ ନାହିଁ ତେବେ ଅତିକମରେ ସେମାନଙ୍କ ସହିତ ନ୍ୟାୟ ତ’ କରିପାରିବୁ ବୋଲି କହିଛନ୍ତି ହୟାତ ।

ରୋହିତ ସେଟ୍ଟି କ’ଣ କହିଛନ୍ତି ?

ଭାରତୀୟ ମିଡିଆରେ ସମାଲୋଚନା ହେବା ପରେ ଗୋଟିଏ ୱେବସାଇଟକୁ ସାକ୍ଷାତକାର ଦେଇ ରୋହିତ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ସେ ପ୍ରଶ୍ନକର୍ତ୍ତାକୁ ପାଲଟା ପ୍ରଶ୍ନ କରିଥିଲେ ଯେ, ମୋ ଫିଲ୍ମର ଭିଲେନ୍ ଯଦି ଜଣେ ହିନ୍ଦୁ ହୋଇଥାନ୍ତା ତେବେ କ’ଣ ଏଭଳି ପ୍ରଶ୍ନ ପଚରା ଯାଇଥାନ୍ତା କି ? ଏହା ପରେ ସେ ନିଜର ପୁରୁଣା ହିଟ୍ ଫିଲ୍ମର ମୁଖ୍ୟ ଖଳନାୟକ ଚରିତ୍ରଙ୍କ ଧର୍ମ କଥା ମଧ୍ୟ ଉଠାଇଥିଲେ । ତାଙ୍କ ଫିଲ୍ମ ସିଂହମର ଭିଲେନ୍ ଓ ସିମ୍ବାର ଭିଲେନ୍ ହିନ୍ଦୁ ଥିଲା । ସେତେବେଳେ କାହିଁକି ଏହି ପ୍ରଶ୍ନ କେହି ଉଠାଇଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

କହିଦେଉଥାଏ ପରକୁ ବୁଦ୍ଧି ନ’ଦିଶଇ ନିଜକୁ..

ପାକିସ୍ତାନ ରାଷ୍ଟ୍ରପତି ବଲିଉଡକୁ ଇସଲାମୋଫୋବିଆ ବାବଦରେ ଜ୍ଞାନ ଦେଇଛନ୍ତି । କିନ୍ତୁ ନିଜ ଦେଶର ଫିଲ୍ମ ଓ ସ୍କୁଲରେ କେଉଁଭଳି ଶିକ୍ଷା ଦିଆଯାଉଛି ତାହା ଭୁଲିଯାଇଛନ୍ତି । ପାକିସ୍ତାନର ସିନେମା ଇଣ୍ଡଷ୍ଟ୍ରି ଯାହା ଲାହୋରରୁ ଅପରେଟ୍ କରିଥାଏ ଓ ଲଲିଉଡ୍ ନାଁରେ ପରିଚିତ ତା’ର ଅଧିଂକାଶ ଫିଲ୍ମରେ ଭିଲିୟାନ ହିନ୍ଦୁ ହୋଇଥାନ୍ତି । ପାକ୍ ଜନସଂଖ୍ୟାରେ ନଗଣ୍ୟ ସଂଖ୍ୟାରେ ଥିବା ହିନ୍ଦୁଙ୍କୁ ଚୋର, ଠକ ଓ ଦେଶଦ୍ରୋହୀ ଭାବେ ଦେଖାଇବାରେ ସେଠାକାର ଫିଲ୍ମ ଇଣ୍ଡଷ୍ଟ୍ରୀ କୌଣସି ମୌକା ଛାଡି ନଥାଏ । ସେହିଭଳି ପାକିସ୍ତାନୀ ସ୍କୁଲ ପାଠ୍ୟପୁସ୍ତକରେ ହିନ୍ଦୁଙ୍କୁ ନକରାତ୍ମକ ଭାବେ ବର୍ଣ୍ଣିତ କରାଯାଇଛି । ହିନ୍ଦୁଙ୍କ ଅତ୍ୟାଚାର ପାଇଁ ପାକିସ୍ତାନ ସୃଷ୍ଟି ହୋଇଛି ବୋଲି ସେଠାକାର ସ୍କୁଲ ପାଠ୍ୟକ୍ରମ କୁହେ । ଔରଙ୍ଗଜେବ ଓ ମହମ୍ମଦ ବିନ୍ କାସିମ ଭଳି ଧର୍ମାନ୍ଧଙ୍କୁ ପାକିସ୍ତାନରେ ହିରୋ ଭାବେ ବର୍ଣ୍ଣନା କରାଯାଇଛି ।

Leave A Reply

Your email address will not be published.

Close Bitnami banner
Bitnami