କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ

653

ନବଜ୍ୟୋତ ସିଂ ସିଦ୍ଧୁ । ଏହି ଗୋଟିଏ ନାମ ଗତ ଏକ ମାସ ଧରି ରାଜନୈତିକ ମହଲରେ ଯେତିକି ଚର୍ଚ୍ଚା ସାଉଁଟୁଛି ତାହା ଆଉ କାହା ଭାଗ୍ୟରେ ଯୁଟିନାହିଁ । ଗାନ୍ଧି ଫ୍ୟାମିଲିର ପୁରୁଣା ମିତ୍ର କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ କ୍ଷମତାରୁ ହଟାଇବାରେ ସଫଳ ହୋଇଥିବା ସିଦ୍ଧୁ ମାତ୍ର ଦିନ କେଇଟାରେ କଂଗ୍ରେସକୁ ଏମିତି ହରଡଘଣାରେ ପକାଇଛନ୍ତି ଯେ, ଦଳ ପଡୁଛି ଉଠୁଛି । ରାହୁଲ, ପ୍ରିୟଙ୍କା ପାଇଁ ରାଜନୈତିକ ସଂକଟ ସୃଷ୍ଟି କରିଥିବା ସିଦ୍ଧୁ ଯଦି କ୍ୟାପ୍ଟେନଙ୍କ ନଜରରେ ଅସ୍ଥିର ତେବେ ତାଙ୍କ ଇତିହାସ କହୁଛି ଯେ, ସିଦ୍ଧୁଙ୍କ ଡିଏନଏ ହିଁ ବିଦ୍ରୋହୀକ୍ରିକେଟ୍ ଖେଳୁଥିବା ବେଳେ ସିଦ୍ଧୁ ପଡିଆରୁ ବଲ ବାହାର କରିବାରେ ଯେମିତି ବିଶ୍ୱାସ କରୁଥିଲେ ସେମିତି ରାଜନୀତିରେ ନିଜ ବିରୋଧୀଙ୍କୁ ଦଳରୁ ବାହାର କରିବାରେ ବିଶ୍ୱାସ କରନ୍ତି । ସିଦ୍ଧୁଙ୍କ କ୍ରିକେଟ୍ କ୍ୟାରିୟରରାଜନୈତିକ ଇନିଂସ ଉପରେ ଯଦି ନଜର ପକାଯାଏ ତେବେ ଜଣା ପଡିବ ଯେ, ସେ ସବୁବେଳେ ହାଇକମାଣ୍ଡଙ୍କ ବିରୋଧରେ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି । ଆସନ୍ତୁ ନଜର ପକାଇବା ସିଦ୍ଧୁଙ୍କ ପୁରୁଣା ବିଦ୍ରୋହର ଫର୍ଦ୍ଧ ଉପରେ…

କ୍ରିକେଟ୍ ରେ ଅଧିନାୟକଙ୍କ ବିରୁଦ୍ଧରେ ବିଦ୍ରୋହ

ରାଜନୀତି ଭଳି ନଭଜୋତ ସିଂ ସିଦ୍ଧୁଙ୍କ ଖେଳ କ୍ୟାରିୟର ବି ବିବାଦ ଘେରରେ ରହିଥିଲା। କ୍ରିକେଟ୍ ପ୍ରେମୀମାନଙ୍କର ମନେଥିବ ଯେ ୧୯୯୬ ମସିହାରେ ଇଂଲଣ୍ଡ ଗସ୍ତ ସମୟରେ ନବଜୋତ ସିଂ ସିଦ୍ଧୁ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ସେ ସିରିଜ୍ ଅଧାରେ ଛାଡ଼ି ଭାରତ ଫେରିଆସିଥିଲେ। ଯାହାକୁ ନେଇ ସେତେବେଳେ ମଧ୍ୟ ଏମିତି ଚର୍ଚ୍ଚା ହୋଇଥିଲା । ଜଣେ ଖେଳାଳୀଙ୍କ ପାଇଁ ସବୁଛାରୁ ବଡ଼ କଥା ହେଉଛି ସଂଯମତା ରଖିବାଯାହାକି ସିଦ୍ଧୁଙ୍କ ପାଖରେ ଦେଖିବାକୁ ମିଳିନଥିଲା। ତେବେ କ୍ୟାପ୍ଟେନ ଅମରିନ୍ଦର ଏମିତି ହିଁ ସିଦ୍ଧୁଙ୍କୁ ଅସ୍ଥିର କହିନଥିଲେ । ଏହାର ପ୍ରମାଣ ନିଜେ ସିଦ୍ଧୁ ସମୟ ସମୟରେ ଦେଇଆସିଛନ୍ତି ।

ଅରୁଣ ଜେଟଲିଙ୍କ ସହ ବି କରିଛନ୍ତି ଦଗା:

ସିଦ୍ଧୁ ୨୦୦୪ରେ ରାଜନୀତିରେ ପ୍ରବେଶ କରିଥିଲେସେ ବିଜେପି ଟିକଟରେ ଅମୃତସରରୁ ଲୋକସଭା ନିର୍ବାଚନ ଜିତିଥିଲେ। ସେତେବେଳେ ତାଙ୍କ ବିରୁଦ୍ଧରେ ଏକ ମାଡ଼ପିଟ୍ ମାମଲା ଚାଲିଥିଲା । ଏହି ମାମଲାରେ ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ସିଦ୍ଧୁଙ୍କୁ ରକ୍ଷା କରିଥିଲେ ଓ ତାଙ୍କୁ ଜାମିନ ମିଳିଥିଲା। ଯାହାପରେ ସେ ରାଜନୀତିରେ ଅରୁଣ ଜେଟଲୀଙ୍କୁ ନିଜ ଗୁରୁ କରିଥିଲେ।

କିନ୍ତୁ ୨୦୧୪ରେ ଯେତେବେଳେ ବିଜେପି ଅରୁଣ ଜେଟଲୀଙ୍କୁ ପ୍ରାର୍ଥୀ କରିଥିଲା, ସିଦ୍ଧୁ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ମହତ୍ୱକାଂକ୍ଷୀ ସିଦ୍ଧୁ ଅରୁଣଙ୍କ ବିରୁଦ୍ଧରେ ବିଦ୍ରୋହର ସ୍ୱର ଶାଣିତ କରିଥିଲେ । ନିଜର ରାଜନୈତିକ ଗୁରୁ ମାନୁଥିବା ଅରୁଣ ଜେଟଲୀଙ୍କ ପାଇଁ ସେ ପ୍ରଚାର କରିବାକୁ ବି ଯାଇନଥିଲେ।

ଅକାଳି ଦଳକୁ କରିଥିଲେ ଟାର୍ଗେଟ୍

ସିଦ୍ଧୁ ବିଜେପିରେ ରହି ପଞ୍ଜାବରେ ବିଜେପିକୁ ବଳ ଜୁଟାଉଥିବା ଅକାଳି ଦଳକୁ ବି ଟାର୍ଗେଟ କରିଥିଲେ । ବେଳଥିଲା ସେ ଅକାଳି ଦଳ ନେତା ବିକ୍ରମ ସିଂ ମାଜିଥିଆ ଏବଂ ସୁଖବୀର ବାଦଲଙ୍କର ଗୁଣ ଗାନ କରୁଥିଲେ, ହେଲେ ପରେ ସେ ତାଙ୍କରି ବିରୁଦ୍ଧରେ ଭ୍ରଷ୍ଟାଚାର, ଖଣି ଦୁର୍ନୀତି ଭଳି ଅଭିଯୋଗ କରି ଟାର୍ଗେଟ କରିଥିଲେ। କିଛି ବିଜେପି ନେତା ବି ତାଙ୍କ ଟାର୍ଗେଟ ରାଡରକୁ ଆସିଥିଲେ । ଯାହାକି ସେତେବଳର ବିଜେପି ରାଜ୍ୟ ମୁଖ୍ୟ କମଲ ଶର୍ମାଙ୍କୁ ଅଡ଼ୁଆରେ ପକାଇଥିଲା। ସିଦ୍ଧୁଙ୍କୁ ନେଇ ଦଳରେ ଅସନ୍ତୋଷ ବଢ଼ିବାକୁ ଲାଗିଲା । ଏପ୍ରିଲ୍ 2016 ରେ ସେ ରାଜ୍ୟସଭା ସାଂସଦ ହୋଇଥିଲେ କିନ୍ତୁ ତିନି ମାସ ପରେ ସେ ଇସ୍ତଫା ଦେଇଥିଲେ। ସେତେବେଳେ ଏହା ଚର୍ଚ୍ଚା ହେଲା ଯେ ସିଦ୍ଧୁ ଆମ ଆଦମି ପାର୍ଟିରେ ଯୋଗ ଦେବେ ଓ ମୁଖ୍ୟମନ୍ତ୍ରୀର ଚେହେରା ହେବେ। କିନ୍ତୁ ୨୦୧୭ ନିର୍ବାଚନର କିଛି ସପ୍ତାହ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ

2017 ରେ କ୍ୟାବିନେଟ ମନ୍ତ୍ରୀ

୨୦୧୭ରେ ପଞ୍ଜାବରେ କଂଗ୍ରେସ କ୍ଷମତାକୁ ଆସିଥିଲା ଏବଂ ସିଦ୍ଧୁ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। କିନ୍ତୁ କିଛି ମାସ ପରେ ହିଁ ସେ ଅମୃତସର ମେୟର ନିର୍ବାଚନରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବଂ କ୍ୟାପଟେନ ଅମରିନ୍ଦରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ

ସିଦ୍ଧୁ ଅମରିନ୍ଦର ଫାଇଟ୍

2019 ରେ, କ୍ୟାପଟେନ ଅମରିନ୍ଦର ସିଂ ସିଦ୍ଧୁଙ୍କ ମନ୍ତ୍ରଣାଳୟକୁ ପରିବର୍ତ୍ତନ କରିଥିଲେ। ଯାହାପରେ ସିଦ୍ଧୁ ଏହାର ପ୍ରତିବାଦରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଶପଥ ଗ୍ରହଣ ସମାରୋହରେ ସିଦ୍ଧୁଙ୍କୁ ନିମନ୍ତ୍ରଣ ପଠାଇଥିଲେ। କ୍ୟାପଟେନ ଅମରିନ୍ଦର ସିଂ ସିଦ୍ଧୁଙ୍କୁ ଏହି ସମାରୋହରେ ଯୋଗ ନଦେବାକୁ ନିବେଦନ କରିଥିଲେ। କିନ୍ତୁ ସିଦ୍ଧୁ ଶୁଣି ନଥିଲେ ସେ ନିଜ ବନ୍ଧୁଙ୍କ ଶପଥ ଗ୍ରହଣ ପାଇଁ ପାକିସ୍ତାନରେ ପହଞ୍ଚିଥିଲେ। ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ ଏତିକିରେ ସରିନଥିଲା ସେଠି ସେ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ ବି କରିତିଲେ । ଯାହାର ଫଟୋ ବହୁତ ବାଇରାଲ ହୋଇଥିଲା । ଏହାକୁ ନେଇ କ୍ୟାପ୍ଟେନ୍ ଅମରିନ୍ଦରଙ୍କ ରକାରକୁ ବହୁତ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା

ପିସିସି ସଭାପତି ପଦରୁ ଇସ୍ତଫା

୨୦୧୯ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ କହିବା ପରେ ଭଟିଣ୍ଡାରେ ସିଦ୍ଧୁ ପ୍ରଚାର କରିଥିଲେ । ଦୀର୍ଘଦିନ ପରେ ଦଳରେ ସକ୍ରିୟତା ବଢ଼ାଇବାରୁ ତାଙ୍କୁ ଯାହା ପରେ ତାଙ୍କୁ ରାଜ୍ୟର ପିସିସି ସଭାପତି କରାଯାଇଥିଲେ। ଏଗହି ସମୟରେ କ୍ୟାପ୍ଟେନ ଅମରିନ୍ଦର ତାଙ୍କୁ ବିରୋଧ କରିଥିଲେ । ପିସିସି ସଭାପତି ହେବାପରେ ସେ କ୍ୟାପ୍ଟେନଙ୍କ ବିରୁଦ୍ଧରେ ଶ୍ୱର ଶାଣିତ କରିଥିଲେ, ଆଉ ଦଳ କନ୍ଦଳ ଏତେ ବଢ଼ିଲା ଯେ ଶେଷରେ କ୍ୟାପ୍ଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଲା। ପିସିସି ସଭାପତି ପଦ ମିଳିବା ଓ କ୍ୟାପ୍ଟେନଙ୍କ ଇସ୍ତଫା ପରେ ସମସ୍ତଙ୍କୁ ଲାଗିଲା ଯେ ଏବେ ସିଦ୍ଧୁ ଦଳପ୍ରତି ନିଷ୍ଠାର ସହ କାମ କରିବେ । ହେଲେ ପୁଣିଥରେ ସିଦ୍ଧୁ ନିଜର ରଙ୍ଗ ଦେଖାଇଲେ ମନ୍ତ୍ରିମଣ୍ଡଳକୁ ନେଇ ଅସନ୍ତୁଷ୍ଟ ହେବାରୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦେଲେ

Leave A Reply

Your email address will not be published.

Close Bitnami banner
Bitnami