ହକି, ମିଡିଆ ଓ ନବୀନ

1,011

‘IHF ହକିକୁ ମାରି ସାରିଥିଲା, ତା’ପରେ ଆସିଲେ ନବୀନ ଆଉ ସବୁକିଛି ବଦଳିଗଲା’

ରବିବାର ଥିଲା ସୁପର ସଣ୍ଡେ । ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଭାରତକୁ ବ୍ରୋଞ୍ଜ ଦେବା ସହିତ ଦୁଇଟି ଅଲମ୍ପିକ୍ସ ମେଡାଲ ପାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ । ପୁଣି ସେହି ରବିବାର ଦିନ ଭାରତ 41 ବର୍ଷ ପରେ ପ୍ରଥମ ଥର ପାଇଁ ହକି ସେମିଫାଇନାଲକୁ ଉନ୍ନିତ ହୋଇଥିଲା । 1980 ମସ୍କୋ ଅଲମ୍ପିକ୍ସ ପରେ ଭାରତୀୟ ପୁରୁଷ ହକି ଟିମ୍ ପ୍ରଥମ ଥର ପାଇଁ ସେମିଫାଇନାଲକୁ ଆସିବାର ଗୋଟିଏ ଦିନ ପରେ ଭାରତୀୟ ମହିଳା ହକି ଟିମ୍ ଇତିହାସ ସୃଷ୍ଟି କରିଥିଲା । ପ୍ରଥମ ଥର ପାଇଁ ଅଲମ୍ପିକ୍ସରେ ସେମିକୁ ଯାଇ ଭାରତୀୟ ମହିଳା ଟିମ୍ ପ୍ରମାଣିତ କରିଦେଲେ ଯେ, ଆମ ଝିଅ କିଛି କମ୍ ନୁହନ୍ତି ।

ଉଭୟ ପୁରୁଷ ଓ ମହିଳା ଟିମଙ୍କ ଏହି ଚମତ୍କାରୀ ପ୍ରଦର୍ଶନ ଭିତରେ ଧ୍ରୁବ ରାଠି ଭଳି ତଥାକଥିତ ବୁଦ୍ଧିଜିବୀ ୟୁଟ୍ୟୁବର ମହିଳା ହକି ଟିମର ପ୍ରଦର୍ଶନ ପାଇଁ 2008ରେ ଆସିଥିବା ଶାହାରୁଖ ଖାନଙ୍କ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ ପ୍ରେରଣାର ବତୀଖୁଣ୍ଟ କହି ଟ୍ରୋଲ୍ ହେଉଥିବା ବେଳେ ଆଉ ଜଣେ ବ୍ୟକ୍ତିଙ୍କୁ ନେଇ ଭାରତର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେହି ବ୍ୟକ୍ତି ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସବୁଠାରୁ ବଡ଼ କଥା ହେଉଛି ଲେଫ୍ଟ, ରାଇଟ୍ ଓ ସେଣ୍ଟର ରାଇଟ୍ ମିଡିଆର ଜଣାଶୁଣା ଚେହେରା ଓ ମିଡିଆ ହାଉସ ଗୋଟିଏ କଥାରେ ଏକମତ ଥିଲେ ଯେ, ନବୀନଙ୍କ ପାଇଁ ଭାରତୀୟ ହକିର କାୟାକଳ୍ପ ହୋଇଛି । ଦକ୍ଷୀଣପନ୍ଥୀ ହିନ୍ଦୁତ୍ୱବାଦୀଙ୍କ ଫେଭରେଟ୍ ପଞ୍ଚିଂବ୍ୟାଗ୍ ରାଜଦୀପ ସରଦେଶାଇ ଯଦି ହକି ପାଇଁ ନବୀନଙ୍କ ଯୋଗାଦନ କଥା ମନେ ପକାଇ ଟ୍ୱିଟ୍ କରିଥିଲେ ତେବେ ନିଜକୁ ରାଇଟ ବା ଦକ୍ଷୀଣପନ୍ଥୀ ୱେବସାଇଟ୍ କହି ଗର୍ବ କରୁଥିବା TIFPOST ପୋଷ୍ଟ୍ ଆଶ୍ଚର୍ଯ୍ୟଜନକ ଭାବେ ରାଜଦୀପଙ୍କ କଥାକୁ ସମର୍ଥନ କରୁଥିଲା , ଅବଶ୍ୟ ଅଲଗା ଢଙ୍ଗରେ । ରାଜଦୀପ ଯଦି ନବୀନଙ୍କୁ ଧନ୍ୟବାଦ ଦେଉଥିଲେ ତେବେ ଟିଫ୍ ପୋଷ୍ଟ ଗୋଟିଏ ବଡ଼ ନିବନ୍ଧରେ ଲେଖିଛି ଯେ, ଭାରତୀୟ ହକି ସଂଘ ହକିକୁ ମାରି ସାରିଥିଲା, କିନ୍ତୁ ଏହାପରେ ନବୀନଙ୍କ ଅବିର୍ଭାବ ହେଲା ଓ ସବୁକିଛି ବଦଳିଗଲା ।

ରାଜଦୀପ ତାଙ୍କ ଟ୍ୱିଟରେ କହିଥିଲେ ଯେ, ଭାରତର କର୍ପୋରେଟ୍ ହାଉସ ଓ ନେତା କ୍ରିକେଟ ପଛରେ କାରଣ ସେଥିରେ ଗ୍ଲାମର ଅଛି, ରୋମାଂଚ ଅଛି । କିନ୍ତୁ ନବୀନ ହକିକୁ ବାଛିଥିଲେ । ନବୀନଙ୍କ ପାଇଁ ହିଁ ଭାରତୀୟ ହକି ସଫଳ ହୋଇଛି ।

ଦେଶର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ ଆଜତକ ମଧ୍ୟ ତା’ର ୱେବସାଇଟରେ ହକି ପ୍ରତି ନବୀନଙ୍କ ଅବଦାନକୁ ମନେ ପକାଇ ଗୋଟିଏ ଲେଖା ପ୍ରକାଶିତ କରିଛି । ଯାହାର ଶୀର୍ଷକ ଥିଲା ‘‘ ହକି ଟିମର ଚମତ୍କାରୀ ପ୍ରଦର୍ଶନ ପରେ କ’ଣ ପାଇଁ ଚର୍ଚ୍ଚାରେ ନବୀନ ?

Aaj Tak, Aaj Tak website, Naveen Patnaik, Odisha CM, Hockey, Tokyo Olympics, Indian hockey federation, Indian mens hockey, Indian womens hockey, Odisha sponsors hockey team

ଆଜତକ୍ ଲେଖିଛି ଯେ ନବୀନ ପଟ୍ଟନାୟକ ହକିଟିମକୁ ସେତେବେଳେ ସାହାରା ହୋଇଥିଲେ ଯେତେବେଳେ ତା’ର କେହି ସାହାରା ନଥିଲା । ଟିମକୁ ସ୍ପନସର କରିବାକୁ କେହିନଥିଲେ । ଏହା ହେଉଛି 2018 ମସିହାର କଥା1995ରୁ ସାହାରା ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସର ଥିଲା । କିନ୍ତୁ ଖରାପ ଆର୍ଥିକ ସ୍ଥିତି କାରଣରୁ ସାହାରା ଇଣ୍ଡିଆ ଡିଲରୁ ହଟି ଯାଇଥିଲା । ସେହି ସମୟରେ ଓଡ଼ିଶା ସରକାର ଭାରତୀୟ ହକି ଟିମକୁ ସହାୟତାର ହାତ ବଢାଇଥିଲା । ରାଜ୍ୟ ସରକାର ଗତ ତିନି ବର୍ଷ ଧରି ଭାରତୀୟ ପୁରୁଷ ଓ ମହିଳା ହକି ଟିମକୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି । ଓଡ଼ିଶା ସରକାର ପ୍ରତିବର୍ଷ ହକି ଟିମକୁ 20 କୋଟି ଟଙ୍କା ଦେଉଛନ୍ତି ବୋଲି ଆଜତକ୍ ଲେଖିଛି ।

ଆଜତକ୍ ଆହୁରି ମଧ୍ୟ ଲେଖିଛି ଯେ, ହକି ଟିମକୁ ସ୍ପନସର କରିବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁଭଳି ଭାବେ ହକି ଟିମକୁ ପ୍ରୋତ୍ସାହିତ କରନ୍ତି ସେ ବାବଦରେ ମଧ୍ୟ ଆଜତକ୍ ଲେଖିଛି ।

ଆଜତକ୍ ଭଳି TIFPOST ମଧ୍ୟ ଭାରତୀୟ ହକି ଟିମର ଉପଲବ୍ଧି ପାଇଁ ନବୀନ ପଟ୍ଟନାୟକଙ୍କ ଯୋଗଦାନକୁ ପ୍ରଶଂସା କରିଛି । ଟିଆଇଏଫ ପୋଷ୍ଟର ହେଡଲାଇନ୍ ହକିର କାୟାକଳ୍ପରେ ନବୀନଙ୍କ ଯୋଗଦାନକୁ ସ୍ପଷ୍ଟ କରିଛି । ଏହାର ହେଡଲାଇନ୍ ଥିଲା ଭାରତୀୟ ହକିକୁ ଆଇଏଚଏଫ୍ ମାରି ସାରିଥିଲା, ସେତିକିବେଳେ ନବୀନ ଆସିଲେ ଓ ସବୁକିଛି ବଦଳି ଗଲା ।

TFIPOST, Naveen Patnaik, Indian Hockey Federation, IHF, Indian mens hockey team, Indian womens hockey team, Tokyo olympics 2020, Odisha sponsors India hockey, Hockey world cup Odisha 2018

ଡୁନ୍ ସ୍କୁଲରେ ନବୀନ ହକି ଖେଳୁଥିବା ଓ ହକି ଟିମର ଗୋଲକିପର ଥିବା କଥା ଉଲ୍ଲେଖ କରି ଟିଫ୍ 2014 ପରେ ହକିର ଉତ୍ଥାନ ପାଇଁ ନବୀନଙ୍କ ଯୋଗଦାନ କଥା ଲେଖିଛି ।

ଭାରତରେ ହକିର ପତନ ପାଇଁ ହକି ଫେଡେରେସନକୁ ଦାୟୀ କରି ଟିଫ୍ ଲେଖିଛି ଯେ, ହକି ପାଇଁ ସବୁକିଛି ଖରାପ ଚାଲୁଥିବା ବେଳେ ନବୀନ ଆସିଥିଲେ । 2014ରେ ନବୀନ, ଦିଲ୍ଲୀପ ତିର୍କୀଙ୍କ ସହିତ ମିଶି ହକିର ଉତ୍ଥାନ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ଭାରତର ବାକି ନେତା କ୍ରିକେଟ୍ ପଛରେ ଦୌଡୁଥିବା ବେଳେ ସେ ହକି ଉପରେ ନଜର ପକାଇଥିଲେ । 2014ରେ ଚମ୍ପିୟାନ ଟ୍ରଫି ଓ 2017ରେ ୱର୍ଲଡ ହକି ଲିଗ୍ ଫାଇନାଲ ଆୟୋଜନ ଓଡ଼ିଶାରେ କରାଇଥିଲେ । ସେ ମଧ୍ୟ 2018ରେ ଓଡ଼ିଶାରେ ହକି ବିଶ୍ୱକପ୍ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରାକୃତିକ ଦୁର୍ବିପାକର ଇତିହାସ ଭିତରେ ଓଡ଼ିଶା ହକି ବିଶ୍ୱକପ ସଫଳତାର ସହିତ ଆୟୋଜନ କରିପାରିବ କି ନାହିଁ ତାକୁ ନେଇ ସନ୍ଦେହ ଥିଲା କିନ୍ତୁ ନବୀନ ବିଶ୍ୱକପକୁ ସଫଳତାର ସହିତ ଆୟୋଜନ କରିଥିଲେ ।

Leave A Reply

Your email address will not be published.

Close Bitnami banner
Bitnami