ସମୁଦ୍ର ପ୍ରେମରେ କୁନି ପୁଅ ମୁକେଶ

687

ସମୁଦ୍ର କଥା କହିଲେ ଯାହାର ମନ ଅନ୍ୟମନସ୍କ ହୋଇଉଠେସମୁଦ୍ରତଟବର୍ତୀ ଅଂଚଳକୁ ସଫା କରିବାରେ ଯାହାର କୁନି ହାତ ଓ ପାଦ ଥକେନି ସେ ହେଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଏକ ଛୋଟ ସମୁଦ୍ରକୂଳିଆ ଗାଁ ଗୁଣ୍ଡଳବା ଅଂଚଳର ମାମିନା ମଲ୍ଲିକଙ୍କ କୁନି ପୁଅ ମୁକେଶ । ପୁରା ନାମ ମୁକେଶ ମଲ୍ଲିକ । ବୟସ ପାଖାପାଖି ୧୪ । ଗାଁ ପାଖ ବେଳାଭୂମି ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ମୁକେଶ ସମୟ ପାଇଲେ ସମୁଦ୍ରକୂଳକୁ ଧାଇଁ ଯାଏ । ଆଉ ବଡ଼ ପିଲା ଭଳି ସଫା କରିଚାଲେ ଯୋଜନ ଯୋଜନ ବାଟ

ମୁକେଶ ୨୦ରୁ ୨୫ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ବେଳାଭୂମି ସଫେଇ, ଜଙ୍ଗଲ ନିଆଁକୁ ଆୟତ କରିବା, ବନ୍ୟଜନ୍ତୁ ସୁରକ୍ଷା ଭଳି ବିଭିନ୍ନ କାମରେ ସାମିଲ ହୋଇ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୧୦୦ରୁ ଅଧିକ ବେଳାଭୂମି ସଫେଇ ଅଭିଯାନରେ ସେ ସକ୍ରିୟ ଭାବେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ (ଓପ୍‌ସା) ସହ ସାମିଲ ହୋଇ କାମ କରୁଛନ୍ତି । ଦଳରେ ୫୦ ଜଣ ସଦସ୍ୟ ଥିବା ବେଳେ ମୁକେଶ ସବୁଠାରୁ ଛୋଟ । ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଥିବା ୧୦୦ ଦିନର ବେଳାଭୂମି ସଫେଇ ଅଭିଯାନରେ ବି ମୁକେଶ ସାମିଲ ହୋଇ କାମ କରିଛନ୍ତି । ୨୦୧୪ରୁ ଅଦ୍ୟାବଧି ସେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ଅଛନ୍ତି ।  ଏ ସବୁ ଭିତରେ ଯେମିତି ନିଜର ପାଠପଢ଼ା କ୍ଷତିଗ୍ରସ୍ତ ନ ହୁଏ ସେଥିପାଇଁ ସେ ଛୁଟି ଦିନକୁ ହିଁ ସବୁଠୁ ଉତ୍କୃଷ୍ଟ ସମୟ ଭାବେ ବାଛି ନେଇଛନ୍ତି । ଏବେ ଲକ୍‌ଡାଉନ୍ ଚାଲିଥିବାରୁ ତାଙ୍କୁ ଏଥିପାଇଁ ଅଧିକ ସମୟ ମିଳୁଥିବା ମୁକେଶ କହିଛନ୍ତି । ଏଥିପାଇଁ ସେ ସବୁ ଶ୍ରେୟ ଗାଁର ବିଚିତ୍ରାନନ୍ଦ ଓ ଚାରୁ ମା’ଙ୍କୁ ଦେଇଛନ୍ତି । ତାଙ୍କ କହିବା କଥା ବିଚିତ୍ରାନନ୍ଦ ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରାପ୍ତ ସ୍ୱେଚ୍ଛାସେବୀ ଭାବେ ପ୍ରଶଂସିତ ହୋଇଥିବା ବେଳେ ଚାରୁ ମା ଜାତୀୟସ୍ତରରେ ଜୈବ ବିବିଧତା ସଂରକ୍ଷଣ ପାଇଁ ପୁରସ୍କୃତ ହୋଇଛନ୍ତି । ମୁଁ ବି ବଡ଼ ହେଲେ ତାଙ୍କ ଭଳି ହେବି ବୋଲି କହିଛନ୍ତି ମୁକେଶ ।

Leave A Reply

Your email address will not be published.

Close Bitnami banner
Bitnami