ଏଲୋପାଥିର ଜନକ କିଏ ? କେବେଠାରୁ ଆରମ୍ଭ ହେଲା ଏଲୋପାଥି ଚିକିତ୍ସା ?

447

ଏଲୋପାଥି ନା ଆର୍ୟୁବେଦ

ବାବା ରାମଦେବ ଓ ଆଇଏମଏ ଏବେ ପରସ୍ପର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ପ୍ରତିଦିନ ବାବା ଓ ଆଇଏମଏ (ଇଣ୍ଡିଆନ୍ ମେଡିକାଲ  ଆସୋସିଏସନ୍) ମଧ୍ୟରେ ଚାଲିଛି ବାକଯୁଦ୍ଧ । ବାବା କହୁଛନ୍ତି ଏଲୋପାଥି ନୁହେଁ ଆର୍ୟୁବେଦ କରୋନା ସଂକ୍ରମିତଙ୍କ ଜୀବନ ରକ୍ଷା କରିଛି । ଆଇଏମଏ କହୁଛି ବାବା ଏମିତି କହି ଏଲୋପାଥୀର ବିଶ୍ୱସନୀୟତାକୁ ପ୍ରଶ୍ନଘେରକୁ ଆଣୁଛନ୍ତି । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏଲୋପାଥୀର ଜନ୍ମ କେବେ ଓ କେମିତି ହୋଇଥିଲା । ଆର୍ୟୁବେଦ ଏଲୋପାଥିଠାରୁ ଢେର ପୁରୁଣା ଏଥିରେ ସନ୍ଦେହ ନାହିଁ । ତେବେ ଦୁଇଟି ଯାକ ଭିନ୍ନ ଚିକିତ୍ସା ପଦ୍ଧତି । ଗୋଟିକି ଆଉ ଗୋଟିଏ ସହିତ ତୁଳନା କରାଯାଇ ପାରିବ ନାହିଁ । ଆର୍ୟୁବେଦ ତୁଳନାରେ ନୂଆ ଏଲୋପାଥିର ଜନ୍ମ କେବେ ହୋଇଥିଲା ଓ କେମିତି ଏହା କାମକରେ ଆସନ୍ତୁ ଜାଣିବା ।

ଏଲୋପାଥି ଔଷଧ ଅଲଗା ଭାବେ କାମ କରିଥାଏ

ଏଲୋପାଥି ଟର୍ମର ବ୍ୟବହାର ପ୍ରଥମ ଥର ପାଇଁ ୧୮୧୦ରେ ହୋଇଥିଲାଜର୍ମାନୀ ଚିକିତ୍ସକ ସାମୁଏଲ ହନିମେନ୍ ଏହାକୁ ପ୍ରଥମ ଥର ପାଇଁ ବ୍ୟବହାର କରିଥିଲେ । ଗ୍ରୀକ ଶବ୍ଦରୁ ଏହା ଆସିଛି । ଦୁଇଟି ଗ୍ରୀକ ଶବ୍ଦ ଏଲୋସ ଓ ପୈଥୋଜ ମିଶ୍ରଣରୁ ଏଲୋପାଥିର ସୃଷ୍ଟି । ଏଲୋସର ଅର୍ଥ ହେଉଛି ଅଲଗା ଓ ପୈଥେଜର ଅର୍ଥ ହେଉଛି ପୀଡିତ । ହୋମିଓପାଥିଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ହୋଇଥାଏ ।  ହୋମିଓପାଥିରେ ସେହି ତତ୍ୱର ହାଲୁକା ଡୋଜ୍ ଦିଆଯାଏ ଯାହା ରୋଗର କାରଣ ହୋଇଥାଏ । ଅନ୍ୟପକ୍ଷରେ ଏଲୋପାଥିରେ ଲକ୍ଷଣର ବିପରିତ ଅର୍ଥାତ ରୋଗକୁ ଦବାଇବାର ଔଷଧ ଦିଆଯାଇଥାଏ । ଯେମିତି ଶରିର ତାପମାତ୍ରା ବଢିଲେ ଜ୍ୱର କମାଇବା ଔଷଧ ଦିଆଯାଇଥାଏ ।

ଚିକିତ୍ସାର ନୂଆ ବିଜ୍ଞାନ

ଆରମ୍ଭରେ ଲୋକ ଏଲୋପାଥିକୁ ବିଶ୍ୱାସ କରୁନଥିଲେ । କିନ୍ତୁ ସମୟ ବିତିବା ସହିତ ଏହା ଲୋକପ୍ରିୟ ହେବାରେ ଲାଗିଲା । ଏହାକୁ ଆଧୁନିକ କିମ୍ବା ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନ ବୋଲି କୁହାଯାଇଥାଏ । ଅନେକ ସମୟରେ ଏହାକୁ ଅର୍ଥୋଡକ୍ସ ମେଡିସିନ୍ ବୋଲି କୁହାଯାଇଥାଏ । ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ ହେଲ୍ଥ କେୟାର ପ୍ରଫେସନାଲ ଡିଗ୍ରୀଡିପ୍ଲୋମା ପାଇବା ପରେ ଲାଇସେନ୍ସ ନେଇ ପ୍ରାକ୍ଟିସ କରିଥାନ୍ତି ।

ଅପରେସନ୍ ଏହାର ବିଶେଷତା

ଏଲୋପାଥିରେ ଔଷଧ ସହିତ ସର୍ଜରି, ରେଡିଏସନ୍ ଓ ଅନ୍ୟ ଥେରାପି ଆସିଥାଏ । ସର୍ଜରି ଏଲୋପାଥିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହାକି ଚିକିତ୍ସାର ଅନ୍ୟକୌଣସି ବୈକଳ୍ପିକ ପଦ୍ଧତିରେ ନାହିଁ । ହୋମିଓପାଥି, ନେଚରପାଥି, ୟନୁାନି ଓ ଆର୍ୟୁବେଦରେ ସର୍ଜରୀ ବା ଶେଲ୍ୟ ଚିକିତ୍ସାର କୌଣସି ବ୍ୟବସ୍ଥା ନାହିଁ ।

ଏଲୋପାଥିରେ ଫ୍ରିଭେଣ୍ଟିଭ୍ ଔଷଧର ମଧ୍ୟ ବ୍ୟବସ୍ଥା ରହିଛି

ଏଲୋପାଥିରେ ଅନେକ ଔଷଧ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପରେ ହିଁ ଜଣେ ଦୋକାନରୁ କିଣି ପାରିବେ କିନ୍ତୁ ମୁଣ୍ଡବିନ୍ଧା, କାଶ ଭଳି ଔଷଧକୁ ଜଣେ ଓଭର ଦ କାଉଣ୍ଟରରୁ ବିନା ପ୍ରେସକ୍ରିପସନରେ ମଧ୍ୟ କିଣି ପାରିବେ ।  ପ୍ରିଭେଣ୍ଟିଭ୍ ଟ୍ରିଟମେଣ୍ଟର ଅର୍ଥ ହେଉଛି ରୋଗକୁ ଆଗରୁ ରୋକିବା । ଏଲୋପାଥିର ଆରମ୍ଭ କାଳରେ ଏହା ହେଉନଥିଲା । ଆମେରିକାନ କଲେଜ୍ ଅଫ ପ୍ରିଭେଣ୍ଟିଭ୍ ମେଡିସିନ୍ ନିଜ ଅଧ୍ୟୟନରେ ପାଇଛନ୍ତି ଯେ, ସେତେବେଳେ ଟିକା କିମ୍ବା ଏଭଳି ଔଷଧ ନଥିଲା ଯାହା ରୋଗ ହେବା ଆଗରୁ ତାକୁ ରୋକି ପାରିବାର କ୍ଷମତା ରଖୁଥିଲା ।

ଏଲୋପାଥି ଉପରେ କଡା ନଜର

ଏଲୋପାଥି ଚିକିତ୍ସା ଉପରେ ନଜର ରଖିବାକୁ ଅନେକ ସଂସ୍ଥା ରହିଛନ୍ତି । ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏପଡିଏ) ଓ ଆମେରିକାନ ମେଡିକାଲ ଆସୋସିଏସନ ଏହିଭଳି ସଂସ୍ଥା । ଅନ୍ୟପକ୍ଷରେ ଆର୍ୟୁବେଦ କିମ୍ବା ହୋମିଓପାଥିରେ ଏଭଳି ସଂସ୍ଥାର ଅଭାବ ରହିଛି । ତେବେ ଏଲୋପାଥିକୁ ନେଇ ଗୋଟିଏ ରୋଚକ ତଥ୍ୟ ହେଉଛି ଏହାର ନାମକରଣ ହୋମିଓପାଥିର ଜନକ କରିଛନ୍ତି । ସାମୁଏଲ ହନିମ୍ୟାନ୍ ହୋମିଓପାଥି ଭଳି ଶୁଭୁଥିବା ଶବ୍ଦକୁ ନେଇ ଏହାର ନାମକରଣ କରିଥିଲେ ।

ଏହା ହେଉଛି ଚିକିତ୍ସାର ବିକଳ୍ପ ବିଧି

ଆଧୁନିକ ଚିକିତ୍ସା ବିଜ୍ଞାନ ସହିତ ଅନେକ ଚିକିତ୍ସାର ବିକଳ୍ପ ପଦ୍ଧତି ଉପରେ ଭରସା କରିଥାନ୍ତି । ଏହାକୁ କମ୍ପ୍ଲିମେଣ୍ଟାରି ଆଣ୍ଡ୍ ଅଲ୍ଟରନେଟିଭ୍ ମେଡିସିନ୍ ବା କାମ୍ କୁହାଯାଏ ।  ହପକିନ୍ସ ମେଡିସିନ୍ ୱେବସାଇଟ୍ ଅନୁସାରେ କେବଳ ଆମେରିକାରେ ହିଁ ୩୮ ପ୍ରତିଶତ ବୟସ୍କ ଓ ୧୨ ପ୍ରତିଶତ ପିଲା ବୈକଳ୍ପିକ ଚିକିତ୍ସା ପଦ୍ଧତିକୁ ଗ୍ରହଣ କରିଥାନ୍ତି । ଯେଉଁଥିରେ ଆର୍ୟୁବେଦ, ହୋମିଓପାଥି, ନେଚରପାଥି, ଆକ୍ୟୁପ୍ରେସର ,ଏକ୍ୟୁପଂକଚର ଓ ଚାଇନିଜ୍ ମେଡିସିନ୍ ସାମିଲ ଅଛି ।

Leave A Reply

Your email address will not be published.

Close Bitnami banner
Bitnami