ଆଗକୁ ସିଙ୍ଗଲ ଡୋଜ୍ ହୋଇପାରେ କୋଭିସିଲ୍ଡ୍ ଟିକା !

511

ଦେଶରେ ଏବେ ଟିକାର ଅଭାବକୁ ନେଇ ହୋହଲ୍ଲା ଚାଲିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ତାଙ୍କ ଅପାରଗତା ପାଇଁ ପ୍ରତିଦିନ ସମାଲୋଚନା କରୁଛନ୍ତି । ଟିକାର ଅଭାବକୁ ନେଇ ବାକଯୁଦ୍ଧ ଚାଲିଛି । ଏହାରି ଭିତରେ ଗୋଟିଏ ଖବର ଆସିଛି ଯାହା କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ ଚିନ୍ତା ବଢାଇ ଦେଇପାରେ । ଏହା ସହିତ ସରକାରଙ୍କ ନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିପାରେ । କୁହାଯାଉଛି ଯେ, କୋଭିସିଲ୍ଡକୁ ସିଙ୍ଗଲ ଡୋଜ୍ ଟିକା କରିବାକୁ ଚିନ୍ତା କରାଯାଉଛି । ଅର୍ଥାତ ଆଗକୁ କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ଲୋକଙ୍କୁ ଦିଆଯିବ । ଏଠି ପ୍ରଶ୍ନ ଉଠୁଛି ଯେ କ’ଣ ପାଇଁ ? ଆଗରୁ ଯଦି କୁହାଯାଉଥିଲା କୋଭିସିଲ୍ଡ୍ ର ଦୁଇଟି ଡୋଜ୍ ହିଁ କରୋନା ସଂକ୍ରମଣରୁ ସୁରକ୍ଷା ଦେଇ ପାରିବ ତେବେ ଏବେ ଗୋଟିଏ ଡୋଜରେ କେମିତି ସେହି ଏକା ସୁରକ୍ଷା ମିଳିବ ?  ପ୍ରକୃତ କଥା ହେଉଛି କୋଭିସିଲ଼୍ଡର ସିଙ୍ଗଲ ସଟ୍ ଉପରେ ବୈଜ୍ଞାନିକ ବିଚାର କରୁଛନ୍ତି । ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ, କୋଭିସିଲ୍ଡର ଗୋଟିଏ ସଟ୍ ବା ଡୋଜ୍ ଭାଇରସ ସହ ଲଢିବାକୁ ସକ୍ଷମ କି ନାହିଁ  । ଏମିତି ବିଚାର କରିବାର ମୁଖ୍ୟ କାରଣ ହେଉଛି ଜନସନ୍ ଆଣ୍ଡ୍ ଜନସନ୍, ସ୍ପୁଟନିକ୍ ଲାଇଟ୍କୋଭିସିଲ୍ଡ୍ ଗୋଟିଏ ପ୍ରକାରର ପ୍ରୋସେସରେ ତିଆରି ହୋଇଛନ୍ତି । ସ୍ପୁଟନିକ୍ ଲାଇଟ୍ ସିଙ୍ଗଲ ଡୋଜ୍ ବାଲା ଟିକା । ସ୍ପୁଟନିକ୍ ଲାଇଟର ଗୋଟିଏ ଡୋଜ୍ କରୋନା ଭାଇରସ ସହ ଲଢିବାକୁ ସକ୍ଷମ । ସେହିଭଳି ଜନସନ୍ ଆଣ୍ଡ୍ ଜନସନ୍ ମଧ୍ୟ ସିଙ୍ଗଲ ଡୋଜ୍ ଟିକା । ଯେହେତୁ କୋଭିସିଲ୍ଡକୁ ମଧ୍ୟ ଏହି ଦୁଇଟି ଟିକାର ପ୍ରୋସେସରେ ପ୍ରସ୍ତୁତ କରାଯାଇଛି ତେଣୁ କୋଭିସିଲ୍ଡକୁ ମଧ୍ୟ ଗୋଟିଏ ଥର ଦିଆଯାଇ ପାରେ ବୋଲି ଯୁକ୍ତି ହେଉଛି । ଏହାକୁ ନେଇ ଅଧିକ ଗବେଷଣା ହେଉଛି । ଯଦି କୋଭିସିଲ୍ଡର ସିଙ୍ଗଲ ଡୋଜ୍ ଟିକା କରୋନା ଭାଇରସ ସହ ଲଢିବାରେ ସକ୍ଷମ ହୁଏ ତେବେ ଆଗକୁ ଭାରତରେ ଏହାକୁ ଗୋଟିଏ ଡୋଜ୍ ଦିଆଯିବ

ଯଦି କୋଭିସିଲ୍ଡ ଟିକାର ସିଙ୍ଗଲ ଡୋଜ ବ୍ୟବହାରକୁ ଅନୁମୋଦନ ମିଳେ ତେବେ ଭାରତରେ ଟିକା ଅଭାବ ସମସ୍ୟା କିଛିମାତ୍ରାରେ କମିବ । କାରଣ ଦ୍ୱିତୀୟ ଡୋଜ ପାଇଁ ଯେତିକି ଟିକା ଲାଗୁଛି ସେଥିରେ ଅନ୍ୟମାନଙ୍କୁ ଟିକା ଦିଆଯାଇପାରିବ । ଏମିତିରେ କେନ୍ଦ୍ର ସରକାର ଆସନ୍ତା ଜୁଲାଇ ମାସ ବେଳକୁ ଦୈନିକ ଏକ କୋଟି ଟିକାକରଣର ଲକ୍ଷ୍ୟ ରଖିଛନ୍ତି । ତେବେ ଏମିତି ସମ୍ଭବ ହେବ  ଯଦି ସରକାର ପ୍ରତିମାସରେ ୩୦ରୁ ୩୨ କୋଟି ଟିକା ଉତ୍ପାଦନ କରି ପାରିବେ ।  କୁହାଯାଉଛି ଯେ, ଆଗାମୀ ମାସରେ ସରକାର କୋଭିସିଲ୍ଡ ଓ କୋଭାକ୍ସିନର ୨୫ କୋଟି ଡୋଜ୍ ପାଇବେ । ଏହା ସହ ସରକାରଙ୍କ ନଜର ସ୍ପୁଟନିକ୍ ଭି ଉପରେ ମଧ୍ୟ ରହିଛି । ଫାଇଜର ଓ ଅନ୍ୟ ବିଦେଶୀ ଭ୍ୟାକସିନ ବ୍ୟବହାରକୁ ସରକାର ସବୁଜ ସଂକେତ ଦେଇ ପାରନ୍ତି । ସରକାରଙ୍କ ଯୋଜନା ହେଉଛି ଯେ, ପ୍ରତି ଟିକା କେନ୍ଦ୍ରରେ ଦୈନିକ ୧୦୦ରୁ ୧୫୦ ଜଣଙ୍କୁ ଯେପରି ଟିକା ଦିଆଯିବ ।

Leave A Reply

Your email address will not be published.

Close Bitnami banner
Bitnami